ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ ପାନୀୟ ଜଳ ପାଇଁ ବସ୍ତି ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗାଁର ଜନସଂଖ୍ୟା ୧ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଭୋଟରଙ୍କ ସଂଖ୍ୟା ପ୍ରାୟ ୬ ଶହ ହେବ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। ଦଳିତ ସମ୍ପ୍ରଦାୟର ପ୍ରାୟ ୬୦ରୁ ଅଧିକ ପରିବାର ରହୁଛନ୍ତି। ଏମାନଙ୍କ ପାଇଁ ପଡ଼ାରେ ଗୋଟିଏ ମାତ୍ର ନଳକୂପ ରହିଛି। ବିଭିନ୍ନ ସମୟରେ ଏହା ମଧ୍ୟ ଅଚଳ ହୋଇପଡୁଛି। କେତେବେଳେ ପାଣି ବାହାରୁ ନାହିଁ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନଳକୂଅ ଅଚଳ ହେଉଛି। ଅସ୍ପୃଶ୍ୟତା କାରଣରୁ ଅନ୍ୟ ନଳକୂଅ ବ୍ୟବହାର କରିବାକୁ ସେମାନଙ୍କୁ ବାରଣ କରାଯାଇଛି। ଗ୍ରୀଷ୍ମଋତୁ ଆରମ୍ଭରୁ ଏହି ନଳକୂଅ ୩ ଥର ଅଚଳ ପରେ ମରାମତି ହୋଇଛି। ଏବେ ୮ଦିନ ହେଲା ପୁଣି ନଳକୂଅ ଅଚଳ। ବସ୍ତିବାସିନ୍ଦା ଏ ନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ବହୁ ଲୋକଙ୍କ ପାଇଁ ଗୋଟିଏ ନଳକୂଅ ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ବସ୍ତିରେ ଆଉ ଏକ ନଳକୂଅ ଖୋଳାଇବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏ ନେଇ ବସ୍ତିବାସିନ୍ଦା ସରପଞ୍ଚ ବନଜାବାସିନୀ ମହାପାତ୍ରଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ନୂଆ ନଳକୂଅ ଖୋଳିବା ପାଇଁ ସରପଞ୍ଚ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗାଁ ସ୍କୁଲ ପାଖରେ ଏକ ସୋଲାର ପ୍ଲାଣ୍ଟ ମାଧ୍ୟମରେ ୫ ଲକ୍ଷ ଟଙ୍କା ବ୍ୟୟରେ ଉଠା ପାଇପ୍‌ ଜଳ ବସ୍ତିବାସିନ୍ଦାଙ୍କୁ ଯୋଗାଇ ଦିଆଯିବା ନେଇ ସମସ୍ତ ପ୍ରସ୍ତୁତି ସରିଛି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। କିନ୍ତୁ ନଳକୂଅ କି ଉଠା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ଆଜିଯାଏ ଶୁଭାରମ୍ଭ ହୋଇପାରୁ ନାହିଁ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ବଣିଆ କହିଛନ୍ତି, ଏଥର ନଳକୂଅ ଅଚଳ ଥିବା ଖବର ଜାଣିନୁ। ଗତଥର ଲିଖିତ ଅଭିଯୋଗ ପରେ ନଳକୂଅ ତୁରନ୍ତ ମରାମତି କରିଥିଲୁ। ଉଠା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆକ୍ସନ୍‌ ପ୍ଲାନ୍‌ କରି ପଠାଯାଇଛି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟକାରୀ ହେବ।


All Right Reserved By Dharitri.Com

ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା।...

ମଦଦୋକାନ ଉଚ୍ଛେଦ ନେଇ ତେଜିଲେ ମହିଳା, କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମରର ବେଆଇନ ମଦଦୋକାନଗୁଡିକୁ ଉଚ୍ଛେଦ ଦାବିରେ ମହିଳାମାନେ ଭବାନୀପାଟଣା ଅବକାରୀ ଅଧ୍ୟୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ...

ଧାରଣା ସ୍ଥଳରେ ଟଳିପଡ଼ିଲେ ଶିକ୍ଷକ

ଭୁବନେଶ୍ୱର,୪ା୧୨ (ବ୍ୟୁରୋ)/ କୁଆମରା/ ଖୁଣ୍ଟା(ଡି.ଏନ୍‌.ଏ):ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିର ଆନ୍ଦୋଳନସ୍ଥଳରେ ଅନ୍ୟ ଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ...

ଅନିଲ ଜେନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ଖଣି ମାଫିଆ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଫେରାର ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡିଲେ ଜଣେ ଖଣି ମାଫିଆ। ସେ ହେଲେ ଖୋର୍ଦ୍ଧା କୁମାରବସ୍ତ...

୭୫ ମିଟର ଭିତରେ ସୀମିତ ରହିବ ଉଚ୍ଛେଦ

ପୁରୀ ଅଫିସ,୨ା୯ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ...

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ...

ନ୍ୟାୟ ହିନ୍ଦୁ ସମାଜ ସପକ୍ଷରେ ଯିବ ବୋଲି ଆଶା କରୁଛୁ: ଭୈୟାଜୀ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଲାଗୁ ହେବା ଉଚିତ। ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି...

ନଭେମ୍ବର ୧ରୁ ଧାନ ସଂଗ୍ରହ

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଆସନ୍ତା ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ହେବ। ଧାନ ବିକ୍ରି କରିବାକୁ ଚଳିତବର୍ଷ ୧୧ ଲକ୍ଷ ୫୪ ହଜାର ୧୩୦ ଜଣ ଚାଷୀ...

Leave a comment

Your email address will not be published. Required fields are marked *