Posted inଜାତୀୟ

କଶ୍ମୀର ସ୍ଥିତି ସ୍ବାଭାବିକ ନାହିଁ:ଶ୍ରୀନଗର ମେୟର

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ସଡ଼କରେ କୌଣସି ହିଂସା କିମ୍ବା ମୃତଦେହ ପଡୁ ନ ଥିବାର ଅର୍ଥ ସେଠାରେ ସବୁକିଛି ସ୍ବଭାବିକ ଅଛି ଭାବିବା ଭୁଲ୍‌ ବୋଲି ଶ୍ରୀନଗର ମେୟର ଜୁନେଦ ଅଜିମ ମଟ୍ଟୁ କହିଛନ୍ତି। ଜେକେପିସି ନେତା ମଟ୍ଟୁ କହିଛନ୍ତି, ତାଙ୍କ ଦଳର ମୁଖ୍ୟ ନେତା ଓ ଅନ୍ୟାନ୍ୟ ଦଳର ନେତାଙ୍କୁ ଗିରଫ କରାଯାଇଛି। ଏବେ ବି ଅନେକ ଲୋକ ନିଜ ପରିବାର ସହ ଯୋଗାଯୋଗ କରିପାରୁନାହାନ୍ତି। କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି ସ୍ଥିତି ସାମାନ୍ୟ ହେଉଛି। କଶ୍ମୀରବାସୀ ନିଜ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। ଏବେ ଧିରେ ଧିରେ ସ୍ଥିତି ସାମାନ୍ୟ ହେଉଥିବା କେନ୍ଦ୍ର ସରକାର କହିଛନ୍ତି।


All Right Reserved By Dharitri.Com

ରାଫାଲ ବିମାନ କ’ଣ ନୂଆ ଟ୍ରକ୍‌ ଯେ ତାକୁ ପୂଜା କରାଗଲା: ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୦।୧୦: ଗୋଟିଏ ଦିନ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ପ୍ୟାରିସ ଯାଇ ଯୁଦ୍ଧ ବିମାନ ରାଫାଲକୁ ଗ୍ରହଣ କରିବା ପୂର୍ବରୁ ଏହାକୁ ପୂଜା କରିଥିଲେ। ଆଉ ଏହାପରେ ପରେ...

ରାମ ମନ୍ଦିର ନିର୍ମାଣ ପାଇଁ ପାଟନା ମହାବୀର ମନ୍ଦିର ପକ୍ଷରୁ ୧୦ କୋଟି ଟଙ୍କା ଦାନ

ପାଟନା,୯।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଟ୍ରଷ୍ଟ ଗଠନ କରାଯିବା ପରେ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି।...

କଂଗ୍ରେସକୁ ହାଇକୋର୍ଟଙ୍କ ନୋଟିସ: କହିଲେ ମତଦାତାଙ୍କୁ ଦିଆଯାଉନିି କି ଲାଞ୍ଚ!

ଆହ୍ଲାବାଦ,୨୦।୪: ଲୋକ ସଭା ନିର୍ବାଚନରେ କଂଗ୍ରେସର ଘୋଷଣା ପତ୍ରରେ ଗରୀବଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦେବାନେଇ ଘୋଷଣା ଉପରେ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟ...

ଇଶ୍ୱରଙ୍କ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଲେ ବିଧାୟକ

ବିଜୟଓ୍ବାଡା, ୧୩।୬: ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଇଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ...

ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା

ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍‌ ଇନ୍‌ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର...

ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ...

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌...

ଠକଙ୍କ ତାଲିକାରେ ସନ୍ଦେସରା ବ୍ରଦର୍ସ: ବିଭିନ୍ନ ବ୍ୟାଙ୍କରୁ ଠକି ନେଇଛନ୍ତି ୧୫ ହଜାର କୋଟି

ନୂଆଦିଲ୍ଲୀ,୨୯।୬: ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ତୁଳନାରେ ଅଧିକ ଟଙ୍କାର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସନ୍ଦେସରା ବ୍ରଦର୍ସଙ୍କ ଦ୍ୱାରା ଆନ୍ଧ୍ରବ୍ୟାଙ୍କ...

Leave a comment

Your email address will not be published. Required fields are marked *