ଖାଇବା ଶୈଳୀ ଓ ବ୍ୟକ୍ତିତ୍ୱ

ନିଜର ଖାଇବା ଶୈଳୀ ଆପଣଙ୍କର ବ୍ୟକ୍ତିତ୍ୱକୁ ଆହୁରି ବୃଦ୍ଧି କରିଥାଏ। ଏପରି ଏକ ବିଷୟବସ୍ତୁକୁ ନେଇ ହୋଇଥିବା ସର୍ଭେ ସମୟରେ ଏକଥା ଜଣାପଡ଼ିଛି। ଯେଉଁମାନେ ନିଜର ଖାଇବା ଶୈଳୀ ପ୍ରତି ସଚେତନ ସେମାନେ ନିଜର ବ୍ୟକ୍ତିତ୍ୱରେ ଅନ୍ୟମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥାଆନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କେତେଜଣ ବ୍ୟକ୍ତିଙ୍କ ଖାଇବା ଶୈଳୀ ଏବଂ ବ୍ୟକ୍ତିତ୍ୱକୁ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଖାଇବା ଶୈଳୀ ସୁନ୍ଦର ଥିଲା ସେମାନଙ୍କ ମଧ୍ୟରୁ ଅନେକଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। ଆମେରିକାସ୍ଥିତ ବୋଷ୍ଟନ ୟୁନିଭର୍ସିଟିର ଖାଦ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଏ ସମ୍ପର୍କରେ ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଣେ ବ୍ୟକ୍ତି ନିଜର ଖାଇବା ଶୈଳୀ ପ୍ରତି ସଚେତନ ହେଲେ ତାଙ୍କର ମାନସିକତା ସେହି ଅନୁସାରେ ସକାରାତ୍ମକ ରହିଥାଏ।


All Right Reserved By

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

ପିଅନ୍ତୁ ଗୋଲାପ ସର୍ବତ, ମିଳିବ ଅନେକ ଫାଇଦା

ଥଣ୍ଡାପାଣି ପିଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ତାହା କେବଳ ପାଣି ନ ହୋଇ ଯଦି ସର୍ବତ ହୋଇଥାଏ, ଖୁସି ଦ୍ୱିଗୁଣ ହୋଇଯାଏ। ତେବେ  ଗୋଲାପ...

ସ୍ତନ୍ୟପାନ ମା’କୁ ଦେଇଥାଏ ଅଖଣ୍ଡ ଲାବଣ୍ୟ

ମା’ ସ୍ତନରୁ ଝରୁଥିବା କ୍ଷୀର ଶିଶୁ ପାଇଁ ଅମୃତର ଧାରା। ଯାହା ପ୍ରତିଷେଧକ ଟିକା ସଦୃଶ ଶିଶୁକୁ ସମସ୍ତ ରୋଗ ଓ ଜଟିଳତାରୁ ରକ୍ଷା କରିଥାଏ।...

ଫୁଡ ପଏଜନିଙ୍ଗ୍‌ ଠାରୁ ମୁକ୍ତି ଦେବ ଏହି ଖାଦ୍ୟ

ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଖାସ କରି ବର୍ଷାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ।...

ଘରେ ଛୋଟପିଲାଙ୍କୁ ଏକୁଟିଆ ଛାଡୁଛନ୍ତି କି? ଏ ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ…

ଆଧୁନିକ ଜୀବନଶୈଳୀରେ ଅଧିକାଂଶ ମାତାପିତା କର୍ମଜୀବୀ। ଏପରି କି ମାତ୍ରାଧିକ ପରିବାର ଛାଡ଼ି ବାହାରେ ନିଜ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥାଆନ୍ତି। ତେବେ କର୍ମଜୀବୀ...

ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ...

ପେଟଜନିତ ସମସ୍ତ ସମସ୍ୟା ଦୂର କରେ ଏହି ଯୋଗାସନ

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନର ମହତ୍ତ୍ୱ ଅଲଗା। ଏମିତି କିଛି ଯୋଗାସନ ରହିଛି ଯାହାକୁ ନିୟମିତ ଅଭ୍ୟାସ କଲେ ଆମେ ଫିଟ୍‌ ରହିପାରିବା। କିଛି...

ଦାନ୍ତ ଘଷା : କିଛି କଥା

ଦାନ୍ତ ଘଷିବା ଆମର ଏକ ଅଭ୍ୟାସ। ହେଲେ ଏହା ପଛରେ ଏପରି କେତୋଟି କଥା ରହିଛି ଯାହା ଜାଣିବା ଆବଶ୍ୟକ। ଦୁଇ ଥର-ସକାଳେ ଏବଂ ରାତ୍ରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *