Posted inଖେଳ

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା :ଜୁଜୁଟ୍‌ସୁ କଣ୍ଟାକ୍ଟରେ ଅନୁପମାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଚାଲିଥିବା ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତାରେ ଭାରତରୁ ଏକମାତ୍ର ଏଲାଇଟ ଖେଳାଳିଭାବେ ଅଂଶଗ୍ରହଣ କରିଥିବା ଉତ୍କଳ କରାଟେ ସ୍କୁଲର ଅନୁପମା ସ୍ବାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ପ୍ରତିଯୋଗିତାର ଜୁଜୁଟ୍‌ସୁ କଣ୍ଟାକ୍ଟ ବିଭାଗରେ ଏହି ସଫଳତା ପାଇଛନ୍ତି। ଅନୁପମା ଜୁଜୁଟ୍‌ସୁ ନଓ୍ବୋଜା ବିଭାଗରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ପଦକ ହାସଲରୁ ଅଳ୍ପକେ ବଞ୍ଚତ୍ତ ହୋଇଥିଲେ। ବିଶ୍ୱ ସଂଘଦ୍ୱାରା ଅନୁପମାଙ୍କୁ ବିଶ୍ୱର ଜଣେ ଏଲାଇଟ ଖେଳାଳିଭାବେ ସ୍ବିକୃତି ମିଳିଥିବାରୁ ତାଙ୍କର ସମସ୍ତ ଖର୍ଚ୍ଚ ଓ୍ବାଲର୍‌ଡ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ଆୟୋଜକ କମିଟି ବହନ କରୁଛି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜଣେ ଅନ୍ତର୍ଜାତୀୟ କରାଟେ ଖେଳାଳି ହେବା ସହ ଶକ୍ତିଉତ୍ତୋଳନରେ ଏସିଆ ଚାମ୍ପିୟନ, ଜୁଜୁଟ୍‌ସୁରେ ବିଶ୍ୱମାନ୍ୟତାପ୍ରାପ୍ତ ଥାଇଲାଣ୍ଡ ଓପନରେ ସ୍ବର୍ଣ୍ଣ ପଦକ ବିଜୟିନୀ। ବହୁମୁଖି ପ୍ରତିଭାର ଅଧିକାରିଣୀ ଅନୁପମା ଉତ୍କଳ କରାଟେ ସ୍କୁଲରେ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ ଜାରି ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲ ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ଅନୁପମା ଏକସଙ୍ଗରେ ମିକ୍ସଡ ମାର୍ଶାଲ ଆର୍ଟ, କରାଟେ, ଶକ୍ତିଉତ୍ତୋଳନ, ସ୍ପୋଟର୍‌ସ୍‌ କ୍ଲାଇମ୍ବିଂ, ରେସଲିଂ ଓ ଶୁଟିଂରେ ନିଜ ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇଛନ୍ତି। କରାଟେରେ ସେ ଜଣେ ଅନ୍ତର୍ଜାତୀୟ ପଦକଧାରୀ। ୨୦୧୯ ଜୁଲାଇ ୨୬ରୁ ୨୮ ପର୍ଯ୍ୟନ୍ତ କଲିକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଆମନ୍ତ୍ରଣୀୟ କରାଟେ ଚାମ୍ପିୟନଶିପ୍‌ରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଥିଲେ। ୨୦୧୬ ଏପ୍ରିଲ ୭ରୁ ୧୦ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ପ୍ରଥମ ବିଶ୍ୱ କରାଟେ ପ୍ରିମିୟର ଲିଗ୍‌ରେ ସେ ଭାଗ ନେଇଥିଲେ ଏବଂ ୧ ପଏଣ୍ଟ ଅର୍ଜନ କରିଥିଲେ। ୨୦୧୫ ସେପ୍ଟେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୮ମ ରାଜ୍ୟଗୋଷ୍ଠୀ କରାଟେ ଚାମ୍ପିୟନଶିପ୍‌ର ମହିଳା ୫୫ କେଜିରେ ଭାଗନେଇ ସେ ୫ମ ସ୍ଥାନ ଅଧିକାର କରିଥିଲେ। ୨୦୧୮ ସେପ୍ଟେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଆୟୋଜିତ ନ୍ୟାଶନାଲ କ୍ଲାସିକ ଶକ୍ତିଉତ୍ତୋଳନ ଚାମ୍ପିୟନଶିପ୍‌ର ସିନିୟର ମହିଳା ୫୨ କେଜି କାଟେଗୋରିରେ ସେ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୧୭ ଡିସେମ୍ବର ୪ରୁ ୯ ପର୍ଯ୍ୟନ୍ତ କେରଳର ଆଲାପୁଝାଠାରେ ଅନୁଷ୍ଠିତ ଏସିଆନ କ୍ଲାସକ ପାଓ୍ବାରଲିଫ୍‌ଟିଂ ଚାମ୍ପିୟନଶିପ୍‌ର ମହିଳା ୫୨ କେଜି ଅନ୍‌ଇକ୍ୟୁପ୍‌ଡ୍‌ କାଟେଗୋରିରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ସେ ସ୍କ୍ବାଟ୍‌ରେ ୧୩୨, ବେଞ୍ଚ୍‌ପ୍ରେସ୍‌ରେ ୬୫ ଏବଂ ଡେଡ୍‌ଲିଫ୍ଟରେ ୧୨୭.୫ ଏହିପରି ମୋଟ ୩୨୫ କେଜି ଶକ୍ତିଉତ୍ତୋଳନ କରିଥିଲେ। ୨୦୧୬ରେ ଭୁବନେଶ୍ୱରରେ ଅନୁଷ୍ଠିତ ଯୋଦ୍ଧା ଫାଇଟିଂ ଚାମ୍ପିୟନଶିପ୍‌ରେ ମଧ୍ୟ ତାଙ୍କ କଳାକୌଶଳ ସମସ୍ତଙ୍କୁ ବିସ୍ମିତ କରିଥିଲା। ମା ପ୍ରେମଲତା ଓ ପିତା ପ୍ରସନ୍ନ କୁମାର ସ୍ବାଇଁଙ୍କ ସୁକନ୍ୟା ଅନୁପମାଙ୍କ ଘର କେନ୍ଦୁଝର ଜିଲା ସାରସ ଗ୍ରାମରେ। ୨୦୧୦ରେ ଉତ୍କଳ କରାଟେ ସ୍କୁଲରେ ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ନିଜ କ୍ରୀଡ଼ା କ୍ୟାରିୟର ଆରମ୍ଭ କରିଥିବା ଏହି ପ୍ରତିଭାଧାରୀ ଖେଳାଳି ଏବେ ଓଡ଼ିଶା ପୋଲିସରେ କାର୍ଯ୍ୟରତ।


All Right Reserved By Dharitri.Com

Posted inଖେଳ View All

ଭାଷ୍ୟକାରଙ୍କ ପ୍ୟାନେଲରେ ଗାଙ୍ଗୁଲି, ମଞ୍ଜରେକର

ଲଣ୍ଡନ,୧୭ା୫- ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ବିଶ୍ୱକପ୍‌ ଲାଗି ଶୁକ୍ରବାର ଆଇସିସି ପକ୍ଷରୁ ଭାଷ୍ୟକାରଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ପୂର୍ବତନ ଭାରତୀୟ ଅଧିନାୟକ...

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ...

ଫେଡରରଙ୍କୁ ହରାଇଲେ ତିସିତ୍‌ସିପାସ୍‌

ଲଣ୍ଡନ୧୭ା୧୧ (ଏଏଫ୍‌ପି)-ଏଟିପି ଫାଇନାଲ୍ସରେ ପ୍ରଥମ ପଦାର୍ପଣରେ ଗ୍ରୀସ୍‌ର ଷ୍ଟିଫାନୋସ ତିସିତ୍‌ସିପାସ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଶନିବାର ସେ ୬ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ୬-୩,...

ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଘୋଷାଲ ପ୍ରି-କ୍ୱାର୍ଟରରେ

ଦୋହା, ୧୧ା୧୧ (ପି.ଟି.)- ଭାରତର ସୌରଭ ଘୋଷାଲ ଏଠାରେ ଚାଲିଥିବା ପିଏସ୍‌ଏ ପୁରୁଷ ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ସେ ଫ୍ରାନ୍ସର ଲୁକାସ ସେରମିଙ୍କୁ...

ସଚିନଙ୍କ ବିଶ୍ୱ ଏକାଦଶ ଖେଳାଳି ତାଲିକାରେ ଧୋନୀଙ୍କ ସ୍ଥାନ ନାହିଁ

ଲଣ୍ଡନ, ୧୫।୭: କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ବିଶ୍ୱ ଏକାଦଶ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ସ୍ଥାନ...

ଶକିବଙ୍କ ବାସନ୍ଦ ନେଇ ବାଂଲାଦେଶରେ ବିକ୍ଷୋଭ

ଢାକା, ୩୧।୧୦(ଏଏଫ୍‌ପି)- ତାରକା ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦୁଇ ବର୍ଷ ବାସନ୍ଦ କରିବା ପରେ ବାଂଲାଦେଶରେ ତାଙ୍କ ସମର୍ଥନରେ...

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)- ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ...

ଆର୍ମି ଟ୍ରେନିଂ ସାରି ଏବେ ଏହି କାମରେ ଧୋନୀ

ନୂଆଦିଲ୍ଲୀ, ୨୨।୮:ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରୁ ବିଶ୍ରାମ ନେଇ ଭାରତୀୟ ସେନାରେ ଯୋଗଦେଇଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହିସମୟ ମଧ୍ୟରେ ସେ ଟେରିଟୋରିଆଲ...

Leave a comment

Your email address will not be published. Required fields are marked *