କାବୁଲରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ

କାବୁଲ,୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। କେତେଗୁଡ଼ିଏ ଅନ୍ତଃରାଷ୍ଟ୍ରୀୟ ସଂଗଠନର କାର୍ଯ୍ୟାଳୟ ଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଗ୍ରୀନ ଭିଲେଜ୍‌ କମ୍ପାଉଣ୍ଡରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ଶହେରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଲୋକଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିପାଇଁ ତାଲିବାନ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିବା ବେଳେ ଏହା ତାହାର ତୃତୀୟ ଆକ୍ରମଣ ବୋଲି ଜଣାପଡ଼ିଛି। ୫ମାସ ଭିତରେ ଆମେରିକା ଆଫଗାନିସ୍ଥାନରୁ ପ୍ରାୟ ୫ହଜାର ସେନା ପ୍ରତ୍ୟାହାର କରିବା କଥା କହିବାର କିଛି ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା ବୋଲି ଗୃହ ମନ୍ତ୍ରଣାଳୟର ମୁଖପାତ୍ର ନସରତ ରହମୀ କହିଛନ୍ତି।


All Right Reserved By Dharitri.Com

ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: ଇମ୍ରାନ କହିଲେ, କାହା ଜୀବନ ବଞ୍ଚାଇବା ଗ୍ୟାରେଣ୍ଟି ଦେଇପାରିବି ନାହିଁ

ଇସଲାମାବାଦ,୨୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ପାନାମା ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ନୱାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ...

ମେଡ଼ିସିନ୍‌ରେ ନୋବେଲ: ଏଥର ପାଇବେ ୩ ବୈଜ୍ଞାନିକ

ଷ୍ଟକ୍‌ହୋମ୍‌,୭।୧୦: ମେଡ଼ିସିନ୍‌ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

୧୦୨ ବର୍ଷର କନ୍ୟାଙ୍କୁ ୧୦୦ ବର୍ଷର ବର

ଓହିଓ,୫।୭: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। ପ୍ରେମ ନା ବୟସ ଦେଖେ ନା ଜାତିଧର୍ମ। ତା’ ପାଇଁ ସବୁ ସମାନ। କିଛି ଏଭଳି ଦୃଶ୍ୟ...

ନିର୍ବାଚନ ଆଚରଣ ବିଧି: ୨୪ ଘଣ୍ଟାରେ ଇସିଙ୍କର ୪ ନୋଟିସ୍‌

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଆଚରଣ ବିଧି ନେଇ ନିର୍ବାଚନ କମିଶନ(ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ସରକାରଙ୍କୁ ଘେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଇସି ସରକାରଙ୍କୁ ୪ଟି...

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା...

ବାଲାକୋଟରେ ପୁଣି ସକ୍ରିୟ ହେଲା ଜୈଶ-ଇ-ମହମ୍ମଦ: ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ନେଉଛନ୍ତି ପ୍ରଶିକ୍ଷଣ

ଇସ୍‌ଲାମାବାଦ୍‌,୧୪।୧୦: ପାକିସ୍ତାନ ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଜୈଶ-ଇ-ମହମ୍ମଦର ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ସେଠାରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ଗୁଇନ୍ଦା...

ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…

ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *