ଜେଟ୍‌କୁ ମିଳିଲେନି ନୂଆ ବିଡର

ମୁମ୍ବାଇ, ୩-୯: ଋଣ ସଙ୍କଟରେ ଫସି ବନ୍ଦ ହୋଇ ପଡିଥିବା ଜେଟ ଏୟାରଓ୍ବେଜକୁ ନୂଆ ବିଡର ମିଳିନ ଥିବା ଜଣା ପଡିଛି। ବର୍ତ୍ତମାନ କମ୍ପାନୀ ବିରୋଧରେ ଇନସଲଭେନ୍ସି ମାମଲା ଚାଲିଛି। ପ୍ରାଥମିକ ବିଡିଂ ଲାଗି ଥିବା ବର୍ଦ୍ଧିତ ସୀମା ମଧ୍ୟରେ କୌଣସି ନୂଆ ବିଡର ମିଳି ନ ଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କମ୍ପାନୀ ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଜାରି କରିବାର ତୃତୀୟ ସମୟ ସୀମା ଅଗଷ୍ଟ ୩୧ରେ ଶେଷ ହୋଇଛି। ପୂର୍ବର ପ୍ରକ୍ରିୟାରେ ମାତ୍ର ୩ ସଂସ୍ଥା ବିଡ୍‌ ଦାଖଲ କରିଥିଲେ। ଋଷିଆନ ଫଣ୍ଡ ଟ୍ରେଜେରୀ ଆର୍‌ଏ ପାର୍ଟନର୍ସ, ପାନାମା ଭିତ୍ତିକ ନିବେଶ ଫାର୍ମ ଆଭାଣ୍ଟୋଲୁ ଗ୍ରୁପ ଏବଂ ଦକ୍ଷିଣ ଆମେରିକାର ବିଜନେସ ଗ୍ରୁପ ସିନର୍ଜି କର୍ପୋରେଶନ ଏହା ମଧ୍ୟରେ ସାମିଲ ରହିଛି। କୌଣସି ନୂଆ ବିଡର ମିଳି ନ ଥିବାରୁ ପୁଣି ଥରେ ତାରିଖ ଘୁଞ୍ଚି ନ ପାରେ। ଇଓଆଇ ଦାଖଲ କରିଥିବା ସଂସ୍ଥାକୁ ନେଇ ଯୋଜନା ଆଗକୁ ବଢିବ ବୋଲି ଅଧିକାରୀ କହିଛନ୍ତି। ଅଗଷ୍ଟ ୨୬ରେ ଜେଟ୍‌ ଏୟାରଓ୍ବେଜର କମିଟି ଅଫ୍‌ କ୍ରେଡିଟର (ସିଓସି) ଇଓଆଇ ଦାଖଲର ଶେଷ ତାରିଖକୁ ବଢାଇଥିଲା। ଅଗଷ୍ଟ ୩ ଏବଂ ୧୦ ପରେ ତୃତୀୟ ଥର ଲାଗି ଉକ୍ତ ତାରିଖ ବଢିଥିଲା।


All Right Reserved By Dharitri.Com

ଭାରତକୁ ଟ୍ରେଡ୍‌ ଓ୍ବାର୍‌ ଲାଭ;ରପ୍ତାନି ବୃଦ୍ଧିରେ ବିଶ୍ୱରେ ଏକମାତ୍ର ଦେଶ

ନୂଆଦିଲ୍ଲୀ,୨-୮: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆରମ୍ଭ ହୋଇଥିବା ବେଳେ ଏସିଆରେ ଭାରତ ଏକମାତ୍ର ଦେଶ ଯିଏକି ଅଧିକ ରପ୍ତାନି କରିବାରେ ସଫଳ...

ଆମାଜନରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ;ଜୋର ଧରିଲା ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭-୫: ଅନ୍‌ଲାଇନ ସପିଂ ପ୍ଲାଟଫର୍ମ ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ ବିକ୍ରି ହେବାକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ଏହାକୁ ନେଇ...

କର୍ପୋରେଟ ଟିକସ ହ୍ରାସ; ଶୀର୍ଷ ୧୦୦୦ କମ୍ପାନୀଙ୍କୁ ହେବ ୩୭ ହଜାର କୋଟିର ଫାଇଦା

ନୂଆଦିଲ୍ଲୀ,୨୩-୯: ସରକାରଙ୍କ ପକ୍ଷରୁ କର୍ପୋରେଟ ଟିକସ ହ୍ରାସ ଘୋଷଣା କରାଯିବା ଦ୍ୱାରା ତାଲିକାଭୁକ୍ତ ଶୀର୍ଷ ୧ ହଜାର କମ୍ପାନୀଙ୍କୁ ପ୍ରାୟ ୩୭ ହଜାର କୋଟି ଟଙ୍କାର...

ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପୁଣି ଟାରିଫ ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ

ଟୋକିଓ/ନୂଆଦିଲ୍ଲୀ,୨୮-୬: ଜି-୨୦ ସମ୍ମିଳନୀ ଅବସରରେ ଜାପାନର ଓସାକା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକରେ ଦୁଇ...

ସିମ୍‌ ଭଳି ପୋର୍ଟେବଲ ହେବ ସେଟ୍‌ ଟପ୍‌ ବକ୍ସ

ନୂଆଦିଲ୍ଲୀ,୧୩।୫: ଗ୍ରାହକଙ୍କୁ ଭଲ ତଥା ଅଧିକ ସେବା ଯୋଗାଣ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଟେଲିକମ ରେଗୁଲେଟୋରୀ ଅଥରିଟି(ଟ୍ରାଇ) ବର୍ଷ ଶେଷରେ ଏକ ନୂଆ ନିୟମ...

୩ଦିନରେ ନିବେଶକ ହରାଇଲେ ୪ ଲକ୍ଷ କୋଟି

ମୁମ୍ବାଇ,୨୩-୭: ବିଶ୍ୱ ଶେୟାର ବଜାରରେ ନିବେଶକଙ୍କ ନକରାମତ୍କ ମନୋଭାବର ପ୍ରତିଫଳନ ଘରୋଇ ଷ୍ଟକ୍‌ ବଜାର ଉପରେ ପଡିଛି। କ୍ରମାଗତ ତିନି ଦିନ ଧରି ସେନ୍‌ସେକ୍ସ ଓ...

ଅଟୋଶିଳ୍ପ ମାନ୍ଦାବସ୍ଥାର ତଜର୍ମା ହେବ

ନୂଆଦିଲ୍ଲୀ,୨-୧୧: ଦେଶର ଅଟୋମୋବାଇଲ ଶିଳ୍ପରେ ଆସିଥିବା ମାନ୍ଦାବସ୍ଥାର ତଜର୍ମା ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି କରିବ। ଏହି ଶିଳ୍ପରେ ସ୍ଥିତାବସ୍ଥା ଲାଗି ସରକାର କିଭଳି ବ୍ୟବସ୍ଥା...

୮୦ ହଜାର ପର୍ଯ୍ୟନ୍ତ ଶସ୍ତା ହେବ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଲୀ,୨୮-୭: ପେଟ୍ରୋଲ ଓ ଡିଜେଲ ଗାଡ଼ି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଯାନ ପ୍ରଚଳନ...

Leave a comment

Your email address will not be published. Required fields are marked *