ଜବରଦସ୍ତ ଚାନ୍ଦା ଆଦାୟ:ରାଜ୍ୟର ବିଭିନ୍ନ ସ୍ଥାନରୁ ୧୩ ଗିରଫ

କଟକ ଅଫିସ, ୪ା୯:ଆରମ୍ଭ ହୋଇଛି ପାର୍ବଣ ଋତୁ। ତେଣୁ ସବୁଠି ଖୁସିର ମାହୋଲ। ତେବେ ଏହି ସୁଯୋଗରେ ପୂଜା ନାମରେ କେତେକ ଅସାଧୁ ଯୁବକ ବଳପୂର୍ବକ ଚାନ୍ଦା ଆଦାୟ କରୁଛନ୍ତି। ଏହାକୁ ନେଇ ଅନେକ ସମୟରେ ଅପ୍ରୀତିକର ଘଟଣା ଘଟିବାର ବହୁ ନଜିର ରହିଛି। ତେଣୁ ରାଜ୍ୟ ପୋଲିସ ପକ୍ଷରୁ ମଙ୍ଗଳବାର ଜବରଦସ୍ତ ଚାନ୍ଦା ଆଦାୟକାରୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ୪ଟି ଜିଲାରେ ପୋଲିସ ପକ୍ଷରୁ ୫ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ତନ୍ମଧ୍ୟରେ ଭୁବନେଶ୍ୱର ଖଣ୍ଡଗିରି ଥାନା ପକ୍ଷରୁ ଗୋଟିଏ ମାମଲା ରୁଜୁ ସହ ଜଣେ ବ୍ୟକ୍ତି ଏବଂ ରାୟଗଡ଼ା ଜିଲା ଚାନ୍ଦିଲି ଥାନାରେ ୨ଟି ମାମଲା ରୁଜୁ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲା ହେମଗିରି ଥାନା ପକ୍ଷରୁ ୪ ଓ ଢେଙ୍କାନାଳ ଜିଲାର କାମାକ୍ଷାନଗର ଥାନା ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ବିଜୟ କୁମାର ଶର୍ମା ମଙ୍ଗଳବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସାଧାରଣ ଯେପରି ପାର୍ବଣର ମଜା ଉଠାଇପାରିବେ ଏବଂ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ କରାଯାଇପାରିବ ସେଥିପ୍ରତି ପୋଲିସ ଗୁରୁତ୍ୱ ଦେଇଛି। ରାଜ୍ୟରେ ପାର୍ବଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ରାଜ୍ୟ ପୋଲିସ ପ୍ରସ୍ତୁତ ଅଛି ବୋଲି ଶର୍ମା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବେଆଇନ ଓ ବଳପୂର୍ବକ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତ ଶୁକ୍ରବାର ଡିଜିପି ଶର୍ମା ପୋଲିସ କମିଶନରଙ୍କ ସମେତ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।


All Right Reserved By Dharitri.Com

କଥା ବଦଳାଇଲେ ସୁର: କହିଲେ ‘ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାକୁ ପ୍ରଥମେ ବିଧାୟକ ସୁର ରାଉତରାୟ ତୀବ୍ର ବିରୋଧ କରିଥିବା ବେଳେ ମଙ୍ଗଳବାର ନିଜ କଥାକୁ ବଦଳାଇଛନ୍ତି। ପ୍ରସଙ୍ଗରେ...

ପାଞ୍ଚକାହାଣିଆ ନିକଟରେ ବାଇକକୁ ପିଟିଲା ଟ୍ରକ୍‌, ୨ଜଣଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୫।୧: ଢେଙ୍କାନାଳ ସହର ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କା...

ପାର୍ଲାମେଣ୍ଟ,ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ: କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଅନ୍ତୁ କେନ୍ଦ୍ର ସରକାର’

ଭୁବନେଶ୍ୱର,୯।୭(ବ୍ୟୁରୋ):ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ସ୍ବତନ୍ତ୍ର ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରନ୍ତୁ ବୋଲି ସୋମବାର ବିଜେଡି...

ବଜ୍ରପାତପ୍ରବଣ ରାଜ୍ୟ ଓଡ଼ିଶା: ୪ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ୱର, ୩।୯(ବ୍ୟୁରୋ): ଏକ ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ...

ଜିଲାସ୍ତରୀୟ ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ

ପୁରୀ ଅଫିସ, ୩ା୧୦: ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ...

ମୁଲତବୀ ପ୍ରସ୍ତାବକୁ ନେଇ ହଟ୍ଟଗୋଳ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧।୭(ବ୍ୟୁରୋ) କୃଷି ଓ କୃଷକଙ୍କ ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ କରାଗଲାନାହିଁ, ଏହାର ଜବାବ ଦିଆଯାଉ ତା’ପରେ ଗୃହ ଚାଲିବ। ସୋମବାର ପ୍ରଶ୍ନୋତ୍ତର ଆରମ୍ଭରୁ କଂଗ୍ରେସ...

ବମିଖାଲ ଦୁର୍ଗାପୂଜା ସମିତି : ତୋରଣରେ ଜମ୍ମୁ-କଶ୍ମୀର ପ୍ୟାଲେସ

ଚଳିତ ବର୍ଷ ବମିଖାଲ ଦୁର୍ଗାପୂଜା ସମିତି ୫୬ବର୍ଷରେ ପଦାର୍ପଣ କରିଛି। ପୂର୍ବରୁ ଅନେକ ତୋରଣ ନେଇ ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଏ ବର୍ଷ ସହରାଞ୍ଚଳ...

ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ

ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା...

Leave a comment

Your email address will not be published. Required fields are marked *