ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା। ପାଞ୍ଚବର୍ଷିଆ ଆଇନ ପାଠ୍ୟକ୍ରମ ପ୍ରଚଳନ ରଣଜିତ୍‌ଙ୍କ ମାନସ ସନ୍ତାନ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସୋମବାର ହାଇକୋର୍ଟ ବାର ଆସୋସିଏଶନ ସମ୍ମିଳନୀ କକ୍ଷରେ ଆୟୋଜିତ ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଜେନା କହିଥିଲେ, ବାରିଷ୍ଟର ମହାନ୍ତି ଥିଲେ ବିଜୁବାବୁଙ୍କ ଘନିଷ୍ଠ ବନ୍ଧୁ ଓ ଅଣକଂଗ୍ରେସ ରାଜନୀତିର ଜଣେ ମହାନ୍‌ କର୍ଣ୍ଣଧାର। ବିଜୁବାବୁଙ୍କ ପରିବାର ସହ ବାରିଷ୍ଟର ମହାନ୍ତିଙ୍କ ପରିବାରର ମଧ୍ୟ ସମ୍ପର୍କ ରହିଛି। ଓଡ଼ିଶାର ଆଇନ ବ୍ୟବସ୍ଥାରେ ନୂତନ କୋର୍ଟ ଖୋଲିବା, ଜଜ୍‌ ନିଯୁକ୍ତି ଦ୍ୱାରା ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିବା, ନ୍ୟାୟ ବ୍ୟବସ୍ଥାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ରାଜ୍ୟରେ ଖୁବ୍‌ଶୀଘ୍ର ୧୦୦ଟି ଜେଏମ୍‌ଏଫ୍‌ସି ଖୋଲିବା ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.ଏସ୍‌. ନାଇଡୁ କହିଥିଲେ, ଭିନ୍ନଭିନ୍ନ ଭାଷାରେ ଦକ୍ଷତା ରଖିଥିବା ବାରିଷ୍ଟର ମହାନ୍ତି କେବଳ ନ୍ୟାୟିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ ତାହା ନୁହେଁ ବରଂ ଆଇନ ଶିକ୍ଷା, ବାର୍‌ କାଉନ୍‌ସିଲ୍‌, ବାର୍‌ ଆସୋସିଏଶନ୍‌ର କାର୍ଯ୍ୟକାରିତା ମଧ୍ୟରେ ଫରକ ଆଣିଥିଲେ। ଏହି ଅବସରରେ ଜଷ୍ଟିସ୍‌ ନାଇଡୁ ରଣଜିତ୍‌ଙ୍କୁ ଚାମ୍ପିୟନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ ବୋଲି ଅଭିହିତ କରିଥିଲେ। ମାନବାଧିକାର ସୁରକ୍ଷା, ସଂରକ୍ଷଣ ପାଇଁ ରଣଜିତ୍‌ ଆଜି ମଧ୍ୟ ଜନମାନସରେ ନିଜର ଛାପ ଛାଡିଯାଇଛନ୍ତି ବୋଲି ସେ କହିଥିଲେ। ଉତ୍ସବରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ଆଇନପେସାକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ହାଇକୋର୍ଟ ବାର୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାର୍‌ର ସମ୍ପାଦକ ସଞ୍ଜୟ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବାରିଷ୍ଟର ରଣଜିତ୍‌ ମହାନ୍ତି ସ୍ମୃତି କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ବାର୍‌ ଆସୋସିଏଶନ୍‌ର ଯୁବ ଆଇନଜୀବୀମାନଙ୍କୁ ଆଇନ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ରଣଜିତ୍‌ ମହାନ୍ତିଙ୍କ ପୁତ୍ର ତଥା ବମ୍ବେ ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି, ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର୍‌ ରଣଜିତ୍‌ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ହାଇକୋର୍ଟ ବାର୍‌ର ଉପସଭାପତି ପୀୟୂଷ ମିଶ୍ର ଧନ୍ୟବାଦ ଦେଇଥିଲେ।


All Right Reserved By

ନବରଙ୍ଗପୁର ଜିଲାପାଳଙ୍କ ମାନବିକତା: ରାସ୍ତାରୁ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ

ନବରଙ୍ଗପୁର, ୬।୮(ବି.ପ୍ର.): ଦୁର୍ଘଟଣାରେ ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ଜଣେ ଯୁବ ଚାଷୀ। କଥା ମଧ୍ୟ କହି ପାରୁ ନ ଥିଲେ। ଉକ୍ତ ରାସ୍ତାରେ...

ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିବା ପରେ ଭାଜପାର ସମାଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ବିଜେପୁର ଆସନରୁ ଲଢିଥିଲେ ା ସେ ସେହି ବିଧାନସଭା ନିର୍ବାଚନଣ୍ଡଳୀରୁ...

ସୁଆର ମହାସୁଆର ନିଯୋଗ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ସରିଲା, ଆଜି ପ୍ରତ୍ୟାହାର

ପୁରୀ ଅଫିସ, ୨୭ା୭: ଆସନ୍ତା ଅଗଷ୍ଟ ୧୦ ତାରିଖରେ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରେ ନାମାଙ୍କନପତ୍ର...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମର ୯ ବର୍ଷର ଛାତ୍ରୀ ଶୁଭଶ୍ରୀ ଥାଟେଇ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।...

ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା...

୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା ଲାଗିଛି। ୩୦୦ ନର୍ସିଂହୋମ୍‌ ଆଉ ରୋଗୀଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା...

ଖାଇବା ତେଲ: ପୋଡ଼ିଲେ ମାରାତ୍ମକ

ଭୁବନେଶ୍ୱର,୧।୮(ବ୍ୟୁରୋ): ଖାଇବା ତେଲ ବିନା ଆମର ନିତିିଦିନିଆ ରୋଷେଇ ଏକ ପ୍ରକାର ଅସମ୍ଭବ। ଅଧିକାଂଶ ଖାଦ୍ୟ ପ୍ରସ୍ତୁତି ବା ସ୍ବାଦିଷ୍ଟ ଭୋଜନ ହୋଇ ନ ଥାଏ।...

ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି

ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *