ସାଡ଼ିଙ୍ଗିଆ, ପାଙ୍ଗା ପଞ୍ଚାୟତରେ ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ, ୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା (ୱାଲ ମାଗାଜିନ) ବିପ୍ଲବୀ ଡେଙ୍ଗୁରା ନାମରେ ରବିବାର ରାତିରେ ଏସବୁ ପୋଷ୍ଟର ଲଗାଯାଇଛି ା ଏଥିରେ ସରକାର ଚାଷୀମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରାଯାଇଛି। ସେହିପରି କେନ୍ଦ୍ର ସରକାର କନ୍ଧମାଳରେ ଆହୁରି ୪ଟି ସିଆର୍‌ପିଏଫ୍‌ କ୍ୟାମ୍ପ ସ୍ଥାପନ କରୁଥିବାରୁ ତାହାକୁ ମଧ୍ୟ ବିରୋଧ କରାଯାଇଛି ା ଏଥିସହ ଗଣମାଧ୍ୟମକୁ ବି ଉକ୍ତ ପୋଷ୍ଟରରେ ସମାଲୋଚନା କରାଯାଇଛି ା ଏବେ ଯେଉଁସବୁ ଯୋଜନା ପ୍ରଣୟନ ହେଉଛି ଅବା ଉନ୍ନତି ହେଉଛି ତାହା କେବଳ ମାଓବାଦୀଙ୍କ ଆନ୍ଦୋଳନ ପାଇଁ ା ଗଣମାଧ୍ୟମ ଏହା ଉପସ୍ଥାପନ ନ କରି କେବଳ ସରକାରଙ୍କ ସ୍ବରରେ ସ୍ବର ମିଳାଉଛି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ମାଓବାଦୀଙ୍କ ବାହାନା ଦେଖାଇ ନିଜ ଦାୟିତ୍ୱ ତୁଲାଉ ନ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସିଆର୍‌ପିଏଫ କ୍ୟାମ୍ପ ସ୍ଥାପନ ବଦଳରେ ଜିଲାରେ ଖାଲିଥିବା ଅଧ୍ୟାପକ ଓ ଶିକ୍ଷକ ପଦବୀ ପୂରଣ କରିବା, ଅପହଞ୍ଚ ଇଲାକାରେ କୋମ୍ବିଂ ଅପରେଶନ ବନ୍ଦ କରି ମେଡିକାଲ କ୍ୟାମ୍ପ କରିବାକୁ ପୋଷ୍ଟରରେ ମାଓବାଦୀଙ୍କ ପକ୍ଷରୁ ଦାବି କରାଯାଇଛି।


All Right Reserved By Dharitri.Com

ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ସିଦ୍ଧହସ୍ତ ବିଦ୍ୟାବତୀ

ବରପାଲିି, ୧୫।୭ (ଡି.ଏନ.ଏ): ହସ୍ତତନ୍ତ ଓ ବିୟନଶିଳ୍ପରେ ଅନେକ କଳା ମଧ୍ୟରୁ ବାନ୍ଧକଳା ଅନ୍ୟତମ । ଏହି ଅନନ୍ୟ କଳାକୃତି ଓ ହସ୍ତତନ୍ତ ବୁଣା ସମ୍ବଲପୁରୀ...

‘ଯୁବପିଢ଼ିଙ୍କ ହାତରେ ନୂତନ ଭାରତ’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଦେଶ ସ୍ବାଧୀନ ହେବା ସମୟରେ ଯେତିକି ଲୋକ ଥିଲେ, ବର୍ତ୍ତମାନ ତା’ର ବହୁ ଗୁଣା ଅଧିକ ଅଛନ୍ତି। ଏମାନଙ୍କ ମଧ୍ୟରେ ୬୦ପ୍ରତିଶତ ଲୋକ ୩୫ବର୍ଷରୁ କମ୍‌...

ମିଳିଲା ଦଣ୍ଡ: ବଦଳିଲେ ଥାନାଧିକାରୀ, ତଦନ୍ତ ଅଧିକାରୀ ନିଲମ୍ବିତ: ଧରିତ୍ରୀକୁ ଧନ୍ୟବାଦ ଦେଲେ ଦୃଷ୍ଟିହୀନ ଦମ୍ପତିି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପୋଲିସର ନିଷ୍କ୍ରିୟତା ଯୋଗୁ ନୟାଗଡ଼ର ଏକ ଦୃଷ୍ଟିହୀନ ଦମ୍ପତି ଦୀର୍ଘଦିନ ହେଲା ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା...

ତନ୍ତ୍ର ସାଧନା ପଛର ରହସ୍ୟ ଖୋଲିଲା ପୋଲିସ:ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ ଭାଇ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୮।୧(ଡି.ଏନ୍‌.ଏ.):ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ତନ୍ତ୍ରସାଧକ ଶୋଭାବନ ରଣା ଜେଲରୁ...

କଖାରୁବଳି, ଝୁଣାହାଣ୍ଡି ପରମ୍ପରା

ଭଦ୍ରକ ଅଫିସ, ୭।୧୦ – ମା’ ଦଶଭୁଜାଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପୂଜା କରାଯାଏ। ଭଦ୍ରକରେ ବିଭିନ୍ନ ପୂଜା ମଣ୍ଡପରେ ପରମ୍ପରା ଅନୁଯାୟୀ ମା’ଙ୍କ...

ରାଜ୍ୟରେ ପ୍ରତିଷ୍ଠା ହେବ ୪୫ ଫାଷ୍ଟ ଟ୍ରାକ କୋର୍ଟ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ୪୫ଟି...

ଟ୍ରେନ୍‌ରୁ ଖସି ପଡ଼ି କଟିଲା ଗୋଡ଼

ଧର୍ମଶାଳା,୫ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍‌ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ...

ଆୟୁଷ୍ମାନ ଭାରତ: ଓଡ଼ିଶା ପାଇଛି ୧୧୩କୋଟି

ଭୁବନେଶ୍ୱର,୪ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିବାରୁ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି।...

Leave a comment

Your email address will not be published. Required fields are marked *