Posted inଜାତୀୟ

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା ଦେଇଥିବାରୁ ଏମିତି ଏକ ନିୟମ ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ପାଣି ନଷ୍ଟ କରୁଥିବା ବ୍ୟକ୍ତି ଯଦି ଏହିପରି ୩ଥର କରନ୍ତି ତେବେ ତାଙ୍କର ପାଣି କନେକସନ୍‌ କାଟି ଦିଆଯିବ। ଜଳ ଯୋଗାଣ ସମିତିର ମୁଖ୍ୟ ଲଖନ ରାଜଗୋର ରବିବାର ସୂଚନା ଦେଇଛନ୍ତି, ଦାହୋଦରେ ପାଣିର ଅଭାବ ଦେଖାଦେଇଛି। ଏଠାରେ ଜଳାଭାବ ପୂରଣ କରୁଥିବା କାଡାଣା ବନ୍ଧ ଓ ପାଟା ଡୁଙ୍ଗରି ନଗରର ଜଳସ୍ତର ବହୁ ତଳକୁ ଚାଲି ଯାଇଛି। ତେଣୁ ଏଠାରେ ଦିନେ ଛାଡି ଦିନେ ଜଳ ଯୋଗାଣ କରିବାକୁ ପଡୁଛି। ସେଥିପାଇଁ ପାଣି ବଞ୍ଚାଇବାକୁ ଯାଏ ଏଭଳି ନିୟମ କରାଯାଇଛି। ଏହି ଚେତାବନୀ ପରେ ଯଦି କେହି ଉପଭୋକ୍ତା ପାଣି ନଷ୍ଟ କରୁଛନ୍ତି ତେବେ ୨-୩ ଥର ଧରାପଡିଲେ ଜରିମାନା ସହ ବିନା ନୋଟିସରେ ତାଙ୍କ ପାଣି କାଟି ଦିଆଯିବ ବୋଲି ସୂଚନା ଦିଆଯାଇଛି।


All Right Reserved By

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

ଷ୍ଟ୍ରେଚର ନ ମିଳିବାରୁ ଅସୁସ୍ଥ ମା’ଙ୍କୁ କାନ୍ଧରେ ବୋହିଲେ ପୁଅ

ଲକ୍ଷ୍ନୌ,୨୧।୮: ଯୋଗୀ ସରକାର ଉତ୍ତରପ୍ରଦେଶରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସ୍ବାସ୍ଥସେବାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ...

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ...

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ...

କାନ୍ଦିଲେ ଭେଙ୍କାୟା: କହିଲେ, ଏଥର ରାଖୀରେ ଖାଲି ରହିବ ହାତ

ନୂଆଦିଲ୍ଲୀ, ୭।୮: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ ଶ୍ମଶାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ...

ତାତି ସହି ନ ପାରି କେରଳ ଏକ୍ସପ୍ରେସ୍‌ରେ ୪ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରୁ ଝାନ୍‌ସୀ ଯାଉଥିବା କେରଳ ଏକ୍ସପ୍ରେସ୍‌ରେ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ତାତି ସହି ନ ପାରି ଏଥିରେ ଯାତ୍ରା କରୁଥିବା ୪...

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ...

ସୋନଭଦ୍ର ମୃତକଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା

ସୋନଭଦ୍ର(ୟୁପି),୧୪ା୮(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ସୋନଭଦ୍ର ଜିଲାର ଉମ୍ଭା ଗଁା ଗସ୍ତକରି ଗଣହତ୍ୟାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ମାସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *