Posted inଜାତୀୟ

ସୁପ୍ରିମ୍‌କୋର୍ଟରେ ଚିନ୍ମୟାନନ୍ଦ ମାମଲା: ଏସ୍‌ଆଇଟି ଗଠନ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩ା୯(ପି.ଟି.): ଉତ୍ତରପ୍ରଦେଶର ଶାହ୍‌ଜାହାନ୍‌ପୁରରେ ଆଇନ ଛାତ୍ରୀ ନିଖୋଜ ହେବା ଓ ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଅଣାଯିବା ଘଟଣାରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଗଠନ କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି ପାହ୍ୟାର ଜଣେ ଅଧିକାରୀ ଏହାର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ରହିଛି।
ରାଜସ୍ଥାନରୁ ଛାତ୍ରୀ ଉଦ୍ଧାର ହେବା ପରେ ତାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରେ ହାଜର କରାଯାଇଥିଲା। ପୋଲିସ ହେପାଜତରେ ତାଙ୍କୁ ଦିଲ୍ଲୀରେ ରହିବା ଲାଗି ଅନୁମତି ଦିଆଯିବା ସହ ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇଥିଲା। ସୋମବାର ବିଚାରପତି ଜଷ୍ଟିସ ଆର୍‌ ବାନୁମତୀ ଓ ଜଷ୍ଟିସ ଏ. ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଖଣ୍ଡପୀଠ ଗଠନ କରି ତଦନ୍ତର ତଦାରଖ କରିବା ଲାଗି ଅନୁରୋଧ କରିଛନ୍ତି। ଏସ୍‌ଆଇଟି ଛାତ୍ରୀଙ୍କ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଥାଉ କି, ଶାହ୍‌ଜାହାନ୍‌ପୁର ପୋଲିସ ନିକଟରେ ଗତ ଅଗଷ୍ଟ ୨୭ରେ ଛାତ୍ରୀ ନିଖୋଜ ଅଭିଯୋଗ ଅଣାଯାଇ ଚିନ୍ମୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଛାତ୍ରୀଙ୍କ ବାପା ଚିନ୍ମୟାନନ୍ଦଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।


All Right Reserved By

ଶୁଟର ଦାଦିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ୟୁପି ସରକାର

ଲକ୍ଷ୍ନୌ,୭।୯: ଦେଶର ଶୁଟର ଦାଦି ତଥା ଅନ୍ତରାଷ୍ଟ୍ରୀୟ ଖାତି ସମ୍ପନ୍ନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବନ୍ଧୁକଚାଳିକା ଚନ୍ଦ୍ରୋ ତୋମରଙ୍କର ଦିଲ୍ଲୀସ୍ଥିିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

ସିକିମ୍‌ରେ କଡ଼ା ଟକ୍କର:ଚାମଲିଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ

ଗ୍ୟାଙ୍ଗଟକ୍‌,୨୪-୫:ସିକିମ୍‌ରେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ ପୋକ୍‌ଲୋକ୍‌ କାମରାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି। ଚାମଲିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌କେଏମ୍‌ର ଖର୍କା...

ଭାରତରେ ୫-ଜି ସୁବିଧା ମିଳିବାରେ ହେବ ବିଳମ୍ବ !

ନୂଆଦିଲ୍ଲୀ,୨।୬: ଭାରତରେ ୫-ଜି ସୁବିଧା ମିଳିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ମୋବାଇଲ୍‌ ଇନଫ୍ରାଷ୍ଟକଚର କାର୍ଯ୍ୟ ଧୀରେ ଧୀରେ ହେଉଥିବାରୁ ୨୦୨୦ ସୁଦ୍ଧା ମଧ୍ୟ...

ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି

ନୂଆଦିଲ୍ଲୀ,୧୨ା୮(ପି.ଟି.): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ଚଳିତ ବର୍ଷଠାରୁ ଏହି ବର୍ଦ୍ଧିତ...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ହେବ ବୁଲେଟ୍‌ ପ୍ରୁଫ୍‌

ନୂଆଦିଲ୍ଲୀ,୧୫।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟକୁ ବୁଲେଟ୍‌ ପ୍ରୁଫ୍‌ କରାଯିବା ପାଇଁ ଯୋଜନା ହୋଇଛି। ଏହା ସହିତ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିିସିଟିଭି କ୍ୟାମେରା...

ମୋଦି ସରକାର ସେପ୍ଟେମ୍ବର ୯ରୁ ବିକିବେ ସୁନା: ଗ୍ରାମ୍‌ ପିଛା ଦର ୩ ହଜାର ୮ଶହ ୯୦

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସୁନାରେ ନିବେଶ କରିବା ପାଇଁ ଏକ ଯୋଜନା କରିଛନ୍ତି। ସେପ୍ଟେମ୍ବର ୯ରେ ସରକାର ଗୋଲ୍ଡ ବଣ୍ଡ ସିରିଜ୍‌-୨ର ଆରମ୍ଭ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *