Posted inଜାତୀୟ

ଗଣେଶ ଚତୁର୍ଥୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ସୋମବାର ଗଣେଶ ଚତୁର୍ଥୀ ପାଳନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟୁଇଟ୍‌ କରି ‘ଗଣପତି ବାପ୍ପା ମୋରୟା’ ଲେଖି ଶୁଭେଚ୍ଛା ଜଣାଇବା ସହ ସମସ୍ତ ଦେଶବାସୀଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗଣପତି ବାପ୍ପା ମୋରୟା ଟୁଇଟ୍‌ କରିବା ସହ ୧୦ ଦିନ ଧରି ଚାଲିବାକୁ ଥିବା ଗଣେଶ ଉତ୍ସବ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା ଜଣାଇଛନ୍ତି। ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ଏହା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।


All Right Reserved By

ମଦ ପିଇବାକୁ ମନାକରିବାରୁ ଯବାନଙ୍କୁ ପିଟିଲେ ଆର୍ମି ମେଜର

ପୁଣେ, ୧୦।୬: ସାଙ୍ଗ ହୋଇ ମଦ ପିଇବାକୁ ମନାକରିବାରୁ ଜଣେ ଯବାନଙ୍କୁ ପିଟିଛନ୍ତି ଆର୍ମି ମେଜରଙ୍କ ସହ ତିନି ଯବାନ। ପୁଣେର ଅର୍ଦ୍ଧ ସୈନ୍ୟ ଷ୍ଟେଶନ...

ବାୟୁସେନାକୁ ମିଳିଲା ସ୍ପାଇସ୍‌-୨୦୦୦ ବୋମା

ନୂଆଦିଲ୍ଲୀ,୧୬ା୯: ଭାରତୀୟ ବାୟୁସେନାକୁ ଅଟ୍ଟାଳିକା ଧ୍ୱଂସକାରୀ ସ୍ପାଇସ୍‌-୨୦୦୦ ବୋମା ମିଳିଛି। ଏହା ବାୟୁସେନାର ଆକ୍ରମଣ କ୍ଷମତା ବୃଦ୍ଧିରେ ସହାୟକ ହେବ। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ...

ମୃତ୍ୟୁପରେ ରେଳଲାଇନ୍‌ରେ ମୃତଦେହ ରଖି ବୀମା କ୍ଷତି ପୂରଣ ପାଇଁ ଦିଆଯାଉଥିଲା ଦୁର୍ଘଟଣା ରୂପ

ନୂଆଦିଲ୍ଲୀ,୨୦।୪: ମଣିଷର ଲୋଭ କେବେ ମରେନା। ବେଳେବେଳେ ଲୋଭ ଯୋଗୁ କେତେକ ଏଭଳି କାଣ୍ଡ କରିବସନ୍ତି ଯାହା ମଣିଷ ପଣିଆ ଉପରେ ସୃଷ୍ଟିକରେ ପ୍ରଶ୍ନ ଚିହ୍ନ।...

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର...

ଖାପ୍‌ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍‌

ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍‌ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ...

ବିହାର କୋର୍ଟରେ ଇମ୍ରାନ୍‌ଙ୍କ ବିରୋଧରେ ମାମଲା

ପାଟନା,୨୯ା୯ (ଆଇଏଏନ୍‌ଏସ୍‌): ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତିସଂଘରେ ଇମ୍ରାନ ଭାରତକୁ...

ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍‌ ହେଲେ ଆଉ ଜଣେ ଟିଏମସି ବିଧାୟକ

କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର...

କଶ୍ମୀରରେ ଅଛନ୍ତି ଉର୍ମିଳା ମାତୋଣ୍ଡକରଙ୍କ ଶାଶୁ-ଶ୍ୱଶୁର, ୨୨ଦିନ ହେଲା ସମ୍ପର୍କ ନାହିଁ, ଚିନ୍ତାରେ ପରିବାର

ନୂଆଦିଲ୍ଲୀ,୩୦।୮:ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପରିବାର ଜମ୍ମୁ-କଶ୍ମୀରରେ ଫଶିଯାଇଛନ୍ତି। ଦୀର୍ଘ ୨୨ଦିନ ହେବ ଶାଶୁ-ଶ୍ୱଶୂରଙ୍କ ସହ ସମ୍ପର୍କ ନାହିଁ ବୋଲି କହିଛନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *