ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ: ଖଣିଚୋରଙ୍କ କବ୍‌ଜାରେ ମାଙ୍କଡ଼ା, ମୋରମ ଖଣି

ରଣପୁର,୨ା୯(ସ୍ବ.ପ୍ର.): ନୟାଗଡ ଜିଲାର ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ ହୋଇଥିବାବେଳେ ଚଢ଼ାଉ ଓ ଧରପଗଡ ନ ଥିବାରୁ ଖଣି ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ମୃତ ଖଣିରୁ ପଥର ଓ ମୋରମ ଖନନ ଚାଲିଛି। ବାଲି ପୋତା ଯାଉ ନ ଥିବାରୁ ଅସୁରକ୍ଷିତ ଖଣି ୩ବର୍ଷ ମଧ୍ୟରେ ୧୫ ମୁଣ୍ଡ ନେଇ ସାରିଲାଣି । ପୁଣି ରଣପୁରବାସୀଙ୍କୁ ଭୂମିକମ୍ପର ଭୟ ଘାରୁଛି । ଅନ୍ୟପକ୍ଷେ ପୋଲିସ ଓ ତହସିଲ କର୍ତ୍ତୃପକ୍ଷଙ୍କ ବେଆଇନ ଖଣି ଓ ପଥର ଚାଲାଣ ଉପରେ ଲଗାମ ରହୁନି । ଏପରିସ୍ଥଳେ ବଜ୍ରକୋଟର ସାମାଜିକ କର୍ମୀ ଦିଲୀପ କୁମାର ସାମନ୍ତରାୟ ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ବୋର୍ଡ ସଚିବ, ବିଭାଗୀୟ ମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ ୨୦୧୩ରୁ ରଣପୁର ତହସିଲରେ ଖଣି ନିଲାମ ବନ୍ଦ ରହିଛି। ଏଥିଯୋଗୁ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇଲେ। ଅନ୍ୟପଟେ ଖଣି ଚୋର, କିଛି ସରକାରୀ ଅଧିକାରୀ, କର୍ମଚାରୀ, ରାଜନେତା ଉପକୃତ ହେଉଛନ୍ତି। ତହସିଲର ଏକତାଳ, କଟକ ସହର, କନ୍ଧ ନୟାଗଡ଼, ବେଣ୍ଟ, ଚମ୍ପାଗଡ଼, ରାଇପଡା, କେରେଣ୍ଡାଟାଙ୍ଗୀ, ଚାନ୍ଦପୁର, ଗୋପାଳପୁଳ, ଓସ୍ତପଡା, ଜଙ୍କିଆ, ମୟୂରଝାଲିଆ, ନରସିଂହପୁର, ଚମ୍ପାପେଡି ଅଞ୍ଚଳରେ ୧୩୦ରୁ ଊର୍ଦ୍ଧ୍ୱ ବେଆଇନ ଖଣି ଖନନ ଚାଲିଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଖଣି ପୋଖରୀ ତିଆରି ହୋଇସାରିଲାଣି। ଏଥିରେ ପଡି ୩ବର୍ଷ ମଧ୍ୟରେ ୧୫ଜଣ ବ୍ୟକ୍ତି ମୃତ୍ୟୁ ଘଟିଛି। ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ମଧ୍ୟ ପ୍ରାଣ ହରାଇ ସାରିଲେଣି। ବେଆଇନ ଖଣି ଖନନ ନେଇ ମୁହଁ ଖୋଲିଲେ ମାରପିଟ୍‌ ଓ ହତ୍ୟା ଧମକ ଦେଇ ମୁହଁ ବନ୍ଦ କରି ଦିଆଯାଉଛି। ଏପରି କି ଟଙ୍କା ଦିଆଯାଇ ମଧ୍ୟ ଚୁପ କରାଯାଉଥିବା ଅଭିଯୋଗ ରହିଛି। ଜଣେ ଖଣି ଚୋରଙ୍କ ସୂଚନା ଅନୁସାରେ ଦୋଷ ଛଡେଇବା ପାଇଁ ଲୋକଦେଖାଣିଆ ଚଢ଼ାଉ କରାଯାଏ। ହେଲେ ଚଢ଼ାଉ ପୂର୍ବରୁ ବେଆଇନ ଖଣି ଖନନ ବନ୍ଦ ରୁହେ। ମାସିକିଆ କୋଟା ଯୋଗୁ ଚଢ଼ାଉ ଭୟ ନ ଥାଏ। ଯେଉଁମାନେ ଧରା ପଡନ୍ତି ସେମାନେ କାରବାର ଚାଲୁ ରଖିବାକୁ ମାସିକିଆ କୋଟା ଦେବା ପାଇଁ ଫିକ୍ସିଂ କରିବାକୁ ବାଧ୍ୟ ହୋଇଥାନ୍ତି। ଖଣି ନିଲାମ ହେଲେ ଉପୁରି ମିଳିବା କଷ୍ଟ ହେବ । ଏଣୁ ବେଆଇନ ଖଣି ଖନନ ଚାଲୁ ରହିବାକୁ ଲାଭବାନ ଗୋଷ୍ଠୀ ଯେପରି ଲିଜ୍‌ ନ ହୁଏ ସେଥିପ୍ରତି ଚେଷ୍ଟା କରିଥାନ୍ତି। ଏସ୍‌ଟିଏଫର ନଜର ମାଙ୍କଡା ଓ ମୋରମ ଖଣି ଉପରେ ନ ଥିବାରୁ ଭୟର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ରଣପୁର ତହସିଲଦାର ସୁଶାନ୍ତ କୁମାର ପତି କୁହନ୍ତି, ଖଣି ଚଢ଼ାଉ କରିବା ପାଇଁ ପୋଲିସ ଫୋର୍ସ ଆବଶ୍ୟକତା ରହିଛି । ହେଲେ ଏସ୍‌ପି ଫୋର୍ସ ଦେଉ ନ ଥିବାରୁ ଚଢ଼ାଉ କରିବା କଷ୍ଟକର ହେଉଛି । ରାସ୍ତାରେ ଯାଉଥିବା ମାଙ୍କଡା ପଥର ଯାନବାହନ ଧରପଗଡ କରାଯାଉଛି । ଫୋର୍ସ ମିଳିଲେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ନକଲି ସାର୍ଟିଫିକେଟ୍‌ରେ ଶିକ୍ଷକତା

ଭଦ୍ରକ ଅଫିସ, ୧୯।୧୧- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଅଁା ନିକଟସ୍ଥ ସୁଦର୍ଶନପୁର ଅଞ୍ଚଳର ଜଣେ ଯୁବକ ନକଲି ସାର୍ଟିଫିକେଟ ଦେଇ ୮ ବର୍ଷ ଧରି...

ଖୋଲିଲା ରାଜଭବନ ଉଦ୍ୟାନ: ପ୍ରଥମ ଦିନରେ ବୁଲିଲେ ୪ହଜାର ଦର୍ଶକ

ଭୁବନେଶ୍ୱର,୬ା୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଛି। ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ,...

ବୁଧବାର ପୁରୀ ଡିଭିଜନରେ ପକ୍ଷୀ ଗଣନା: ନିୟୋଜିତ ହେବେ ୨୩ ଟିମ୍‌

ପୁରୀ ଅଫିସ, ୭ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ବୁଧବାର ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ ଗତ ୩...

ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର କାରବାର: ରାଜାଙ୍କ ୨ ସହଯୋଗୀ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ନିଶା ମାଫିଆ ତଥା ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ସେକ୍‌ ରାଜାଙ୍କ ଦୁଇ ସହଯୋଗୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରବିବାର ରାତିରେ...

ରାଜଭବନ ୟୁ.ପି. ସ୍କୁଲରେ ବନ ମହୋତ୍ସବ: ସମସ୍ତ ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସ୍ଥାନୀୟ ରାଜଭବନ ୟୁ.ପି. ସ୍କୁଲରେ ବୁଧବାର ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ...

ପ୍ରତିବନ୍ଧକ ସାଜିଛି ପରିବର୍ତ୍ତିତ ପାଣିପାଗ: କୃଷିକ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ମନ୍ତ୍ରୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷରେ ‘ଅନନ୍ୟା’ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ...

ବଦଳିବ ଓଡ଼ିଶା ଶିକ୍ଷା, ବିଶ୍ୱବିଦ୍ୟାଳୟ ନୀତି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ବଦଳିବ ରାଜ୍ୟର ଶିକ୍ଷା ନୀତି। ବିଶ୍ୱବିଦ୍ୟାଳୟ ନୀତିରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୫ତାରିଖ ସୁଦ୍ଧା...

ହନୁମତିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ତଳମୁଣ୍ଡକୁ ପାଣି ଆସୁନି, ଚାଷୀ ହନ୍ତସନ୍ତ

ତେଲକୋଇ, ୨୫ା୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ହନୁମତିଆ କ୍ଷୁଦ୍ର ଜଳ ସେଚନ (ଡିମିରିଆ)ପ୍ରକଳ୍ପରୁ ତଳ ମୁଣ୍ଡକୁ ଜଳ ଯୋଗାଣ ହୋଇପାରୁନାହିଁ । ଏଥିଯୋଗୁ ସୂର୍ଯ୍ୟମୁଖି, ଆକୁଳ ମକା,...

Leave a comment

Your email address will not be published. Required fields are marked *