Posted inଜାତୀୟ

ବଦଳିଗଲାଣି ଅଭିନନ୍ଦନଙ୍କ ଲୁକ୍‌

ନୂଆଦିଲ୍ଲୀ,୨।୮: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବଡ ବଡ ନିଶ ରଖୁଥିବାବେଳେ ଏବେ ସେ ଏହାକୁ କାଟି ଛୋଟ କରିଦେଇଛନ୍ତି। ସୋମବାର ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ ଧନୱା ଏକାଠି ମିଗ-୨୧ ଯୁଦ୍ଧ ବିମାନ ଉଡାଣ କରିଥିଲେ। ଏହି ସମୟରେ ଅଭିନନ୍ଦନଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। କେବଳ ନିଶ ନୁହେଁ, ହେୟାର୍‌ ଷ୍ଟାଇଲ୍‌ରେ ମଧ୍ୟ ସେ ପରିବର୍ତ୍ତନ ଆଣିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ସମୟରେ ଅଭିନନ୍ଦନ ହିଁ ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬ର ମୁକାବିଲା କରିଥିଲେ। ଅଭିନନ୍ଦନ ମିଗ-୨୧ ବିମାନରୁ ମାଡ କରିଥିବା ଗୁଳିଟି ପାକ ଏଫ-୧୬ରେ ମାଡ ହୋଇଥିଲା। ଏହାପରେ ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଅଭିନନ୍ଦନ ପିଓକେରେ ହିଁ ପାରାଚ୍ୟୁଟ ଦ୍ୱାରା ଲ୍ୟାଣ୍ଡ କରିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲେ ହେଁ ୫୬ ଘଣ୍ଟା ମଧ୍ୟରେ ଛାଡିବାକୁ ବାଧ୍ୟ ହୋଇଥିଲା। ସେବେଠାରୁ ସେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ଖାସ୍‌ ଭାବେ ତାଙ୍କ ନିଶକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା।


All Right Reserved By Dharitri.Com

ସାଧ୍ୱୀ ପ୍ରଜ୍ଞାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୧: ମାଲୋଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ମଧ୍ୟପ୍ରଦେଶ ଭୋପାଳରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା...

ଆଇପିସି ଏବଂ ସିଆର୍‌ପିସିରେ ଅଣାଯିବ ପରିବର୍ତ୍ତନ; ଗଠନ ହେବ ନ୍ୟାସନାଲ୍‌ ମୋଡୁସ୍‌ ଆପରେଣ୍ଡି ବ୍ୟୁରୋ: ଅମିତ ଶାହ

ନୂଆଦିଲ୍ଲୀ,୨୮।୮: ଦେଶରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଏବଂ ଆପରାଧୀକ ପ୍ରଣାଳୀ କୋଡ୍‌(ସିଆର୍‌ପିସି)ରେ କେତେକ ପରିବର୍ତ୍ତନ କରାଯିବ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ...

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ...

ପଶ୍ଚିମବଙ୍ଗରେ ଟିଏମ୍‌ସି ଆନ୍ଦୋଳନ ଆଜି: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହଁ।ମୁହିଁ

କୋଲ୍‌କାତା,୧୬ା୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ...

ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ...

ବାମ ସଙ୍ଗଠନ ଦଖଲରେ ଜେଏନ୍‌ୟୁ

ନୂଆଦିଲ୍ଲୀ,୧୭ା୯(ପି.ଟି.): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)କୁ ବାମପନ୍ଥୀ ଛାତ୍ର ସଙ୍ଗଠନଗୁଡ଼ିକ ଦଖଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ୪ ପ୍ରମୁଖ ପଦବୀରେ ଆଇଏଏସ୍‌ଏ, ଏସ୍‌ଏଫ୍‌ଆଇ,...

Leave a comment

Your email address will not be published. Required fields are marked *