ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି

ସୁନ୍ଦରଗଡ଼,୩।୯(ଡି.ଏନ୍‌.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର ଆରାଧ୍ୟା ଦେବୀ ମା’ ଶିଖରବାସିନୀଙ୍କଠାରେ ମଙ୍ଗଳବାର ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି କରାଯାଇଛି। ମଙ୍ଗଳବାର ସକାଳ ୯ ଟାରେ ସମଲେଶ୍ୱରୀ ମନ୍ଦିରରେ ଓ ରାଜପରିବାର ପକ୍ଷରୁ ମା’ ଶିଖରବାସିନୀଙ୍କଠାରେ ନୂଆ ଚାଉଳରୁ ପ୍ରସ୍ତୁତ ନବାନ୍ନ ଲାଗି ହୋଇଥିଲା। ଏହାପରେ ସମଲେଇ ମନ୍ଦିରରେ ସ୍ଥାନୀୟ ଲୋକେ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା ପରେ ଘରେ ନିଜ ଇଷ୍ଟଦେବଦେବୀ ଓ ପିତୃପୁରୁଷଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ଏକାଠି ବସି ନୂଆଁ ଖାଇଥିଲେ । ଏହା ସହ ଜୁହାରଭେଟ୍‌ ମାଧ୍ୟମରେ ବଡମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେବା ସହ ଛୋଟ ମାନଙ୍କୁ ଆଶୀର୍ବାଦ କରିଥିଲେ । ନୂଆ ଚାଉଳରୁ ପ୍ରସ୍ତୁତ ଖିରି, ପୁରି, ପିଠାପଣା ଓ ନାନାଦି ବ୍ୟଞ୍ଜନରେ ମହମହ ବାସି ଉଠିଥିଲା ପ୍ରତ୍ୟେକଟି ଘର । ଏ ନେଇ ଘରଠୁ ଗାଁ ଦାଣ୍ଡ, ସହର ବଜାର ସବୁଠି ଉତ୍ସବ ମୁଖର ହୋଇପଡିଛି ।


All Right Reserved By Dharitri.Com

ମିଳୁଛି ଅଧିକ କିନ୍ତୁ ଉତ୍ପାଦନ କମ୍‌

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ଖଦି ବୋର୍ଡକୁ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୮୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆସିଛି। ମାତ୍ର ଏତେ ଟଙ୍କା ମିଳିବା...

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ,୯।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା କୁଣ୍ଡାମାଲ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅଚ୍ୟୁତ...

ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ...

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି।...

ଶ୍ୱଶୁରଘରୁ ବାଇକ୍‌ ଚୋରି ମାମଲାରେ ଜ୍ୱାଇଁ ଗଲେ ଜେଲ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ଖାଇବା ପରେ ବିଲ୍‌ ପଇଠ ନ କରି ଫେରାର ହୋଇଯାଉଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ହୋଟେଲ କର୍ମଚାରୀମାନେ...

ବିଦାୟ ନେଲେ ଗଜାନନ: ବାଦ୍ୟବାଜଣାରେ କମ୍ପିଲା ପାଲଲହଡା

ପାଲଲହଡା,୧୦।୯(ଡି.ଏନ.ଏ.)-ପାଲଲହଡ଼ାରେ ୮ ଦିନ ଧରି ଚାଲିଥିବା ଗଣେଶ ପୂଜା ମେଲଣ ଏବଂ ଭାସାଣି ଉତ୍ସବ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରଥମେ ବିଭିନ୍ନ ପୂଜା...

ଶେରଗଡ଼ ଛକରେ ଚୋରି: ଶଟର ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ

ରେମୁଣା,୧।୧୧(ଡି.ଏନ.ଏ.)-ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଛକରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି।...

ଆର୍‌ଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ

ଯାଜପୁର ଅଫିସ,୧୩।୯: ଯାଜପୁର ଜିଲାରେ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର ଉପଯୁକ୍ତ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି କାଳିଆପାଣି ଖଣି ଅଞ୍ଚଳର ରାସ୍ତାଘାଟ ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *