Posted inଖେଳ

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏସବୁ ଭିତରେ କ୍ରିକେଟ ଛଡା ଶିଖରଙ୍କ ଆଉ ଏକ ପ୍ରତିଭା ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଛି। ସମୁଦ୍ର କୂଳରେ ବଂଶୀ ବଜାଉଥିବା ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ପେଶାଦାର ବଂଶୀ ବାଦକଙ୍କ ଭଳି ଶିଖର ଖୁବ୍‌ ସୁନ୍ଦର ଭାବେ ବଂଶୀ ବଜାଉଛନ୍ତି। ଶିଖରଙ୍କ ବଂଶୀ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଶିଖର ସେତେଟା ଖାସ୍‌ ପ୍ରଦର୍ଶନ କରିପାରି ନ ଥିଲେ। କିଛିଦିନ ଭିତରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ସେ ଭାରତ ‘ଏ’ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଶିଖର ଧାଓ୍ବନ୍‌ ଭାରତ ‘ଏ’ ପକ୍ଷରୁ ଖେଳିବେ।


All Right Reserved By Dharitri.Com

Posted inଖେଳ View All

ତେନ୍ଦୁଲକରଙ୍କୁ ପଛରେ ପକାଇଲେ ରୋହିତ

ଲଣ୍ଡନ,୯ା୬: ଭାରତୀୟ ଦଳର ଓପନର ରୋହିତ ଶର୍ମା ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ଦୁଇ ହଜାର ରନ୍‌ କରିବାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି।...

ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି କିଏ ଜାଣନ୍ତି କି?

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ...

ମହାତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ ଦେଲେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ

ଆଡିଲେଡ୍‌,୩।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ...

ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ

ଲଣ୍ଡନ,୭।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଆଗକୁ ଆହୁରି ଶକ୍ତିଶାଳୀ ଦଳକୁ ଭେଟିବାକୁ...

ଦୁଇ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ୨ଟି ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେ...

ଥାଇଲାଣ୍ଡ୍‌ ଓପନ୍‌: ମୁଖ୍ୟ ପର୍ଯ୍ୟାୟରେ ସୌରଭ, ସାଇ

ବ୍ୟାଙ୍କକ୍‌, ୩୦।୭ (ପି.ଟି.)- ଭାରତୀୟ ଶଟ୍‌ଲର ସୌରଭ ବର୍ମା ଓ ସାଇ ଉତ୍ତେଜିଥା ରାଓ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।...

ଅଲିମ୍ପିକ ପ୍ରସ୍ତୁତି: ମସାଲାଯୁକ୍ତ, ମିଠା ଖାଦ୍ୟ ମନା

ନୂଆଦିଲ୍ଲୀ,୨୪ା୭(ପି.ଟି.):ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ ୨୦୨୦ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଖେଳାଳିମାନଙ୍କ ଖାଦ୍ୟରେ ପରିବର୍ତ୍ତନ କରାଯାଇଛି।...

ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ବିଜୟୀ

କୋଚି, ୨୧ା୧୦- ଇଣ୍ଡିଆନ ସୁପର ଲିଗ୍‌ ୨୦୧୯-୨୦ର ଉଦ୍‌ଘାଟନୀ ମ୍ୟାଚରେ ଦୁଇଥର ରନର୍ସ ଅପ୍‌ କେରଳ ବ୍ଲାଷ୍ଟର୍ସ ବିଜୟ ଲାଭ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ...

Leave a comment

Your email address will not be published. Required fields are marked *