ହଜି ଯାଉଛିି ଶୈଶବ : ବହିବସ୍ତାନି କାନ୍ଧରେ ପରିବାର ବୋଝ

ପୁରୀ ଅଫିସ,୨ା୯: ଶିଶୁ ଦେଶର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ହେଲେ ଏବେ ଶିଶୁଙ୍କ କାନ୍ଧରେ ବହିବସ୍ତାନି ବଦଳରେ ପରିବାର ବୋଝ ଲଦି ହୋଇଯାଉଛି। ଫଳରେ ହଜିଯାଉଛି ତାଙ୍କର ହସ, ଲିଭିଯାଉଛି ଆଶା ଓ ଆକାଂକ୍ଷା। ସ୍ବପ୍ନ ସବୁ ମଉଳି ଯାଉଛି। ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ସେମାନଙ୍କ ଭବିଷ୍ୟତ। ସେହିପରି ଶିଶୁମାନଙ୍କ ସୁରକ୍ଷା ମଧ୍ୟ ବଡ ପ୍ରସଙ୍ଗ ପାଲଟିଛି। ନିୟମକାନୁନ ଥିଲେ ବି ପୋଲିସ ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ।
ପୁରୀ ଜିଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶିଶୁ ଚାଲାଣ, ଶିଶୁ ଶ୍ରମିକ ରୋକିବା ଲାଗି ବିଭିନ୍ନ ଆଇନ କାର୍ଯ୍ୟକାରୀ କରାଯାଇଛି। ମାତ୍ର ଏସବୁ କେବଳ କାଗଜପତ୍ରରେ ସୀମିତ ରହିଛି। ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଲଜ, ନିର୍ମାଣାଧୀନ କୋଠାବାଡ଼ି ଆଦି କାର୍ଯ୍ୟରେ ଶିଶୁମାନେ ଶ୍ରମିକ ଭାବେ ବିପଦସଙ୍କୁଳ ପରିସ୍ଥିତିରେ କାମ କରୁଛନ୍ତି। ଜିଲା ଶ୍ରମ ବିଭାଗ କାଁ ଭାଁ ଚଢାଉ କରି ଚୁପ୍‌ ବସିପଡୁଛି। ପୁରୀ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ମଜା ନେବା ଲାଗି ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତେଣୁ ବହୁ ଶିଶୁ ନିଜ ପେଟପାଟଣା ଲାଗି ପୁରୀକୁ ଚାଲିଆସୁଛନ୍ତି। ଏଠାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ଥିବା ଜଣାପଡ଼ିଛି। ଅନେକ ଶିଶୁ ପୁରୀ ବେଳାଭୂମିରେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ମାଳି, ଶଙ୍ଖ, ଟେରାକୋଟା, ଶାମୁକା ଆଦି ବିକ୍ରି କରୁଥିବା ଦେଖିବାକୁ ମିଳେ। ଏତଦ୍‌ବ୍ୟତୀତ ପୁରୀ ସହର ଓ ଆଖପାଖ ଅଞ୍ଚଳର ଇଟାଭାଟି, ହୋଟେଲ, ଗ୍ୟାରେଜ ଏବଂ ରେଷ୍ଟୁରାଣ୍ଟରେ ବହୁ ଶିଶୁ କାମ କରୁଛନ୍ତି। ସେହିପରି କେତେଜଣ ବାଂଲାଦେଶୀ ପିଲା ପରିବାର ବୋଝ ଯୋଗୁ ଭିକ୍ଷାବୃତ୍ତି କରୁଥିବା ମଧ୍ୟ ନଜରକୁ ଆସିଛି।
ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ସୁବ୍ରତ ଜେନା କହିଛନ୍ତି, ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଗତ ବର୍ଷ ୪୩ ଏବଂ ଚଳିତ ବର୍ଷ ୪୫ରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କେଉଁଠି ଶିଶୁ ଶ୍ରମିକ କାମ କରୁଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜିଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଶିଶୁ ଶ୍ରମିକ ରୋକିବା ଲାଗି ଏକ ଟାସ୍କଫୋର୍ସ ଗଠନ ହୋଇଛି। ଜିଲା ଶ୍ରମ ବିଭାଗ ଶିଶୁ ଚାଲାଣ ରୋକିବା ସହ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥାନ୍ତି। ଚାଇଲ୍ଡଲାଇନ ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯିବା ସହ ସେମାନଙ୍କ ମା’, ବାପାଙ୍କ ସହିତ ଆଲୋଚନା କରାଯାଇ ଥଇଥାନ ବ୍ୟବସ୍ଥା କରାଯାଇଥାଏ। ଶିଶୁ ସୁରକ୍ଷା ନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜିଲାର ୧୧ଟି ବ୍ଲକ ସମେତ ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ବ୍ଲକ ଅଧ୍ୟକ୍ଷ, ବିିଡିଓ, ବିିଇଓ, ସିଡିପିଓ, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ବ୍ଲକସ୍ତରୀୟ କମିଟିର ସଦସ୍ୟ ରହିଛନ୍ତି।


All Right Reserved By

ରଣପୁରର ବିକାଶ ଲାଗି ପ୍ରତିଶ୍ରୁତି

ରଣପୁର,୨୬।୮(ସ୍ବ.ପ୍ର.): ରଣପୁରସ୍ଥିତ ମା’ ମଣିନାଗଙ୍କ ପାନ୍ଥନିବାସରେ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ରବିବାର ଏକ ଖବରଦାତା ସମ୍ମିଳନୀ...

ମାଟିତଳୁ ଦେଢ଼ମାସ ଶିଶୁର ମୃତଦେହ ଜବତ କଲା ପୋଲିସ

ଭଦ୍ରକ ଅଫିସ,୯।୯ : ସୋମବାର ସକାଳୁ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ପୋଲିସ ଗେଲଟୁଆ ନୂଆସାହିରୁ ଦେଢ଼ମାସର ଶିଶୁପୁତ୍ରର ଗଳିତ ମୃତଦେହକୁ ସାଇଣ୍ଟିଫିକ୍‌ ଟିମ୍‌ ଓ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଏନ୍‌ସିସି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨।୭- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲା ପଦ୍ମପୁରସ୍ଥିତ ରାଜବୋରାସମ୍ବର ହାଇସ୍କୁଲର ଏନ୍‌ସିସି ଶିକ୍ଷକ ମୋହନ...

ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଭୟ

ବ୍ରହ୍ମପୁର ଅଫିସ,୨୭ା୫- ଗୁଜରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ନିଆଁ ଲାଗିଯାଇଥିଲା। ଏଥିରେ ପୋଡ଼ି ହୋଇ ଓ ନିଆଁରୁ ବର୍ତ୍ତିବା ପାଇଁ ତୃତୀୟ ଓ...

ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ

ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ...

ଭୋଟ ହରଣଚାଳ ଅଭିଯୋଗ ଆଣିଲେ ଜୟନାରାୟଣ

ଜଳେଶ୍ୱର, ୨୬।୫(ଡି.ଏନ.ଏ.)-ସରକାରୀ କଳ ଜରିଆରେ ଇଭିଏମ୍‌ରେ ହେରଫେର କରାଯାଇଥିବାରୁ ଭାଜପା ଓଡ଼ିଶାରେ ପରାଜୟର ମୁହଁ ଦେଖିଛି। ଦଳର ନିଶ୍ଚିତ ଭୋଟ୍‌କୁ ହରଣଚାଳ କରାଯାଇଛି ବୋଲି ବାଲେଶ୍ୱର...

୫ ଦିନ ପରେ ଧରାପଡ଼ିଲେ ଚମ୍ପଟ କଏଦୀ

ବଡବିଲ, ୧୮।୮ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲସ୍ଥିତ ସବ୍‌ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସାୱନ ପାତ୍ର ଓରଫ କୁନାଙ୍କୁ ୫...

୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ: ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ, ଡାଇଲୋସିସ୍‌ ୱାର୍ଡ କାନ୍ଥ ନଷ୍ଟ ନେଇ ବିରକ୍ତି

ରାୟଗଡ଼ା ଅଫିସ ,୧୦ା୯- ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଗସ୍ତ କରିଛନ୍ତିି । ସେ କଳାହାଣ୍ଡିରୁ ଏକ ହେଲିକେପ୍ଟର ଯୋଗେ ଆସି ରାୟଗଡ଼ାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *