ଭଦ୍ରକ ଅଫିସ, ୨।୯ – ଟୁଇଟ୍ ପରେ ଚାଉଳ ମିଳିବା ଘଟଣାରେ ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ରିଟେଲର ଶ୍ରୀଧର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ପକ୍ଷରୁ ସମ୍ପୃକ୍ତ ରିଟେଲରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଆସନ୍ତା ୪ ତାରିଖ ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ କୁହାଯାଇଛି। ସମ୍ପୃକ୍ତ ରିଟେଲର ଏହି ପଞ୍ଚାୟତର ଅନହରପୁର ଗ୍ରାମର ପାଞ୍ଚାଳୀ ଜେନାଙ୍କୁ ଗତ ୯ ମାସ ଧରି ତାଙ୍କ ରାଶନ ଦେଉ ନ ଥିବା ନେଇ ପାଖ ଗଁାର ସନ୍ତୋଷ ମହାପାତ୍ର ଜିଲାପାଳ, ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣାଇଥିଲେ। ଟୁଇଟ୍ର ଦେଢ଼ଘଣ୍ଟା ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ ଓ ବିଡିଓ ଏ ନେଇ ତଦନ୍ତ କରିଥିଲେ। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ସମ୍ପୃକ୍ତ ରିଟେଲର ତରବରିଆ ଭାବେ ହିତାଧିକାରୀ ପାଞ୍ଚାଳୀଙ୍କୁ ଡାକି ୯ ମାସର ଚାଉଳ ଏକକାଳୀନ ଦେଇ ହରଡ଼ଘଣାରେ ପଡ଼ିଥିଲେ। ଏକକାଳୀନ ୯ ମାସର ଚାଉଳ କାହିଁକି ଓ କିପରି ଦେଲେ ତାହାର ତଦନ୍ତ ଆରମ୍ଭ କରିଛି ପ୍ରଶାସନ। ଏପରିକି ୫ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୫ ଯୋଗାଣ ଅଧିକାରୀ ଏହି ପଞ୍ଚାୟତର ବିଭିନ୍ନ ଗଁାକୁ ଯାଇ ହିତାଧିକାରୀଙ୍କ ରାଶନ କାର୍ଡ ଯାଞ୍ଚ କରିଥିଲେ। ଯାଞ୍ଚରେ ପାଞ୍ଚାଳୀଙ୍କ ଭଳି ଅନ୍ୟ ଜଣେ ହିତାଧିକାରୀ କାର୍ଡ ଥାଇ ମଧ୍ୟ ରାଶନ ପାଇବାରୁ ବଞ୍ଚତ୍ତ ହେଉଥିବା ଅଧିକାରୀଙ୍କ ନଜରକୁ ଆସିଥିଲା। ଏହି ରିପୋର୍ଟ ପରେ ଜିଲାପାଳ ଶନିବାର ସମ୍ପୃକ୍ତ ରିଟେଲରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତାଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ଡିଜିଙ୍କ ସମୀକ୍ଷା ବୈଠକ: ପୁରୀରେ ଲାଗିବ ସିସିଟିଭି
ପୁରୀ ଅଫିସ, ୨୮।୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରଥଯାତ୍ରା ମାସକ ପୂର୍ବରୁ ମଙ୍ଗଳବାର ସିପି ଅଫିସରେ...

୨ ଚନ୍ଦନ ଗଛ ଚୋରି
କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

କୁନ୍ଦୁଲି ନାବାଳିକା ଗଣବଳାତ୍କାର, ଆତ୍ମହତ୍ୟା ମାମଲା:ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୧୯ା୧୧: କୁନ୍ଦୁଲି ନାବାଳିକା ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟକୁ ନେଇ ସୋମବାର ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗକୁ ଏହି...

ଅଗଷ୍ଟ ୨ରେ ଭୁବନେଶ୍ୱରରେ ‘ଇଣ୍ଡିଆନ ଆଇଡଲ’ ଅଡିଶନ
ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ ଏଥର ସିଜନ୍ ୧୧ସହ ପୁଣିଥରେ ଫେରିବାକୁ ଯାଉଛି। ସୋନି ଏଣ୍ଟରଟେନ୍ମେଣ୍ଟ ଟେଲିଭିଜନ ଦ୍ୱାରା ପ୍ରସାରିତ...

ଆଜି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର: ଭୋଟରଙ୍କ ମନ ଜିଣୁଛନ୍ତି ଷ୍ଟାର ପ୍ରଚାରକ
ବିଜେପୁର, ୧୯।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ପ୍ରଚାର ଶନିବାର ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଷ୍ଟାର ପ୍ରଚାରକମାନେ ପହଞ୍ଚି ମତଦାତାଙ୍କ ମନ ଜିଣୁଥିବା ବେଳେ...

ଶ୍ରଦ୍ଧାପୁର ଉପନିର୍ବାଚନରେ ବିଶୃଙ୍ଖଳା ଘଟଣା: କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିକ୍ଷକଙ୍କ ମେଳି
ଭୋଗରାଇ, ୧୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା, ଭୋଟବାକ୍ସ ଖୋଲା ଓ ଭାଙ୍ଗିବା ଘଟଣା ଅଭିଯୋଗ ହେବା ପରେ କାର୍ଯ୍ୟରେ ଅବହେଳା...

ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍ଓ ଆଓ୍ବାର୍ଡ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ...

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି
ପୁରୀ ଅଫିସ,୧୫।୧୦: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଙ୍ଗଳବାର ଦୁଇଜଣ ଯୁବକ ଭାସି ଯାଇଛନ୍ତି। ଅପରାହ୍ନରେ ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରେ କେତେଜଣ ଯୁବକ...