ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ସେତୁର ଉପରି ଭାଗ ଖାଲଖମାରେ ପୂର୍ଣ୍ଣ ହୋଇଛି। ସାମାନ୍ୟ ବର୍ଷାରେ ଉକ୍ତ ଖାଲରେ ପାଣି ଜମି ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ା ଖଣ୍ଡପଡା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ସେତୁଟିର ବିଭିନ୍ନ ଅଂଶରୁ ସିମେଣ୍ଟ କଂକ୍ରିଟ ଉଠିଯାଇଥିବାବେଳେ ଯୋଡେଇ ସ୍ଥାନରେ ଅନାବନା ଗଛଲତା ଉଠିଛି। ପୁନଶ୍ଚ ସେତୁ ଉପର ଦେଇ ନୟାଗଡ ସହରକୁ ଯାଇଥିବା ପାଣି ପାଇପ ଲାଇନର ୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଜଳ ଯୋଗାଣ ସମୟରେ ସର୍ବଦା ପାଣି ବୋହି ସେତୁ ଉପରେ ମାଡୁଛି। ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ପାଣି ଜମି ରହୁଛି ା ସେତୁର ଉପରିଭାଗ ବାହ୍ୟ ପ୍ରାଚୀର କିଛିଅଂଶ ଭାଙ୍ଗି ଯାଇଛି ା ଏଥିପ୍ରତି ପୂର୍ତ୍ତ ବିଭାଗ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ା ପ୍ରତିବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ ସେତୁର ଉପର ଅଂଶ ରାସ୍ତା ମରାମତି କରାଯାଉଥିଲେ ହେଁ ଦୈନିକ ଉକ୍ତ ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଭାରିଯାନ, ଯାତ୍ରୀବାହୀ ଓ ଅନ୍ୟାନ୍ୟ ହାଲୁକା ଯାନ ଚଳାଚଳ କରୁଥିବାରୁ କମ୍‌ ଦିନ ମଧ୍ୟରେ ରାସ୍ତା ଉପରୁ ସିମେଣ୍ଟ ଓ ପିଚୁ ଉଠିଯାଉଛି ା ସୂଚନାଯୋଗ୍ୟ ଯେ, କୁଅଁାରିଆ ନଦୀ ଉପରେ ସେତୁ ନ ଥିବାରୁ କଣ୍ଟିଲୋ ଓ ଆଖପାଖ ଅଞ୍ଚଳର ଲୋକେ ଦୀର୍ଘ ୭କି.ମି. ରାସ୍ତା ଚାଲି ଚାଲି କିମ୍ବା ସାଇକେଲରେ ଆସି ନଦୀ ପାର ହେଉଥିଲେ ା ବହୁ ଦାବି ପରେ ୧୯୭୩ ମସିହାରେ ଏହି ସେତୁ ନିର୍ମାଣ କରାଯାଇଥିଲା।


All Right Reserved By Dharitri.Com

୨୧ରେ ଆସୁଛନ୍ତି ପବ୍ଲିକ ଆକାଉଣ୍ଟ୍‌ସ କମିଟି

ଭୁବନେଶ୍ୱର,୧୮ା୧୦(ବ୍ୟୁରେ): ଆସନ୍ତା ସୋମବାର ଓଡ଼ିଶା ଆସୁଛନ୍ତି ପବ୍ଲିକ ଆକାଉଣ୍ଟସ କମିଟି। ପୂର୍ବତଟ ରେଳପଥରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସାମ୍ବିଧାନିକ ଆବଶ୍ୟକତା ନିରୀକ୍ଷଣ କରିବେ। ସେମାନଙ୍କ ସହ...

ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

ଦନ୍ତା ଉପଦ୍ରବ ନେଇ ଡିହଡୋଳ ରେଞ୍ଜରେ ଆତଙ୍କ:ଯୁବକଙ୍କୁ ଘୋଷାଡ଼ି ଦଳିଦେଲା

ପରଜଙ୍ଗ,୨୦।୮(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ େଅଧୀନ ଡମୋଳ ଶନି ମନ୍ଦିର ନିକଟରେ ସୋମବାର ଏକ ଦନ୍ତା ହାତୀ ଆକ୍ରମଣରେ ଡମୋଳ ଗ୍ରାମର...

ଘରୋଇ ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ, ପାଠପଢ଼ା ବ୍ୟାହତ

ଚିଲିକା,୨୧ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷର ଚାରିମାସ ବିତି ଯାଇଥିଲେ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକ ମିିଳିପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପିଲାମାନେ...

ପାରାଦୀପରେ ସୁଧୁରୁନି ପାନୀୟଜଳ ସମସ୍ୟା: ପରିତ୍ୟକ୍ତ ତାଳଦଣ୍ଡା ଏକମାତ୍ର ଭରସା

ପାରାଦୀପ,୧୭ା୭ (ସ୍ବ.ପ୍ର.): ଶିଳ୍ପ ସମୃଦ୍ଧ ପାରାଦୀପ ସହରାଞ୍ଚଳରେ ଗତ ମେ ମାସରୁ ଅଦ୍ୟାବଧି ପାନୀୟଜଳ ସଙ୍କଟ ଲାଗି ରହିଛି। ଜୁଲାଇ ମାସ ଅଧା ହେଲାଣି। ରାଜ୍ୟରେ...

୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

ବିଧାନସଭାରେ କାର୍ଯ୍ୟକାରୀ ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲେକେସନ କାର୍ଯ୍ୟକାରୀ କରାଯିବ। ଗତ ୧୧ ତାରିଖରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି...

Leave a comment

Your email address will not be published. Required fields are marked *