Posted inଜାତୀୟ

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨।୯: ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ। ସହରର ଅନେକ ରାସ୍ତା ଖାଲଢିପ ରହିଥିବାରୁ ଏହାର ସଚେତନତା ପାଇଁ ପ୍ରଶାସନକୁ ପ୍ରଦର୍ଶନ କରିବାକୁ ଯାଇ ଜଣେ ବ୍ୟକ୍ତି ମହାକାଶଚାରୀର ରୂପ ନେଇଛନ୍ତି। ସୂଚନାଯୋଗ୍ୟ, ବେଙ୍ଗାଲୁରୁସ୍ଥିତ ତୁଙ୍ଗାନଗରରେ ରାସ୍ତା ଖରାପ ଥିବାରୁ ଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ରବିବାର ରାତିରେ ଜଣେ ବ୍ୟକ୍ତି ମହାକାଶଚାରୀ ପୋଷାକ ପରିଧାନ କରି କ୍ରେଟର୍ସ ଉପରେ ‘ମୁନ ଓ୍ବାକ’ କରିଛନ୍ତି। ଯାହାକୁ ଦେଖିଲେ ଲାଗୁଛି ସତରେ ଯେଭଳି ଚନ୍ଦ୍ରପୃଷ୍ଠରେ ଜଣେ ମହାକାଶଚାରୀ ଚାଲୁଛନ୍ତି। କିନ୍ତୁ ଏହି ଦୃଶ୍ୟକୁ କିଛି ସମୟ ଦେଖିଲେ ଲୋକେ ଜାଣିପାରିବେ ଏହା କୌଣସି ଚନ୍ଦ୍ରପୃଷ୍ଠ ନୁହେଁ ବରଂ ଏକ ରାସ୍ତାର ଦୁରବସ୍ଥା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ପିଏମ୍‌ସି ଜମାକାରୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ(ପିଏମ୍‌ସି)ବ୍ୟାଙ୍କର ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ରହୁଥିବା ୫୯ ବର୍ଷୀୟ ଫଟୋମଲ...

ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ କଲେ ଯୁବକ

ହାଇଦ୍ରାବାଦ,୨୭।୫: ‘ସର୍ଭ ନିଡି’ ନାମକ ଏନ୍‌ଜିଓ ବା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ନିଜ ହାତରେ...

ବିଷାକ୍ତ ମଦ ନେଲାଣି ୧୪ ଜୀବନ: ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶର ବାରବାଙ୍ଗୀ ଜିଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ଜଣ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ...

କୃତ୍ରିମ ହାର୍ଟ ଲଗାଇବାର ବର୍ଷକ ପରେ କାମ କଲା ପ୍ରାକୃତିକ ହାର୍ଟ

ନୂଆଦିଲ୍ଲୀ,୧୧।୭: କୃତ୍ରିମ ହାର୍ଟ ଲାଗିବାର ବର୍ଷକ ପରେ ପୁଣିଥରେ ରୋଗୀଣା ହାର୍ଟ କାମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଘଟିଛି...

ସୀମାରେ ଯବାନଙ୍କୁ ରାଖୀ ବାନ୍ଧିଲେ ମହିଳା

ପଞ୍ଜାବ,୧୫।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ପଡିଥିବାରୁ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସୀମାରେ ସୁରକ୍ଷା...

ଶିଶୁଙ୍କୁ ଯୌନ ନିର୍ଯାତନା ନେଇ କଠୋର ହେଲେ ସୁପ୍ରିମକୋର୍ଟ: ସବୁ ଜିଲାରେ ହେବ ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ,୨୫ା୭(ପି.ଟି.)-  ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି। ଏପରି କି କେତେକ ଜିଲାରେ ଏଭଳି ଶତାଧିକ ମାମଲା ଗଡ଼ୁଛି। ସୁପ୍ରିମକୋର୍ଟ ଏହାକୁ...

ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ

ନୂଆଦିଲ୍ଲୀ,୨।୨: କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ...

ପାକିସ୍ତାନକୁ ଆକାଶ ପଥ ମାଗିଲା ଭାରତ

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ପାକିସ୍ତାନ ତା’ର ଆକାଶ ପଥ ବନ୍ଦ କରି ଦେଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭାରତ ପାକିସ୍ତାନକୁ ତା’ର...

Leave a comment

Your email address will not be published. Required fields are marked *