୯.୧ ଲକ୍ଷ କୋଟିକୁ ଖସିପାରେ ଏନ୍‌ପିଏ

ନୂଆଦିଲ୍ଲୀ, ୪-୯: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ଆର୍ଥତ୍କ ବର୍ଷ ୨୦୧୯-୨୦ରେ ୯.୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିପାରେ।୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୯.୪ ଲକ୍ଷ କୋଟି ଟଙ୍କା ରହିଥିବା ଆସୋଚାମ ଏବଂ କ୍ରିସିଲ ପକ୍ଷରୁ ହୋଇଥିବା ମିଳିତ ଅଧ୍ୟୟନରୁ ସାମ୍ନାକୁ ଆସିଛି। କର୍ପୋରେଟ କ୍ଷେତ୍ରର ଏନ୍‌ପିଏ ସିଂହଭାଗ ରହିଛି। ବୃହତ୍ତ ପରିମାଣର ଋଣ ନେଇଥିବା ବ୍ୟକ୍ତିଙ୍କର ମୋଟ ଋଣ ୫.୪ ଲକ୍ଷ କୋଟି ଟଙ୍କା ରହିଛି। ମୋଟ ଋଣ ମଧ୍ୟରୁ କମ୍ପାନୀ ଆଇନ ଟ୍ରିବ୍ୟୁନାଲର ତାଲିକା-୧ ଏବଂ ତାଲିକା -୨ରେ ପ୍ରାୟ ୨.୧ ଲକ୍ଷ କୋଟି ଟଙ୍କା ସାମିଲ ରହିଛି। ସେହିଭଳି ଅନ୍ୟାନ୍ୟ ଷ୍ଟକ କ୍ଷେତ୍ରରେ ଋଣ ୨ ଲକ୍ଷ କୋଟି ଟଙ୍କା ରହିଛି। ସେହିଭଳି ୧.୩ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ସମ୍ପତ୍ତି ରହିଛି ଯାହକୁ ଏନ୍‌ପିଏ ପରିସରଭୁକ୍ତ କରାଯାଇ ନାହିଁ। ଆଗାମି ଦିନରେ ଏନ୍‌ପିଏ ହୋଇ ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଶକ୍ତି, ଭିତ୍ତିଭୂମି ଏବଂ ଇସ୍ପାତ କ୍ଷେତ୍ରରେ ୪.୧ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ସମ୍ପତ୍ତି ରହିଛି। ଏହା ମଧ୍ୟରେ ଶକ୍ତି କ୍ଷେତ୍ରରେ ଅଧିକ ଋଣ ରହିଛି। ଏହି କ୍ଷେତ୍ରରେ ଋଣ ଅସୁଲି ମଧ୍ୟ ଏତେଟା ଉନ୍ନତ ନୁହେଁ। ଚାପଗ୍ରସ୍ତ ସମ୍ପତ୍ତି ନେଇ ଆସିଥିବା ନୂଆ ନିୟମ ମୁତାବକ ଅସୁଲ ଉନ୍ନତ ହେବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।


All Right Reserved By Dharitri.Com

ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ...

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୩-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

ଦୁର୍ଦ୍ଦଶାଗ୍ରସ୍ତଙ୍କୁ ଯୁବ ଉଦ୍ୟୋଗୀଙ୍କ ସହାୟତା

କଟକ,୧୩।୪: କରୋନା ପାଇଁ ବର୍ତ୍ତମାନ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଏବେ ବଢ଼ିଯାଇଛି। ସମାଜର ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି...

ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୩୦-୧: ଗୁରୁବାରଠାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪ ଦିନ ବନ୍ଦ ରହିବ। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ଶୁକ୍ରବାର ଏବଂ ଶନିବାର...

ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ନୂଆଦିଲ୍ଲୀ,୨୬-୪: ଜେଟ୍‌ ଏୟାରଓ୍ବେଜ ଭଳି ଏୟାର ଇଣ୍ଡିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଅର୍ଥର ଅଭାବ କାରଣରୁ କମ୍ପାନୀର ୧୯ ବିମାନ ଏବେ ବିମାନ ବନ୍ଦରରେ ଛିଡା...

ୟୁନିୟନ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର,୧୪-୧୧: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ୧୦୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ବ୍ୟାଙ୍କର ଉପମହାପ୍ରବନ୍ଧକ...

ଶୀଘ୍ର କାର୍ଯ୍ୟକ୍ଷମ ହେବ ଏସ୍‌ବିଆଇର ସବୁ ଶାଖା

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲାରେ ଥିବା ନିଜର ଅଧିକାଂଶ ଶାଖାକୁ କାର୍ଯ୍ୟକ୍ଷମ କରାଇଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

ଅକ୍ଟୋବରରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮-୯: ଆସନ୍ତା ମାସରେ ବ୍ୟାଙ୍କରେ ଜରୁରୀ କାମ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ସାମାନ୍ୟ ଭାବିବା ଉଚିତ୍‌ ହେବ। କାରଣ ଅକ୍ଟୋବରରେ ଦଶହରା,...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *