Posted inଜାତୀୟ

ନୂଆ ନିୟମ: ଗାଡ଼ିଠାରୁ ମହଙ୍ଗା ହେଲା ଜରିମାନା

ଗୁରୁଗ୍ରାମ,୪।୯: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଛି। ଫଳରେ ଟ୍ରାଫିକ୍‌ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ତୁଳନାରେ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଛି। ଏହି ନିୟମ ଅନୁସାରେ, ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜରିମାନା ଲାଗୁ କରିଛି ପୋଲିସ। ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କର ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ପ୍ରମାଣପତ୍ର, ଇନ୍ସ୍ୟୁରାନ୍ସ, ପ୍ରଦୂଷଣ ପ୍ରମାଣପତ୍ର ନ ଥିଲା। ଏପରିକି ସେ ବିନା ହେଲମେଟରେ ଗାଡି ଚଲାଉଥିଲେ। ଫଳରେ ପୋଲିସ ତାଙ୍କ ଉପରେ ୨୩ ହଜାର ଟଙ୍କା ଜରିମାନା ଲଗାଇଥିଲା। କିନ୍ତୁ ସ୍କୁଟି ଏବେ ବିକିଲେ ମାତ୍ର ୧୫ ହଜାର ଟଙ୍କା ହେବ, ମୁଁ ଏତେ ଜରିମାନା ଦେଇପାରିବି ନାହିଁ ବୋଲି ଦିନେଶ ପୋଲିସକୁ କହିଥିଲେ। ଶେଷରେ ଟ୍ରାଫିକ ପୋଲିସ ଏହି ସ୍କୁଟରକୁ ଜବତ କରିଥିବା ଜଣାପଡିଛି।
ଡ୍ରାଇଭିଂ ଲାଇସେନ୍ସ- ୫,୦୦୦ ଟଙ୍କା
ରେଜିଷ୍ଟ୍ରେସନ ପ୍ରମାଣପତ୍ର- ୫,୦୦୦ ଟଙ୍କା
ଇନ୍ସ୍ୟୁରାନ୍ସ୍ସ- ୨,୦୦୦ ଟଙ୍କା
ପ୍ରଦୂଷଣ ପ୍ରମାଣପତ୍ର-୧୦,୦୦୦ ଟଙ୍କା
ବିନା ହେଲମେଟରେ ଡ୍ରାଇଭିଂ- ୧,୦୦୦ ଟଙ୍କା
ମୋଟ ଜରିମାନା- ୨୩,୦୦୦ ଟଙ୍କା


All Right Reserved By Dharitri.Com

ଅତ୍ୟଧିକ ଶାରୀରିକ ଶ୍ରମ ଭାରତୀୟ ଗ୍ରାମୀଣ ମହିଳାଙ୍କୁ କରୁଛି ରୁଗ୍‌ଣ: ସର୍ଭେ ରିପୋର୍ଟ

ଲଣ୍ଡନ,୨୭।୬: ଅତ୍ୟଧିକ ଶାରୀରିକ ଶ୍ରମ ଯୋଗୁ ଭାରତୀୟ ଗ୍ରାମୀଣ ମହିଳା ରୁଗ୍‌ଣ ହେବାରେ ଲାଗିଛନ୍ତି। ଏହା ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ଏଭଳି ମହିଳାଙ୍କ...

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି...

ଅନୁରାଗ ୭୨, ପର୍‌ଭେଶ ୯୬ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରଚାର

ନୂଆଦିଲ୍ଲୀ,୩୦।୧: ବିବାଦୀୟ ବୟାନକୁ ନେଇ ନିର୍ବାଚନ ପ୍ରଚାର କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୭୨ ଘଣ୍ଟା ଓ ଭାଜପା...

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର...

ଘରକୁ ଫେରିଲେ ନୁସରତ

କୋଲକାତା,୧୯।୧୧: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ନୁସରତ ଜହାଁ ସୋମବାର ସନ୍ଧ୍ୟାରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ...

କଶ୍ମୀର ଆଇଜିପି ହେଲେ ବିଜୟ କୁମାର

ଶ୍ରୀନଗର,୨୯ା୧୨(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ନୂଆ ପୋଲିସ ଆଇଜି ଭାବେ କେ. ବିଜୟ କୁମାର ନିଯୁକ୍ତ ହୋଇଛନ୍ତି। ୧୯୯୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଏସ.ପି....

‘ମୁଁ ୨୦ ପ୍ରତିଶତ ରାଜନୀତି, ୮୦ ପ୍ରତିଶତ ସମାଜସେବା କରେ’-ନୀତିନ୍‌ ଗଡ୍‌କରୀ

ନୂଆଦିଲ୍ଲୀ, ୧୮।୬: ମୁଁ ୨୦ ପ୍ରତିଶତ ରାଜନୀତି, ବାକି ୮୦ ପ୍ରତିଶତ ସମାଜସେବା କରେ ବୋଲି କହିଛନ୍ତି ସଡ଼କ, ପରିବହନ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର କେନ୍ଦ୍ରମନ୍ତ୍ରୀ...

୨୦୨୦ରେ ଚନ୍ଦ୍ରୟାନ-୩ ପ୍ରେରଣ

ନୂଆଦିଲ୍ଲୀ,୧ା୧: ୨୦୨୦ରେ ଚନ୍ଦ୍ରୟାନ-୩ ଲଞ୍ଚ କରାଯିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ପରେ ଚନ୍ଦ୍ରୟାନ-୩ ପ୍ରେରଣ ହେବ...

Leave a comment

Your email address will not be published. Required fields are marked *