ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ମଲେ ବୃଦ୍ଧ

ସୁକିନ୍ଦା,୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଆମ୍ପଳବା ଗ୍ରାମର ପଦ୍ମପୋଖରୀରେ ବୁଡି ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲା ଭୁବନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳେ ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସହ ଖୁଖୁନ ସିଙ୍ଗ, ଅମୀୟ ଦଳେଇ, ଅନିଲ ରାଉତ, ଗଗନ ଦାସ, ଅସିତ ସେଠୀ ପ୍ରମୁଖ ପହଞ୍ଚତ୍ ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ସୁକିନ୍ଦା ପୋଲିସ ଏକ ଅପମୃତ୍ୟୁ ମାମଲା (ନ.ଂ୧୯/୧୯) ରୁଜୁକରି ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାରକୁ ଆର୍ଥକ ସହାୟତା ପାଇଁ ଭୁବନ ଓ ସୁକିନ୍ଦା ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ଦୈନନ୍ଦିନ ଫୁଲ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି। ଗଣେଶ ପୂଜା ଥିବାରୁ ରିବିବାର ସନ୍ଧ୍ୟାରେ ପୋଖରୀରୁ ପଦ୍ମ ତୋଳିବାକୁ ଯାଇଥିଲେ। ହେଲେ ପୋଖରୀ ଦଳ ମଧ୍ୟରେ ଛନ୍ଦି ହୋଇ ପଙ୍କ ମଧ୍ୟରେ ପଡିଯାଇ ମୃତ୍ୟୁବରଣ କରିଥିଲେ। ଖବର ପାଇ ସୁକିନ୍ଦା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀ, ଏସ୍‌ଆଇ ଅନ୍ତର୍ଯାମୀ ଶ୍ରୀଚନ୍ଦନ ପୋଲିସ ଟିମ୍‌ ସହ ପହଞ୍ଚତ୍ଥିଲେ। ଏଥିସହ ସୁକିନ୍ଦା ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ପୂଣ୍ଣର୍ର୍ଚନ୍ଦ୍ର ଟିମ୍‌ ସହ ପହଞ୍ଚତ୍ଥିଲେ। ମାତ୍ର ଉକ୍ତ ପୋଖରୀରେ ବିଷଧର ସାପ ରହୁଥିବା ଗ୍ରାମବାସୀ କହିବା ପରେ ମୃତଦେହ ସକାଳେ ଉଦ୍ଧାର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା।


All Right Reserved By Dharitri.Com

ଦିଲ୍ଲୀର ୧୦ ସଂଖ୍ୟାଲଘୁଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଗଲା

ସୋନପୁର,୪।୪(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ସହର ଉପକଣ୍ଠରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଘରେ ୧୦ଜଣ ଅପରିଚିତ ଲୋକ ଗତ କିଛିଦିନ ହେଲା ରହି ଆସୁଥିଲେ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା,୧୭ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଚନ୍ଦ୍ରପୁର ଗ୍ରାମରେ ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି ା...

ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା...

ଲୋକସଂସ୍କୃତିକୁ ଗ୍ରାସିଲାଣି ଆଧୁନିକତା: ମଳିନ ପଡ଼ିଲାକଣି ‘ଘୁମୁରା’

କାମାକ୍ଷାନଗର, ୧୫ା୮:  ହିନ୍ଦୁ ପୁରାଣ ଶାସ୍ତ୍ରରେ ଘୁମୁରା ନୃତ୍ୟର ସ୍ଥାନ ସ୍ବତନ୍ତ୍ର। ଦୀର୍ଘବର୍ଷ ଧରି ଏହାଶକ୍ତି ଉପାସନାରେ ବ୍ୟବହୃତ ହୋଇ ଆସୁଛି। ଏହାକୁ ରଣବାଦ୍ୟ ଭାବେ ଯୁଦ୍ଧକ୍ଷେତ୍ରରେ...

ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡା,୨୦ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଥାନା ଖମନଖୋଲ ଛକ ଓ ଅନ୍ୟ କେତେକ ସ୍ଥାନରେ ଶନିବାର ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। ଏଥିରେ ପୋଲିସ ପ୍ରଶାସନ...

ଖରିନାସୀରେ ଷ୍ଟୋଭ୍‌ ଫାଟିବା ଘଟଣା : ଆଖି ବୁଜିଲେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌...

ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଜିଲା ପରିଷଦ ଅଧ୍ୟକ୍ଷା

ପାପଡ଼ାହାଣ୍ଡି,୪।୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତି ଭତରା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେ ନିଜର ତିନି...

ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ...

Leave a comment

Your email address will not be published. Required fields are marked *