ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଗତ ୩୦ ତାରିଖରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଞ୍ଚାୟତର ନିର୍ବାହୀ ଅଧିକାରୀ ମୁରଲୀଧର ବାରିକଙ୍କୁ ଜଣେ ଯୁବକ କୌଣସି କାରଣରୁ ଗୁଳିମାଡ଼ କରିଥିଲେ। ଦୁଇଟି ଗୁଳି ତାଙ୍କ ଦୁଇ ଗୋଡ଼ରେ ବାଜିବାରୁ ସେ ଗୁରୁତର ହୋଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଜାନୁୟାରୀ ୧୮ ତାରିଖରେ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପିଇଓ ଦ୍ୱାରିକାନାଥ ପ୍ରହରାଜ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକକୁ ଫେରୁଥିବା ସମୟରେ ଗାତେରୀ ଜଙ୍ଗଲ ନିକଟରେ କେହି ଦୁର୍ବୃତ୍ତ ତାଙ୍କୁ ଅଟକ ରଖି ଟଙ୍କା ମାଗିଥିଲେ। ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ତାଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ପରେ ସେ ପଞ୍ଚାୟତକୁ ଫୋନ୍‌ କରିବାରୁ ଜଣେ କର୍ମଚାରୀ ୧୫ ହଜାର ଟଙ୍କା ନେଇ ଦେବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥିଲେ। ୧୫ ଜାନୁୟାରୀ ୨୦୧୮ରେ ଦଶପଲ୍ଲା ବ୍ଲକ ଶିମିଳିସାହି ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନ ବେଳେ ଦୁର୍ବୃତ୍ତମାନେ ପିଇଓ ରୀନା ଦେଈଙ୍କୁ ଗୁଳିମାଡ଼ କରି ୧.୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ୧୫ ଜାନୁୟାରୀ ୨୦୧୭ରେ ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତର ପିଇଓ ସୁରେଶ ନାୟକ ଭତ୍ତା ବଣ୍ଟନ କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୧୫ ମେ ୨୦୧୫ରେ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ପିଇଓ ମନୋଜ ମହାପାତ୍ର ରାସ୍ତାରେ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ୬୭,୪୦୦ ଟଙ୍କା ଲୁଟି ନେଇଥିଲେ। ୧୪ ମାର୍ଚ୍ଚ ୨୦୧୫ରେ ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ପିଇଓ ସନ୍ତୋଷ ଷଡ଼ଙ୍ଗୀଙ୍କଠାରୁ ମଧ୍ୟ ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୧୫ ଜାନୁୟାରୀ ୨୦୧୫ରେ ଭାପୁର ବ୍ଲକ ଶାସନ ପଞ୍ଚାୟତର ପିଇଓ କଳ୍ପନା ବେହେରାଙ୍କଠାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ୧ ଲକ୍ଷ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ୨୦୧୪ ମସିହାରେ ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ପିଇଓ ଦ୍ୱାରିକାନାଥ ପ୍ରହରାଜ ଭତ୍ତା ଟଙ୍କା ବଣ୍ଟନ କରିବାକୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୨୦୧୨ ମସିହାରେ ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତରେ ଏସ୍‌ଆଇ (ସେତେବେଳେ ପିଇଓ କମ୍‌ ଥିବାରୁ ଏମାନେ ଭତ୍ତା ବଣ୍ଟନ କରୁଥିଲେ) ଦୁର୍ଯ୍ୟୋଧନ ନାୟକ ବ୍ୟାଙ୍କ୍‌ରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଡିକି ଭାଙ୍ଗି ଉକ୍ତ ଟଙ୍କା ଲୁଟି ନେଇଥିଲେ। ଏହିଭଳି ଭାବେ ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ପିଇଓଙ୍କୁ ଟାର୍ଗେଟ କରୁଛନ୍ତି। ୧୫ ତାରିଖ (ଭତ୍ତା ବଣ୍ଟନ)କୁ ଆଖି ଆଗରେ ରଖି ଏହିଭଳି କାଣ୍ଡ ଘଟାଉଛନ୍ତି। ସୂଚନାଯୋଗ୍ୟ ଲୁଟ୍‌ ହୋଇଥିବା ଟଙ୍କାକୁ ପରବର୍ତ୍ତୀ ସମୟରେ ପିଇଓମାନେ ଭରଣା କରୁଛନ୍ତି। ପୋଲିସ ଉପରୋକ୍ତ କିଛି ମାମଲାରେ ଦୁର୍ବୃତ୍ତମାନଙ୍କୁ ଧରିଥିବା ବେଳେ ଅନେକ ମାମଲାର ଫାଇଲ ତଳେ ରହିଯାଇଛି। ଏ ନେଇ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ସମ୍ପର୍କରେ ଜିଲା ପିଇଓ ସଂଘ ସଭାପତି ପ୍ରଶାନ୍ତ କୁମାର ଦାଶ କହନ୍ତି, ପ୍ରଶାସନ ଆମମାନଙ୍କୁ ସୁରକ୍ଷା ନ ଦେଲେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବ। ଆଗାମୀ ଦିନରେ ସଂଘ ତରଫରୁ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ପିଇଓମାନଙ୍କ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍‌ଲାଇନରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଭତ୍ତାଟଙ୍କା ସିଧାସଳଖ ପ୍ରଦାନ କରାଗଲେ ଏଭଳି ଘଟଣା ଘଟନ୍ତା ନାହିଁ ବୋଲି ସେ କହିଛନ୍ତି। ଦୁର୍ବୃତ୍ତମାନେ ଖୋଲାଖୋଲି ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାରୁ ଜିଲା ପୋଲିସ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି।


All Right Reserved By

କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ...

ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ...

ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ...

ବୋଲେରୋ ଧକ୍କାରେ ଯୁବକ ମୃତ: ପୂର୍ବ ଶତ୍ରୁତାରୁ ଗାଡ଼ି ଚଢ଼ାଇ ହତ୍ୟା ଅଭିଯୋଗ; ଚାଳକଙ୍କ ଥାନାରେ ଆତ୍ମସମର୍ପଣ

ନୂଆଗାଁ,୪।୮(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ୫୭ ନମ୍ବର ଜାତୀୟ ରାଜପଥ ଡିମିରିଝରିଠାରେ ଶନିବାର ମଧ୍ୟାହ୍ନରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପୂର୍ବ...

ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରେ ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୧୧।୧୦: ଶୁକ୍ରବାର ପୂର୍ବାହ୍ନରେ ଅବକାରୀ ବିଭାଗର କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୧୬ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି।...

ବାଇକ୍‌ରୁ ଡେଇଁ ହାତକଡ଼ି ସହ ଚମ୍ପଟ ଅଭିଯୁକ୍ତ ଗିରଫ:୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ବାଂଶଡ଼ା ଥାନାରେ ଏକ କମେଣ୍ଟ ମାରିବା ମାମଲାରେ ଗିରଫ ଜଣେ ଅଭିଯୁକ୍ତ ଭଦ୍ରକ ଜେଲ୍‌କୁ ସ୍ଥାନାନ୍ତର ହେବା ରାସ୍ତାରେ...

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦ: ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

ଢେଙ୍କାନାଳ ଅଫିସ, ୩୦।୫: ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳବାସୀ। ଅନବରତ ୧୨ ଘଣ୍ଟା ଧରି ଅଘୋଷିତ...

ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ; ଧାରଣା ଦେବେ ଅଭିଭାବକ

ଛତିଆ,୩୦ା୬(ଡି.ଏନ୍‌.ଏ.)- ଯାଜପୁର ଜିଲାର ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଯୋଗୁ ମେଧାବୀ ଛାତ୍ରୀଛାତ୍ର ଯୁକ୍ତ ୩ ପରୀକ୍ଷାରେ ଫେଲ୍‌ ହୋଇଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *