Posted inଜାତୀୟ

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ ଷ୍ଟିଲ ଜଗ୍‌ ଓ ପେପର କପ୍‌ ରଖାଯାଇଛି। ଏଥିସହ କାର୍ଯ୍ୟାଳୟରେ ଆସୁଥିବା ଲୋକମାନଙ୍କ ପାଇଁ କିଛି ସ୍ଥାନରେ ସ୍ବତନ୍ତ୍ର ପାଣି ମେଶିନ୍‌ର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ରବିବାର ଦଳ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସାପ୍ତାହିକ ଛୁଟି ରହିଥିବାରୁ ଏହି ନିୟମ ସୋମବାରଠାରୁ ଲାଗୁ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନା କରୁଥିବା ନେଇ ଦଳର ରାଷ୍ଟ୍ରିୟ ପ୍ରବକ୍ତା ବିଜୟ ସୋନକର ଶାସ୍ତ୍ରୀ କହିଛନ୍ତି। ଏଥିସହ ରାଷ୍ଟ୍ରୀୟ ସ୍ତରରେ ଏହାକୁ ଲାଗୁ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ତଥା ଅକ୍ଟୋବର ୨ରୁ ଆରମ୍ଭ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି।


All Right Reserved By Dharitri.Com

୧୧ବର୍ଷର ଝିଅକୁ ୩୩ବର୍ଷୀୟ ଯୁବକଙ୍କୁ ବିକିଦେଲେ ପିତା: ୩ ଦିନ ବଳାତ୍କାର କରି ଛାଡ଼ିଦେଲେ ଯୁବକ

ଭୋପାଳ, ୨୦।୫: ମଧ୍ୟ ପ୍ରଦେଶର ଛତରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମଦୁଆ ନିଜ ୧୧ବର୍ଷ ଝିଅଙ୍କୁ ୫୦ ହଜାର ଟଙ୍କାରେ...

୩୭୦ ଉଚ୍ଛେଦକୁ ଜେୟୁଏଚ୍‌ର ସମର୍ଥନ

ନୂଆଦିଲ୍ଲୀ,୧୩-୯: ଅନୁଚ୍ଛେଦ ୩୭୦ ହଟାଯିବା ନିଷ୍ପତ୍ତିକୁ ମୁସ୍‌ଲିମ ସଙ୍ଗଠନ ଜମିୟତ୍‌ ଉଲାମା-ଇ-ହିନ୍ଦ୍‌ (ଜେୟୁଏଚ୍‌) ସମର୍ଥନ କରିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ସେଠାକାର ଲୋକଙ୍କ...

କର୍‌ତାରପୁର କରିଡର ଉଦ୍‌ଘାଟନ: ମନମୋହନଙ୍କୁ ଆମନ୍ତ୍ରଣ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧ା୧୦(ପି.ଟି.): ପଞ୍ଜାବ ଗୁର୍‌ଦାସପୁର ଜିଲାର ଡେରା ବାବା ନାନକଙ୍କ ପୀଠକୁ ପାକିସ୍ତାନ କର୍‌ତାରପୁରର ଦରବାର ସାହିବ ସହ ଯୋଡ଼ିବା ଲାଗି ନିର୍ମିତ କର୍‌ତାରପୁର କରିଡର ନଭେମ୍ବରରେ...

ଦୁଇ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୨ା୬(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ର ଓ ଅତିରିକ୍ତ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରାଯାଇଛି। ଏହାସହ...

ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ: ସୀମାରେ ରହିବ କଡ଼ା ନଜର

ଶ୍ରୀହରିକୋଟା,୨୨।୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାଠାରୁ ବୁଧବାର ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ପିଏସ୍‌ଏଲ୍‌ଭି-ସି-୪୬ରୁ ଉତ୍‌କ୍ଷେପଣ କରାଯାଇଛି। ଏହି...

ଧୋନୀ ଜଣେ ଦେଶଭକ୍ତ: ଗିରିରାଜ

ଲଣ୍ଡନ,୯।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଆର୍ମି...

୨୦ ଅନୁପ୍ରବେଶ ପଥରେ ବହୁସ୍ତରୀୟ ସୁରକ୍ଷା: ଆତଙ୍କବାଦୀଙ୍କ ଗଳାବାଟ ବନ୍ଦ

ଜମ୍ମୁ,୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ଭାରତ-ପାକିସ୍ତାନ ସୀମା ଦେଇ ଆଉ ଆସିପାରିବେନି ସଶସ୍ତ୍ର ଆତଙ୍କବାଦୀ। ସେମାନଙ୍କ ଗଳାବାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦକରି ଦିଆଯାଇଛି। ସୁରକ୍ଷା ସଂସ୍ଥାଗୁଡ଼ିକ ଆତଙ୍କବାଦୀଙ୍କ...

ଅଯୋଧ୍ୟା ରାୟକୁ ଜଷ୍ଟିସ୍‌ ଗାଙ୍ଗୁଲିଙ୍କ ନାପସନ୍ଦ

କୋଲକାତା,୧୧ା୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ପ୍ରଦାନ କରିଥିବା ରାୟକୁ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ଗାଙ୍ଗୁଲି ନାପସନ୍ଦ କରିଛନ୍ତି। ବିବାଦୀୟ ଜମିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *