ହେଲାନି ଚୁକ୍ତି ନବୀକରଣ କି ଟେଣ୍ଡର: ୨୨ ଠିକା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର

ଅନୁଗୋଳ ଅଫିସ, ୪।୯- ଅନୁଗୋଳ ପୌରପାଳିକାରେ ୯ ବର୍ଷ ହେଲା ଠିକାରେ କାର୍ଯ୍ୟ କରୁଥିବା ୨୨ ଜଣ କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ହୋଇଯାଇଛି। ଠିକା ସଂସ୍ଥା ସହ ପୌରପାଳିକା କରିଥିବା ଚୁକ୍ତିର ଅବଧି ଗତ ଅଗଷ୍ଟ ୩୧ରେ ଶେଷ ହୋଇଯାଇଥିଲେ ବି ତାହାର ନବୀକରଣ କିମ୍ବା ପୁନଃ ଟେଣ୍ଡର କରାଯାଇନାହିଁ। ଫଳରେ ସମ୍ପୃକ୍ତ କର୍ମଚାରୀମାନେ ୩ ଦିନ ହେଲା ଅଫିସ ଆସିପାରୁ ନାହାନ୍ତି। ଏପରି କି ପୌର ପ୍ରଶାସନ ପକ୍ଷରୁ ସେମାନଙ୍କୁ ୫ ମାସର ଦରମା ଦିଆଯାଇ ନ ଥିବା ଠିକା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବୁଧବାର ସେମାନେ ପୌର ପ୍ରଶାସକ ଦାୟିତ୍ୱରେ ଥିବା ଜିଲାପାଳ ଓ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ଠିକା କର୍ମଚାରୀ ଜିତୁ ବେହେରା, ପ୍ରଫୁଲ୍ଲ ଗୋଚ୍ଛାୟତ, ଦୀପକ ସାହୁ, ପ୍ରକାଶ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଦାଶରଥୀ ଗୋଚ୍ଛାୟତଙ୍କ କହିବା ଅନୁଯାୟୀ, ୨୦୧୦ରୁ ସେମାନେ ଅନୁଗୋଳ ପୌରପାଳିକାର ଇଞ୍ଜିନିୟରିଂ ବିଭାଗ, ସୁରକ୍ଷା, ବିଦ୍ୟୁତ୍‌ ବିଭାଗ, ମ୍ୟୁଜିକ ଶିକ୍ଷକ, ଟଲି ଓ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଅଗଷ୍ଟ ୩୧ରୁ ସେମାନଙ୍କ


All Right Reserved By Dharitri.Com

ହିଞ୍ଜିଳିକାଟୁ କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୯ା୮(ଡ଼ି.ଏନ୍‌.ଏ): ହିଞ୍ଜିଳିକାଟୁ କଲେଜରେ ବୁଧବାର ଜୁନିୟର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ବେଳେ କାୈଣସି କଥାକୁ ନେଇ ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।...

ବିପଦସଂକେତ ଟପିଲା ଜଳକା

ବସ୍ତା,୧୯ା୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ବିଭିନ୍ନ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଗଙ୍ଗାହାର ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା...

ଫାଇଲିନକୁ ବିତିଲା ୬ ବର୍ଷ: ବୁଢ଼ାବଳଙ୍ଗରେ ହୋଇପାରୁନି ଆଡ଼ିବନ୍ଧ

ବାରିପଦା ଅଫିସ,୧୩।୧୦- ସେଦିନ ଥିଲା ୨୦୧୩ ଅକୋ୍ଟବର ୧୩ ତାରିଖର କାଳ ରାତ୍ରି । ଫାଇଲିନ ବାତ୍ୟା ପ୍ରଭାବରେ ଫୁଲି ଉଠିଥିଲା ବୁଢ଼ାବଳଙ୍ଗ । ଚାହୁଁଚାହୁଁ...

କୂଳ ଛାଡ଼ିଲା ମାଲେସିଆ ଜାହାଜ

ବ୍ରହ୍ମଗିରି,୧୬ା୯(ଡି.ଏନ୍‌.ଏ.) : ବହୁ ପରିଶ୍ରମ ପରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ହ୍ବା କୂଳ ଛାଡ଼ିଛି। ଏହାକୁ...

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ...

ମହାଲିଙ୍ଗା ମହାବିଦ୍ୟାଳୟଠାରେ ଗ୍ରାମପଞ୍ଚାୟତ ତରଫରୁ ଚରାରୋପଣ

ଗୋଲାମୁଣ୍ଡା/କେଗାଁ,୧୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗା ଗ୍ରାମପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଚରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତ ସରପଞ୍ଚ...

ଚିତ୍ରାଙ୍ଗପାଲି ପଞ୍ଚାୟତରେ ସରକାରୀ ଯୋଜନା ଅପହଞ୍ଚ

ମାଲକାନଗିର,୬।୧୨ (ଡି.ଏନ୍‌.ଏ) ମାଲକାନଗିରି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ପଞ୍ଚାୟତର ସୁପାଲ ଗ୍ରାମ ଅବହେଳିତ ଅବସ୍ଥାରେ ରହିଛି। ଗ୍ରାମବାସୀ କୌଣସି...

ପରିବେଶ ପର୍ଯ୍ୟଟନ ଗ୍ରାମ ବାଢୁନଝରିଆ ସରଫଗଡ : ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମୁଛି ଗହଳି

ଲେଫ୍ରିପଡା, ୩।୧୨(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ରହିଛି ସରଫଗଡ ପରିବେଶ ପର୍ଯ୍ୟଟନ ସ୍ଥଳୀ। ସ୍ଥାନୀୟ ଜିଲା ପ୍ରଶାସନ...

Leave a comment

Your email address will not be published. Required fields are marked *