Posted inଖେଳ

ରାଜ୍ୟ ସ୍କୁଲ ଓପନ ଚେସ୍‌: ଅବିନାଶ ଚାମ୍ପିୟନ

ଭୁବନେଶ୍ୱର, ୪।୯(କ୍ରୀଡ଼ା ପ୍ରତିନିଧି)-ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ କୈଳାସ ସଦନରେ ମଙ୍ଗଳବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମଦର୍ସ ପବ୍ଲିକ୍‌ ସ୍କୁଲର ଅବିନାଶ ଆଚାର୍ଯ୍ୟ ୬.୫ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। କୀର୍ତ୍ତି ଅନୁରାଗ ପ୍ରତିହାରୀ ଓ ଶାଶ୍ୱତ ସୌମ୍ୟବ୍ରତ ୬ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ରନର୍ସଅପ୍‌ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବି ଘୋଷ, ପ୍ରଭାଂଶୁ ଦାଶ, ଅଭିଜିତ ବିଶ୍ୱାଳ, ସୁଜିତ କୁମାର ଦାଶ, ବୈଭବ ଘୋଷ, ଆର୍ଯ୍ୟନ ଆଦେଶ ଚାଟୋଇ, ରୋହିତ ମଲିକ, ଅଭିଷେକ ନାୟକ, ଶିବାଙ୍ଗି ମହାନ୍ତି, ରାଜ ରଣବୀର ଗିରି, ଅମୃତ ଶତପଥୀ ଓ ସାର୍ଥକ ମହାନ୍ତି ଯଥାକ୍ରମେ ୨ୟରୁ ୧୫ତମ ସ୍ଥାନ ହାସଲ କରିଥିଲେ। ମୁଖ୍ୟ ପୁରସ୍କାର ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବିଭାଗରେ ଶ୍ରେଷ୍ଠ ୪ ଜଣ ଲେଖାଏ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ କ୍ରୀଡ଼ା ଖବରଦାତା ସୁରେଶ ସ୍ବାଇଁ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବାବେଳେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଏବଂ ଲିଙ୍ଗରାଜ କ୍ଲବ ସମ୍ପାଦକ ଅଜୟ କୁମାର ଦାସ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ ପାଲ, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଆର୍ବିଟର ଦାୟିତ୍ୱ ନିର୍ବାହ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ପ୍ରଥମ ସେମିଫାଇନାଲ; ମାଞ୍ଚେଷ୍ଟରରେ ବର୍ଷାର ଖେଳ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୁଣି ଥରେ ବର୍ଷା ବାଧକ ସାଜିଛି। ବର୍ଷାଯୋଗୁ ଟୁର୍ନାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ବାତିଲ ହୋଇସାରିଥିବା ବେଳେ ମଙ୍ଗଳବାର...

ସୁପର ଓଭରରେ ଛକା ମାରି ଜିତାଇଲେ ରୋହିତ

ହାମିଲଟନ,୨୯।୧- ଏଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି।...

ଦିଲ୍ଲୀ କ୍ୟାପିଟାଲ୍ସ ସହ ଅଶ୍ୱିନଙ୍କ ଡିଲ ଶେଷ

ନୂଆଦିଲ୍ଲୀ,୬।୧୧- ଗତ ଦୁଇ ସିଜନ ହେଲା କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ନେତୃତ୍ୱ ନେଉଥିବା ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ ଡିଲ...

ଭଲ ପିଚ୍‌ ଟେଷ୍ଟ କ୍ରିକେଟକୁ ଆଗକୁ ନେବ: ସଚିନ

ମୁମ୍ବାଇ, ୨୫।୮(ପି.ଟି.): କ୍ରିକେଟର ସବୁ ଲମ୍ବା ଫର୍ମାଟ କୁହାଯାଉଥିବା ଟେଷ୍ଟର ଲୋକପ୍ରିୟତାକୁ ବଞ୍ଚାଇ ରଖିବାକୁ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରୟାସ ଜାରି ରଖିଛି।...

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ...

ନଦିମଙ୍କ ଟେଷ୍ଟ ପଦାର୍ପଣ: ଟସ୍‌ ଜିତି ଭାରତର ବ୍ୟାଟିଂ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ...

ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହ ଘୁଞ୍ଚିଲା

ଓ୍ବେଲିଂଟନ,୧୭।୭(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ଦଳର ସଦସ୍ୟମାନେ ଅଲଗା ଅଲଗା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ...

ଟି୨୦ ସିରିଜ୍‌ ବରାବର କଲା ଇଂଲଣ୍ଡ

ଡର୍ବାନ,୧୫।୨- ସ୍ଥାନୀୟ କିଙ୍ଗ୍ସମେଡ ଷ୍ଟାଡିୟମରେ ଅନୁଷ୍ଠିତ ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଫଳରେ ୩...

Leave a comment

Your email address will not be published. Required fields are marked *