Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ଶୀର୍ଷରେ ସ୍ମିଥ୍‌

ଦୁବାଇ,୪।୯(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ୨ ନମ୍ବର ସ୍ଥାନରେ ରହିଛନ୍ତି। ଅଭିଜ୍ଞ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍‌ ସ୍ମିଥ୍‌ ଚଳିତ ଆଶେସ୍‌ରେ ଦମ୍‌ଦାର ପ୍ରଦର୍ଶନ କରି କୋହଲିଙ୍କୁ ହଟାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତେବେ ବୋଲିଂ ତାଲିକାରେ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ତୃତୀୟ ସ୍ଥାନକୁ ଉନ୍ନତି କରିଛନ୍ତି। ଜାମାଇକାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଦ୍ୱିତୀୟ ଇନିଂସରେ କୋହଲି ପ୍ରଥମ ବଲ୍‌ରେ ବିନା ସ୍କୋରରେ ଆଉଟ ହେବା ପରେ ବ୍ୟାଟିଂ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ଅନ୍ୟପଟେ ପ୍ରଥମ ଆଶେସ ଟେଷ୍ଟ ସ୍ମିଥ୍‌ ଦୁଇଟି ଇନିଂସରେ ଶତକ ହାସଲ କରିବା ସହ ଦ୍ୱିତୀୟ ମ୍ୟାଚ୍‌ରେ ୯୨ ରନର ଇନିଂସ ଖେଳି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୭ ନମ୍ବରସ୍ଥାନ ଅଧିକାର କରିବା ସହ ଟେପ୍‌ ୧୦ରେ ପ୍ରବେଶ କରିଛନ୍ତି। ଆଣ୍ଟିଗୁଆରେ ଅର୍ଦ୍ଧଶତକ ଓ ଶତକ ହାସଲ କରିବା ପରେ ସେ ଜାମାଇକାରେ ଆଉ ଏକ ଅର୍ଦ୍ଧଶତକ ହାସଲ କରି ଏହି ସଫଳତା ପାଇଛନ୍ତି।
ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ବ୍ୟାଟିଂ କରିଥିବା ହନୁମା ବିହାରୀ ୪୦ଟି ସ୍ଥାନ ଉପରକୁ ଉଠି ୩୦ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ଖେଳିଥିବା ବିହାରୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। କୋହଲି ୪୮ଟି ମ୍ୟାଚ୍‌ରେ ନେତୃତ୍ୱ ନେଇ ୨୮ଟି ବିଜୟ ସହ ଭାରତର ସଫଳତମ ଟେଷ୍ଟ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି। ସେ ଏହି କ୍ରମରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଛନ୍ତି। ୭୯ଟି ଟେଷ୍ଟ ଖେଳି କୋହଲି ଏପର୍ଯ୍ୟନ୍ତ ୨୫ଟି ଶତକ ହାସଲ କରିଛନ୍ତି। ସ୍ମିଥ୍‌ ୨୦୧୫ ପର୍ଯ୍ୟନ୍ତ ଶୀର୍ଷରେ ରହିଥିଲେ। ତେବେ ବଲ ଟ୍ୟାମ୍ପିରିଂ ଅଭିଯୋଗରେ ସେ ବାସନ୍ଦ ହେବାପରେ ୨୦୧୮ ଅଗଷ୍ଟରେ କୋହଲି ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏବେ ଅକ୍ଟୋବର ୨ରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କଲେ କୋହଲି ପୁଣି ଶୀର୍ଷ ସ୍ଥାନକୁ ଫେରିବାର ସୁଯୋଗ ରହିଛି।
ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିବା ଯଶପ୍ରୀତ ବୁମ୍‌ରା କ୍ୟାରିୟର ଶ୍ରେଷ୍ଠ ୮୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଓ ଦକ୍ଷିଣ ଆଫ୍ରକାର କାଗିସୋ ରାବାଡା ଯଥାକ୍ରମେ ୧ ଓ ୨ ନମ୍ବର ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ସେ ୭ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୫ ଓ ଦ୍ୱିତୀୟ ଟେଷ୍ଟରେ ୬ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୧୮ ଓ ୨୦ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ବୁମ୍‌ରା ଟେଷ୍ଟରେ ଭାରତର ଦ୍ରୁତତମ ବୋଲରଭାବେ ୫୦ ଉଇକେଟ ଅକ୍ତିଆର କରି ରେକର୍ଡ କରିଥିଲେ। ସେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୬୨ଟି ଉଇକେଟ ଅକ୍ତିଆର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗତ ଦୁଇଟି ଟେଷ୍ଟରେ ସେ ମୋଟ ୧୩ଟି ଉଇକେଟ ହାସଲ କରିଥିଲେ। ପ୍ରଥମ ଟେଷ୍ଟରେ ସେ ୭ ରନ ବ୍ୟୟ କରି ୫ଟି ଓ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ହ୍ୟାଟ୍ରିକ ନେବା ସହ ମୋଟ ୭ଟି ଉଇକେଟ ଅକ୍ତିଆର କରିଥିଲେ।


All Right Reserved By Dharitri.Com

Posted inଖେଳ View All

ସଚିନ, ସେହ୍ବାଗଙ୍କ କ୍ଲବରେ ରୋହିତ

ରାଞ୍ଚି,୨୦।୧୦- ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦ୍ୱିଶତକ କରିବାରେ ରୋହିତ ଶର୍ମା ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ପୋଲାଣ୍ଡକୁ ହରାଇଲା ରୁଷିଆ

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ରୁଷିଆ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ...

ପଡୋଶୀ ଝିଅଙ୍କୁ ଉଠାଇ ଆଣିଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରିନ୍ସ ଅଫ୍‌ କୋଲକାତା ନାମରେ ପରିଚିତ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ପଡିଆରେ...

ହେଲମେଟ ପିନ୍ଧି ବୋଲିଂ କଲେ ବୋଲର

ଅକ୍‌ଲାଣ୍ଡ,୨୮।୧୧- କ୍ରିକେଟ ପଡ଼ିଆରେ ବଢ଼ୁଥିବା ଆହତ ସମସ୍ୟା ଯୋଗୁ ଖେଳାଳିଙ୍କ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଉଛି। ମୁଣ୍ଡରେ ବଲ ବାଜିବାରୁ ବ୍ୟାଟ୍ସମ୍ୟାନମାନେ ଗଭୀର ଆହାତ ହେବାର...

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌, ୩୦ା୧୨ (ଏଏଫ୍‌ପି)-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜରେ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ...

କେବଳ ଚୌକା, ଛକାରେ ଶତକ କରିଲେ ମନୀଷ ପାଣ୍ଡେ

ବିଜୟନଗରମ୍‌,୧୨।୧୧- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ସର୍ଭିସେସ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମନୀଷ ପାଣ୍ଡେ କେବଳ...

ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ଡବଲ ବିଜୟ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ବୁଧବାର ଟୋକିଓରେ ଆରମ୍ଭ ହୋଇଛି। ବିଶ୍ୱର ୧୯୨ ପ୍ରତିଯୋଗୀଙ୍କୁ ନେଇ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ...

ପ୍ରଦୀପ ବିଶ୍ୱକପ୍‌ରୁ ଆଉଟ୍‌

ଲଣ୍ଡନ, ୩୦ା୬ (ପି.ଟି.)-ହାଡ଼ଫୁଟିରେ ପୀଡ଼ିତ ଯୋଗୁ ଶ୍ରୀଲଙ୍କା ପେସ୍‌ ବୋଲର ନୁଓ୍ବାନ ପ୍ରଦୀପ ଶନିବାର ଚଳିତ ଆଇସିସି ବିଶ୍ୱକପ୍‌ରୁ ଆଉଟ୍‌ ହୋଯାଇଛନ୍ତି। ତାଙ୍କ ସ୍ଥାନରେ ଦଳରେ...

Leave a comment

Your email address will not be published. Required fields are marked *