ଏଇ ଭାରତରେ

ଜଣେ ଚିତ୍ରକର ନିଜକୁ ମହାକାଶଚାରୀ ବେଶରେ ସଜେଇ ପଥୁରିଆ ସ୍ଥାନରେ ଚାଲି ଚନ୍ଦ୍ରପୃଷ୍ଠରେ ଚାଲିବାର ଭ୍ରମ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ମନରେ। ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁଠାରେ। ବେଙ୍ଗାଲୁରୁର ଟୁଙ୍ଗାନଗର ମୁଖ୍ୟରାସ୍ତା ପାର୍ଶ୍ୱରେ ପଡେ ଏଭଳି ଅନେକ ପୋଥୋଲ୍ସ (ପଥରରେ ବଡ଼ ବଡ଼ ଗର୍ତ୍ତ)। ତେଣୁ ଏହି ଅଞ୍ଚଳ ସହିତ ସଂଯୋଗକାରୀ ସଡ଼କ ନିର୍ମାଣ କରାଯିବା ଅସମ୍ଭବ। ତେବେ ମହାକାଶଚାରୀ ବେଶରେ ଏହି ବ୍ୟକ୍ତି ମହାଶୂନ୍ୟରେ ଚାଲିବା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି। ବାଦଲ ନଞ୍ଜୁଦସ୍ବାମୀ ନାମକ ଏହି ଚିତ୍ରକର ଅନେକ ସମୟରେ ନିଜ ଚିତ୍ରକଳା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଦୋଷତ୍ରୁଟି ଦର୍ଶାଇ ସ୍ବର ଉତ୍ତୋଳନ କରିବା ସହିତ ଗଣମାଧ୍ୟମରେ ଚର୍ଚ୍ଚିତ ହୁଅନ୍ତି। ସେ ମହାକାଶଚାରୀ ବେଶରେ ବେଙ୍ଗାଲୁରୁର ଉପରୋକ୍ତ ଅଞ୍ଚଳରେ ଚାଲିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଅଞ୍ଚଳର ପଥର ଓ ବାଲୁକାମୟ ଅଞ୍ଚଳ ଚନ୍ଦ୍ରପୃଷ୍ଠର ଭ୍ରମ ସୃଷ୍ଟି କରିଥିଲା। ଉକ୍ତ ବ୍ୟକ୍ତିଙ୍କର ଭିଡିଓକୁ ପାଖାପାଖି ୨୦୦୦ ବ୍ୟକ୍ତି ଲାଇକ୍‌ କରିବା ସହିତ ଅନେକ ମତାମତ ଦେଇଛନ୍ତି। ଜଣେ ଟୁଇଟର୍‌ରେ ଏହା ଉପରେ ମତ ଦେଇ ଲେଖିଛନ୍ତି, ଆଗ୍ନେୟଗିରିଗୁଡିକ ଏତେ ବଡ଼ ଯେ, ଏଗୁଡିକ ଉପରେ ମହାକାଶଚାରୀମାନଙ୍କୁ ସହଜରେ ତାଲିମ ଦିଆଯାଇ ମୁନ୍‌ ମିଶନ୍‌ ସଫଳତା ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ।


All Right Reserved By

ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି...

ବେଦଭାଷ୍ୟ ଓ ଶ୍ରୀଅରବିନ୍ଦ

ଜନ୍ମେଜୟ ଦ୍ୱିବେଦୀ ପୃଥିବୀପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଜନ୍ମର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀମାଙ୍କର ବକ୍ତବ୍ୟ ଯଥେଷ୍ଟ ପରିମାଣରେ ତାଙ୍କୁ ନେଇ ଅନେକ ଭୁଲ ବୁଝାମଣା ଦୂର କରିବା ସଙ୍ଗେ...

ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮...

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି।...

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳେ। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟର ଜଙ୍ଗଲରେ ବସବାସ କରୁଥିବା ଭୀଲ୍‌...

ଉଦ୍ଭିଦର ଇନ୍ଦ୍ରିୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଦିନେ ନିଶ୍ଚୟ ଜାଣିବାକୁ ପାଇବା ଯେଉଁ ଗଛଗୁଡ଼ିକୁ ଆମେ ମାରିଦେଉଛୁ, ଯେଉଁ ଘାସକୁ ଆମେ ବଗିଚାରୁ ଉପାଡ଼ି ପକାଉଛୁ,...

ଏଇ ଭାରତରେ

ବିହାରର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକାବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ। ଏନେଇ ସେ...

ଏଇ ଭାରତରେ

ବନ୍ୟାଜଳ ଉବୁଟୁବୁ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ ବାହାରକୁ ଗୋଡ ବଢ଼ାଇଥିଲେ। ଏହି ସମୟରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *