ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ୮ ଥର ଏପରି ଘଟଣା ଘଟିଥିଲେ ମଧ୍ୟ ମେଡିକାଲ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ସିସିଟିଭି ଯାଞ୍ଚ କରିବା କି ଥାନାରେ ଏତଲା ଦିଆଯାଉ ନ ଥିବାରୁ ଏ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ଆଠମଲ୍ଲିକ ନିରିମୂଳା ଅଞ୍ଚଳର ବିଘ୍ନେଶ୍ୱର ପ୍ରଧାନ(୫୮) କିଡ୍‌ନୀ ଜନିତ ରୋଗ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ସେ ମେଡିକାଲ ଆସୁଥିବା ବେଳେ ଜେଲ ଛକ ଠାରେ ଜଣେ ଦଲାଲ୍‌ ତାଙ୍କୁ ଭେଟିବା ସହ କିଡ୍‌ନୀ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ମୁଖ୍ୟ ଚିକିତ୍ସାଳୟ ଆଉଟଡୋରରୁ ଟିକେଟ୍‌ କରିବା ପରେ ସମ୍ପୃକ୍ତ ଦଲାଲ କିଡ୍‌ନୀ ଖରାପ ଥିବା ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ୮୦ ହଜାର ଟଙ୍କା ମିଳୁଛି, ତୁମକୁ ମିଳିଛି କି ନାହିଁ ବୋଲି ପଚାରି କୋର୍ଟ ଆଡ଼କୁ ନେଇଯାଇଥିଲେ। ୮୦ ହଜାର ଟଙ୍କା ପାଇବାକୁ ହେଲେ ୧୨ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଥିଲେ।


All Right Reserved By Dharitri.Com

ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨...

ବାଇକ ଧକ୍କାରେ କୃଷ୍ଣସାର ମୃତ

ବୁଗୁଡା,୫ା୨(ଡି.ଏନ୍‌.ଏ.):ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଜିଲିବା ରାସ୍ତାରେ ମଙ୍ଗଳବାର ରାତି ପ୍ରା ୮ଟାରେ ବାଇକ ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ବାଇକ ଆରୋହୀ ଜଣକ...

‘ଫକୀରମୋହନ ଥିଲେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ’

ବାଲେଶ୍ୱର ଅଫିସ, ୧୫।୧- ବାଲେଶ୍ୱର ସହର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୧୮ ତମ ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ...

ପଥର କ୍ୱାରୀରେ ଚଢ଼ାଉ: ବିସ୍ଫୋରକ ଜବତ, ୩ ଗିରଫ

ଗୁଣପୁର,୨୪।୯(ଡି.ଏନ୍‌.ଏ.)- ପଥର ଫୁଟାଇବା ପାଇଁ ବେଆଇନଭାବେ ବିସ୍ଫୋରକ ବ୍ୟବହାର କରାଯାଉ ଥିଲା। ଗୁଣପୁର ପୋଲିସ ଖବର ପାଇ ସନ୍ନ୍ୟାସୀପୁରସ୍ଥିତ ଏକ ପଥର କ୍ୱାରୀରେ ଚଢ଼ାଉ କରି...

ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ...

ଜୀବନ ନେବ ମୁକୁଳା ଟ୍ରାନ୍ସଫର୍ମର: ବିଦ୍ୟୁତ୍‌ ବିଭାଗର ନିଘା ନାହିିଁ

ନାଉଗାଁ ,୮ା୧(ସ୍ବ.ପ୍ର.):ନାଉଗାଁ ବଜାରରେ ରହିଛି ୫୦୦ କେ.ଭି. ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ନାଉଗାଁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି।...

ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ କୌଶଲ୍ୟା: ଦରଦ୍‌ ଲାଗି ଛଟ୍‌କି ଛାଡୁଛନ୍‌

ଲାଠୋର, ୧୮ା୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀପଡ଼ାର କୌଶଲ୍ୟା ନାଏକ(୫୬)। ସେ ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାରଟା ନିହାତି ଗରିବ୍‌।...

ମାଣତ୍ରୀ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ: ଜ୍ୟୋତିର୍ଲିଙ୍ଗରେ ବେଲପତ୍ର ସହ ତୁଳସୀ ଲାଗି

ବଡସାହି,୧୩ା୧୧(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ପୀଠରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼...

Leave a comment

Your email address will not be published. Required fields are marked *