ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା: ୩ ଗିରଫ

ଖୁଣ୍ଟୁଣୀ,୪ା୯(ଡି.ଏନ୍‌.ଏ.):ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚୌଦ୍ୱାର ଥାନା ଅନ୍ତର୍ଗତ ମାହାଳପଡ଼ା ଗ୍ରାମର ଗୋଲକ ପ୍ରଧାନ(୪୯)ଙ୍କୁ ସଂଘବଦ୍ଧଭାବେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ସ୍ତ୍ରୀ ସରସ୍ବତୀଙ୍କ ଅଭିଯୋଗକ୍ରମେ ଖୁଣ୍ଟୁଣୀ ପୋଲିସ ଏକ ହତ୍ୟା ମାମଲା (ନଂ.୧୦୧/୧୯)ରୁଜୁ କରି ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବିରଞ୍ଚି ବାରିକ, ପରମେଶ୍ୱର ରାଉତ ଓ ଅଭିଜିତ୍‌ ମହାନ୍ତି। ଫେରାର ଥିବା ଅନ୍ୟ ୯ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ପୋଲିସ କହିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମାହଳପଡ଼ା ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଗୋଲକଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଞ୍ଚଳବାସୀ କପୁରସିଂଠାରେ ୩ଘଣ୍ଟା ରାସ୍ତାରୋକୋ କରିଥିଲେ।
ସୂଚନା ଅନୁଯାୟୀ, କଖଡି ଛକ ନିକଟରେ ଗୋଲକଙ୍କ ଏକ ଦୋକାନ ରହିଛି। ଗତ ୧୫ଦିନ ତଳେ ଘଣ୍ଟିଖାଲର କେତେଜଣ ଯୁବକ ତାଙ୍କ ଦୋକାନରୁ ପାଣି ପାଉଚ କିଣିଥିଲେ। ଅଧିକା ଦାମ ନେଉଥିବା କହିବା ସହ ଗୋଲକଙ୍କ ପୁଅ ସୁନୀଲଙ୍କ ସହ ଯୁକ୍ତିତର୍କ କରି ପଳାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଘଣ୍ଟିଖାଲର ଏହି ଯୁବକମାନେ କଖଡି ନିକଟ ଏକ ଢାବା ଆଗରେ ଛିଡା ହୋଇଥିଲେ। ଏହି ସମୟରେ କମେଣ୍ଟ ମରାକୁ କେନ୍ଦ୍ରକରି ସୁନୀଲର ସାଙ୍ଗ ପ୍ରଦୀପଙ୍କ ସହ ଗଣ୍ଡଗୋଳ କରି ପଳାଇଥିଲେ। ଅପରାହ୍ନ ୩ଟା ରେ ଗୋଲକ ଝିଅଘର ନିଧିପୁରରୁ ଘରକୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଅଭିଯୁକ୍ତମାନେ ଛକରେ ତାଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଖବରପାଇ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଧବପୁରସ୍ଥିତ ଜିମସାର ମେଡିକାଲକୁ ନେଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଆଠଗଡ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଦୁଇ ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏସପି ରାଧା ବିନୋଦ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ୩ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏହା ପରେ ମାହଳାପଡ଼ା ଗ୍ରାମବାସୀ ୫୫ନଂ. ଜାତୀୟ ରାଜପଥର କପୁରସିଂଠାରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିଲା। ଖବରପାଇ ଘଟଣାସ୍ଥଳରେ ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଓ ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଏହା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ନିଧିପୁର ଛକ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛି। ସୂଚନାଥାଉକି, ପ୍ରାୟ ୧ ମାସ ପୂର୍ବେ ଘଣ୍ଟିଖାଲର ଏକ ଢାବା ନିକଟରେ କୌଣସି କାରଣକୁ ନେଇ ମାହାଳପଡା ଓ ଘଣ୍ଟିଖାଲର ଦୁଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା।


All Right Reserved By Dharitri.Com

ଚୋରା ପଥର ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର : ୨ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନଠାରୁ ଆରମ୍ଭ କରି ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ୨ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ...

କପଡ଼ା ଘେର ଭିତରେ ଉତ୍କଳମଣି

ପୁରୀ ଅଫିସ,୧୫।୯: କିଛିଦିନ ତଳେ ମେଘନାଦ ପାଚେରି କଡରୁ ସମସ୍ତ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଥିଲା। ତେବେ ଏହି ଉଚ୍ଛେଦ ବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ଖଣି ଓ ନିଶା ମାଫିଆଙ୍କୁ ଏନ୍‌କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା

ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌’। ଖୋଜି...

ରାସ୍ତାରେ ଜମିଲା ପାଣି, ଯାତାୟାତ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୭ା୮-ବ୍ରହ୍ମପୁର ମହନଗର ନିଗମ(ବିଏମସି) ପକ୍ଷରୁ ବର୍ଷାଜଳ ନିଷ୍କାସନ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଗତବର୍ଷ ସହରର ବିିଭିନ୍ନ ଅଞ୍ଚଳରେ ଡ୍ରେନ ଓ କଲଭର୍ଟ...

ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି...

ସୈନିକ ସ୍କୁଲ ଭୁବନେଶ୍ୱରରେ ବଢ଼ିଲା ଛାତ୍ରବୃତ୍ତି

ଭୁବନେଶ୍ୱର, ୫।୯(ବ୍ୟୁରୋ): ସୈନିକ ସ୍କୁଲରେ ପଢୁଥିବା ଓଡ଼ିଶାର ଶିକ୍ଷାର୍ଥୀମାନଙ୍କ ପାଇଁ ସ୍କଲାରଶିପ୍‌ ସ୍କିମ୍‌ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ...

ଶିଶୁପାଳଗଡ଼ର ରାମପାର୍ଟ ହୋଇଯିବ ନିଶ୍ଚିହ୍ନ : ଅନିଶ୍ଚିତତା ଭିତରେ ଖନନ, ଗବେଷଣା ଓ ଅଧ୍ୟୟନ

ପୁରୁଣା ଭୁବନେଶ୍ୱର,୧୩।୯(ଡି.ଏନ.ଏ.) : ସମ୍ପ୍ରତି ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ବିପନ୍ନ। ଯେଉଁଥିପାଇଁ ଗବେଷକମାନଙ୍କର ଗବେଷଣା ଓ ଅଧ୍ୟୟନ ଅନିଶ୍ଚିତତା ଭିତରେ ରହିଛି। ଏଗୁଡିକର ସୁରକ୍ଷା ଏବଂ...

ପଡିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଡିଆ,୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *