ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ମଶାନରୁ ହାଡ଼ ପାଉଁଶ ଜବତ

କୁଆମରା,୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଆରପଟା ପଞ୍ଚାୟତ ଅନ୍ତର୍ଗତ ବଡବଧା ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଶ୍ମଶାନରୁ ହାଡ଼ପାଉଁଶ ଜବତ କରି ସୋମବାର ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା ଜାରି ରହିଛି। ପୋଲିସ ସୂଚନା ଅନୁଯାୟୀ, ବଡବଧା ଗ୍ରାମର ଜଣେ ବୃଦ୍ଧାଙ୍କର ଗତ ଗୁରୁବାର ସ୍ବାଭାବିକ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ସତ୍କାର ପାଇଁ ରାତିରେ ପଡିଶା ଲୋକେ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ସତ୍କାର ପଡିଶା ଲୋକେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ମାତ୍ର ବାପି ସିଂ(୩୫) ନାମକ ଜଣେ ଯୁବକ ସେହି ପୋଖରୀରେ ବୁଡ଼ି ଯାଇଥିଲେ। ସମସ୍ତେ ଗାଧୋଇ ସାରି ଘରକୁ ଫେରିଥିବା ବେଳେ ବାପି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ। ପର ଦିନ ସକାଳେ ପୋଖରୀ ମଧ୍ୟରୁ ବାପିଙ୍କ ମୃତଦେହ ମିଳିବା ପରେ ପୋଲିସକୁ ଖବର ନ ଦେଇ ତରବରିଆ ଭାବେ ମୃତଦେହ ପୋଡି ଦିଆଯାଇଥିଲା। ଏହି ମୃତ୍ୟୁ ଘଟଣାରେ ସନ୍ଦେହ ପ୍ରକାଶ କରି ବାପିଙ୍କ ବଡ ଭାଇ ରମେଶ ସିଂ କୁଆମରା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶରେ ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର, ଥାନା ଅଧିକାରୀ ନବକୃଷ୍ଣ ନାଏକ ଓ କୁଆମରା ଫାଣ୍ଡି ଅଧିକାରୀ ବଳରାମ ମହାରଣା ରବିବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ଶ୍ମଶାନରୁ ହାଡ ପାଉଁଶ ଜବତ କରିଛନ୍ତି। ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପଚରା ଉଚରା କରାଯାଉଛି। ଏଥିନେଇ ଥାନାରେ ଏକ ମାମଲା( ନଂ.୧୦୦/୧୯) ରୁଜୁ ହୋଇଛି।


All Right Reserved By Dharitri.Com

ବ୍ଲକ ସମ୍ମୁଖରେ ଜାମବଣୀ ପଞ୍ଚାୟତବାସୀଙ୍କ ଧାରଣା

କପ୍ତିପଦା,୨୮ା୧୦(ଡ଼ି.ଏନ.ଏ)- କପ୍ତିପଦା ବ୍ଲକର ଜାମବଣୀ ପଞ୍ଚାୟତରେ ଅଚଳାବସ୍ଥା ଲାଗି ରହିଥିବା ଅଭିଯୋଗ କରି ବହୁ ପୁରୁଷ ମହିଳା ସୋମବାରଠାରୁ କପ୍ତିପଦା ବ୍ଲକ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି।...

ବେକାରମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ଦାବିପତ୍ର

ବାରିପଦା ଅଫିସ, ୬ା୨- ଅଣରାଜନୈତିକ ଯୁବ ସଂଗଠନ ଭଞ୍ଜ ସେନା ପକ୍ଷରୁ ବୁଧବାର ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ...

ସବଡ଼ିଭିଜନ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବଡ଼ସାହି,୨୪ା୧୦(ସ୍ବ.ପ୍ର)- ବେତନଟୀକୁ ସବଡ଼ିଭିଜନ ମାନ୍ୟତା ଦାବି ନେଇ ଅଣ୍ଟା ଭିଡ଼ିଥିବା ବଡ଼ସାହି-ବେତନଟୀ ବିକାକ ମଞ୍ଚ ପକ୍ଷରୁ ବୁଧବାର ୩ଟିି ସ୍ମାରକପତ୍ର ପ୍ରଦାନ କରାଯାଇଛି ା ମଞ୍ଚ...

ନିମ୍ନମାନର ଖାଦ୍ୟକୁ ବିରୋଧ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ବାରିପଦା ଅଫିସ,୮ା୯- ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରସୂତି, ଗର୍ଭବତୀ ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ...

ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ...

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଧାରଣା

ବଡ଼ସାହି,୬ା୧୨(ସ୍ବ.ପ୍ର)-ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ...

ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା ଅଫିସ,୧୩ା୧୧- ବାରିପଦା ପୌର ପରିଷଦରେ ନିର୍ବାଚିତ ବୋର୍ଡର କାର୍ଯ୍ୟକାଳ ଗତ ଫେବୃୟାରୀରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହା ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି।...

ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି...

Leave a comment

Your email address will not be published. Required fields are marked *