ୟେମେନ ଜେଲକୁ ସୌଦିର ଟାର୍ଗେଟ: ବୋମାମାଡ଼ରେ ଶତାଧିକ ଯୁଦ୍ଧବନ୍ଦୀ ନିହତ

ସନା,୨ା୯(ଏଏଫ୍‌ପି): ହଉତି ବିଦ୍ରୋହୀଙ୍କ ଦଖଲରେ ଥିବା ୟେମେନର ଧମାରସ୍ଥିତ ଏକ ଜେଲକୁ ସୌଦି ନେତୃତ୍ୱାଧୀନ ସେନା ରବିବାର ଟାର୍ଗେଟ କରିଛି। ଆକାଶମାର୍ଗରୁ ବୋମାମାଡ଼ କରାଯିବା ଫଳରେ ଶତାଧିକ ଯୁଦ୍ଧବନ୍ଦୀ ନିହତ ହୋଇଛନ୍ତି। ଏହାକୁ ସାମରିକ ମେଣ୍ଟର ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି।
ଇଣ୍ଟରନ୍ୟାଶନାଲ କମିଟି ଅଫ୍‌ ଦି ରେଡ୍‌କ୍ରସ୍‌ (ଆଇସିଆର୍‌ସି) ପକ୍ଷରୁ ମିଳିଥିବା ସୂଚନାନୁସାରେ, ୟେମେନ ରାଜଧାନୀ ସନାରୁ ୬୦ କି.ମି. ଦୂର ଦକ୍ଷିଣ-ପଶ୍ଚିମ ସହର ଧମାରସ୍ଥିତ ଏକ ବିଶ୍ୱବିଦ୍ୟାଳୟର କୋଠାକୁ ବିଦ୍ରୋହୀମାନେ କିଛିଦିନ ହେବ ଦଖଲ କରି ଜେଲରେ ପରିଣତ କରିଥିଲେ। ସେଠାରେ ସେମାନେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମଧ୍ୟ ଗଚ୍ଛିତ ରଖିଥିଲେ। ୧୭୦ରୁ ଊର୍ଦ୍ଧ୍ୱ ଯୁଦ୍ଧବନ୍ଦୀଙ୍କୁ ରଖାଯାଇଥିଲା। ଯୁଦ୍ଧବନ୍ଦୀମାନେ ଶୋଇଥିବାବେଳେ ସୌଦି ନେତୃତ୍ୱାଧୀନ ସାମରିକ ମେଣ୍ଟ ଆକାଶମାର୍ଗରୁ ସେଠାରେ ବୋମାମାଡ଼ କରିଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଆଇସିଆର୍‌ସିର ଡାକ୍ତରୀ ଦଳ ଆକ୍ରମଣସ୍ଥଳକୁ ଯାଇ ଆହତଙ୍କୁ ଚିକିତ୍ସା ଚଳାଇଛନ୍ତି। ସ୍ବିଡେନର ବହିର୍ବ୍ୟାପାର ମନ୍ତ୍ରୀ ମାର୍ଗୋଟ୍‌ ଓ୍ବିଲଷ୍ଟର୍ମ ରବିବାର ଜୋର୍ଡାନରେ ପୁନଃ ଶାନ୍ତି ଆଲୋଚନାର ନେତୃତ୍ୱ ନେଉଥିବାବେଳେ ଏହି ଆକ୍ରମଣ ହୋଇଛି। ଏହାକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛି। ପ୍ରକାଶ ଯେ, ସାମରିକ ମେଣ୍ଟ ଛୋଟଛୋଟ ପିଲାଙ୍କୁ ହତ୍ୟା କରୁଥିବା ଦର୍ଶାଇ ଏହାକୁ ଜାତିସଂଘ କଳାତାଲିକାଭୁକ୍ତ କରିଥିବାବେଳେ ସୌଦି ଆରବ ଓ ଏହାର ସହଯୋଗୀ ହଉତି ବିଦ୍ରୋହୀଙ୍କୁ ମାନବ ଢାଳ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଆସୁଛି।


All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ବଢ଼ିଯାଏ ୭୪ ସପ୍ତାହ…

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ୭୪ ସପ୍ତାହ ବଢ଼ିଯାଇଥାଏ। ଏନେଇ ପୋଲାଣ୍ଡର ଜେଗିଲୋନିୟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

ଲଣ୍ଡନରେ ଦିଲ୍ଲୀ ହିଂସାକୁ ବିରୋଧ: ଶାହାଙ୍କ ଇସ୍ତଫା ଦାବି

ଇଂଲଣ୍ଡ,୧।୩: ଦିଲ୍ଲୀରେ ଘଟିଥିବା ଭିଡ ହିଂସାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ବିରୋଧରେ ଲଣ୍ଡନ, ପ୍ୟାରିସ୍‌,ବ୍ରସେଲ୍ସ୍‌, ଜେନେଭା, ହେଲସିଙ୍କ୍‌,କାରାକୋୱ, ଦି ହଗ୍‌, ଷ୍ଟକ୍‌ହୋମ୍‌,...

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ...

ଝିଅଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରନ୍ତି ପିତା

କାବୁଲ,୬।୧୨: ଆଫଗାନିସ୍ତାନରେ ଏବେ ଝିଅ ଓ ମହିଳାଙ୍କ ପ୍ରତି ଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହାର ଉଦାହରଣ ହେଉଛନ୍ତି ମିୟା ଖାଁ। ଏବେ ସମସ୍ତେ ତାଙ୍କୁ...

ପର୍ଲ ହାର୍ବର ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ମୁଖ୍ୟ

ଓ୍ବାଶିଂଟନ,୫।୧୨: ଆମେରିକାର ହାଓ୍ବାଇ ନିକଟରେ ଗୁରୁବାର ହୋଇଥିବା ଗୁଳିକାଣ୍ଡରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଅଳ୍ପକେ...

ଆଫଗାନିସ୍ତାନ ବିସ୍ଫୋରଣ: ୨ ଶିଶୁ ମୃତ

କାବୁଲ,୧୫।୭: ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ସୋମବାର ହୋଇଥିବା ଏକ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାହିନ କାର୍ପସ୍‌ର ପ୍ରବକ୍ତା ମହମ୍ମଦ ହନିଫ...

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଘଣ୍ଟାରେ ଜଳୁଛି ୮ଶହ ଏକର; ଏକ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଲସ୍‌ ଏଞ୍ଜେଲ୍ସ୍‌,୧୨।୧୦: ଆମେରିକା କାଲିଫର୍ନିଆ ଜଙ୍ଗଲରେ ଗତ ଦୁଇଦିନ ତଳେ ଲାଗିଥିବା ନିଆଁ ଶନିବାର ଭୟଙ୍କର ରୂପ ନେଇଛି। ସୁରକ୍ଷା ଦୃଷ୍ଟିରୁ ଏକ ଲକ୍ଷ ଲୋକଙ୍କୁ...

Leave a comment

Your email address will not be published. Required fields are marked *