Posted inଜାତୀୟ

ଏଥର ଦଳକୁ ନେଇ ନୁହେଁ ଯେମିତି ବ୍ୟକ୍ତି କୈନ୍ଦ୍ରିକ ହେଲା ନିର୍ବାଚନ

ନୂଆଦିଲ୍ଲୀ,୨୦।୫: ସରିଛି ଲୋକ ସଭା ନିର୍ବାଚନ। ହେଲେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଆଉ ୨ ଦିନ ପରେ ସ୍ପଷ୍ଟ ହେବ ଯେ ଇତିହାସର ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ନିର୍ବାଚନରେ କିଏ ବିଜୟୀ ହେଲା। ପୂର୍ବ ନିର୍ବାଚନକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ଏଥର ରାଜନୈତୀକ ଦଳ ଗୌଣ ହୋଇ ଯାଇଥିବା ବେଳେ ଏହି ନିର୍ବାଚନ ବ୍ୟକ୍ତିବାଦୀ ହୋଇଗଲା। ବିରୋଧୀ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ମୁଦ୍ଦା କରୁଥିବା ବେଳେ ଏହାକୁ ନେଇ ଶାସକ ଦଳ ମଧ୍ୟ ଭୋଟ ମାଗିବା ଆରମ୍ଭ କରିଥିଲେ। ତେବେ ୧୯୭୧ ପରେ ଏମିତି ଏକ ନିର୍ବାଚନ ଦେଖିବାକୁ ମିଳିଲା ଯେଉଁଥିରେ ଶାସକ ଦଳ ବିରୋଧରେ ଛୋଟମୋଟ ମେଣ୍ଟ ମଧ୍ୟ ହୋଇଗଲା। ଅନ୍ୟପଟେ ଆରୋପ, ପ୍ରତ୍ୟାରୋପ, କଟାକ୍ଷକୁ ଦେଖିଲେ ଲାଗିଲା ଏହା ଯେମିତି ସବୁ ସୀମା ଟପି ଯାଇଥିଲା। ବିଶେଷ କରି ପାକିସ୍ତାନର ବାଲାକୋଟ ଆକ୍ରମଣ ପରେ ମୋଦି ଚର୍ଚ୍ଚାକୁ ଆସିଥିବା ବେଳେ ବିରୋଧୀ ଯେମିତି ବ୍ୟକ୍ତିଙ୍କୁ ବିରୋଧ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ। ସେମିତି ପଶ୍ଚିମବଙ୍ଗରେ ମମତାଙ୍କ ଭାଜପା ପ୍ରତି ଥିବା ଅଭିମୁଖ୍ୟରୁ ଲାଗୁଥିଲା କି ସେ ଦଳ ସହ ନୁହେଁ ବରଂ ବ୍ୟକ୍ତିଙ୍କ ସହ ନିର୍ବାଚନ ଲଢୁଛନ୍ତି। ସେମିତି ରାହୁଲଙ୍କ ଟାର୍ଗେଟରେ ମୋଦି ଥିବା ବେଳେ ମମତାଙ୍କ ଟାର୍ଗେଟରେ ମଧ୍ୟ ରହିଲେ ମୋଦି। ସେହିପରି ଉତ୍ତର ପ୍ରଦେଶରେ ମାୟାବତୀ ଓ ଅଖିଳେଶଙ୍କ ଟାର୍ଗେଟରେ ମଧ୍ୟ ରହିଲେ ମୋଦି। ଅନ୍ୟପଟେ କୌଣସି ଦଳର ବିଜୟକୁ ସ୍ଲୋଗାନରେ ସାମିଲ ନ କରି ବରଂ ଫିର୍‌ ଏକ୍‌ ବାର୍‌ ମୋଦି ସରକାର ବୋଲି ସ୍ଲୋଗାନ୍‌ ଶୁଣିବାକୁ ମିଳିଲା। ଯାହ ବି ହେଉନା କାହିଁକି ଏବେ ଏକ୍‌ଜିଟ୍‌ ପୋଲ୍‌କୁ ଛାଡି ସମସ୍ତଙ୍କ ନଜର ଫଳାଫଳ ଉପରେ।


All Right Reserved By

ତିହାର ଜେଲ୍‌ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ...

ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ୩୫ ମିନିଟ୍‌ ଅଟକି ରହିଲା ମେଟ୍ରୋ ଟ୍ରେନ୍‌

କୋଲକତା,୧୨।୯: କୋଲକତା ବେଲ୍‌ଗାଛିଆ ଷ୍ଟେଶନରେ ଗୁରୁବାର ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଫଳରେ ଏଠାରେ ୩୫ ମିନିଟ୍‌ ଧରି ମେଟ୍ରୋ ସେବା ବାଧାପ୍ରାପ୍ତ...

କଶ୍ମୀର ସେଓରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌: କାରବାର ବନ୍ଦ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଚଳିତ ଋତୁରେ ସେଓ କାରବାରରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ସେଓ ବ୍ୟବସାୟ ଜଡ଼ିତ ଥିବା ଲୋକଙ୍କୁ ପାକିସ୍ତାନ...

ଇନ୍ଦୋର ଆସିଲା ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ

ଇନ୍ଦୋର,୪।୧୦: ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ ମଧ୍ୟ ପ୍ରଦେଶର ଇନ୍ଦୋରରେ ପହଞ୍ଚିଥିବା ଖବର ମିଳିଛି। ଏଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ରାଉଣ୍ଡ ସ୍କୋୟାର କନଫରେନ୍ସରେ ସୋଫିଆକୁ...

ଜେଲ୍‌ ଗଲେ ଅପୂର୍ବା

ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ...

ବିଦେଶ ଯାତ୍ରା ପାଇଁ ରବର୍ଟଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୩।୯: ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ସ୍ବତନ୍ତ୍ର ଅଦାଲତ ରବର୍ଟ...

ନିଜର ମତ ସାବ୍ୟସ୍ତ କଲେ ୬୮ ବର୍ଷୀୟ କର୍କଟ ପୀଡିତ

ଗୁଆହାଟି,୨୩।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରତ୍ୟେକ ନାଗରିକ ସେମାନଙ୍କ ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ...

ନିର୍ବାଚନରେ ପରାସ୍ତ ହେବାପରେ ପ୍ରଥମଥର ପାଇଁ ଜୁଲାଇ ୧୦ରେ ଆମେଠି ଯିବେ ରାହୁଲ

ନୂଆଦିଲ୍ଲୀ, ୮।୭:ଗତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ପରାଜୟର ସ୍ବାଦ ଚାଖିଥିବା ରାହୁଲ ଗାନ୍ଧୀ ଜୁଲାଇ ୧୦ରେ ଆମେଠି ଯିବାର କାର୍ଯ୍ୟକ୍ରମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *