ଝଲସୁଛି ଗାଁଠୁ ସହର

ଭୁବନ,୨।୯(ଡି.ଏନ.ଏ.) ଆଜି ଧରାବତରଣ କରିବେ ବିଦ୍ୟାଦାତା ଗଜାନନ। ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଭୁବନ। ସୁଉଚ୍ଚ ତୋରଣ, ଉଜ୍ଜ୍ୱଳ ଆଲୋକମାଳାରେ ସହର ଝଲସି ଉଠିଥିବାବେଳେ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।
ଚଳିତବର୍ଷ ୨୧ ପୂଜା ମଣ୍ଡପରେ ବିଘ୍ନବିନାଶକଙ୍କ ଆବାହନ କରାଯାଉଛି। ଏହାକୁ ନେଇ ମାସେ ହେଲା ପୂଜା ପ୍ରତିଷ୍ଠାନଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିଯୋଗିତାମୂଳକ ଭାବେ ପୂଜାମଣ୍ଡପରେ ସୁଉଚ୍ଚ ମୂର୍ତ୍ତି ପୂଜା ପାଇବେ। କୁଶଳୀ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଥିବାବେଳେ ରଙ୍ଗକାମ ଶେଷ ହୋଇଛି। ପ୍ରତି ପୂଜା ମଣ୍ଡପରେ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପୂଜାକୁ ଶୃଙ୍ଖଳିତ କରିବାକୁ ଚଳିତବର୍ଷଠାରୁ ଠାକୁରଙ୍କ ମେଲଣ କରାଯିବ। ସବୁ ମେଢ଼ ଏକାଠି ହୋଇ ଭସାଣିରେ ସାମିଲ ହେବେ। ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ସମସ୍ତ ମେଢ଼ କରାଯାଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ଜାତୀୟ ରାଜପଥରେ ଅପରାହ୍ନ ୫ଟାରୁ ରାତି ୧୧ଟା ଯାଏ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଦାବି ହେଉଛି। ପୂଜା ଅବ୍ୟବହିତ ପୂର୍ବରୁ ରବିବାରଠାରୁ ବହୁ ଉଠା ଦୋକାନୀ ପସରା ମେଲାଇଲେଣି।
ଏ ନେଇ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ କୁହନ୍ତି, ଜନଗହଳିପୂର୍ଣ୍ଣ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ପୂଜାମଣ୍ଡପ ନିକଟରେ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ କର୍ମୀ ନିୟୋଜିତ ହେବେ। ୫୩ନଂ. ଜାତୀୟ ରାଜପଥର କଲେଜ ଛକରୁ ନୂଆଭୁବନ ଯାଏ ଭିଡ଼ ନିୟନ୍ତ୍ରଣ ଲାଗି ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯିବ। ମେଲଣରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ସୁନ୍ଦରୀ ବିବରଣୀ ମାଗିଲେ କାହ୍ନା କର୍ତ୍ତୃପକ୍ଷ: ବନ୍ୟପ୍ରାଣୀ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ଚିଠି

ବନ୍ତଳା,୨୨ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ଏନ୍‌କ୍ଲୋଜରରୁ ବାଘୁଣୀ ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।...

ବେଆଇନ ପଥର ଖନନ ବନ୍ଦ ଦାବି

ବନ୍ତଳା,୪।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଚମ୍ପତ୍ତିମୁଣ୍ଡା ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ପଥର ଖୋଳାଯାଇ ଚୋରା...

ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା...

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଆଲୁମନି ମିଟ୍‌:ଅନୁଭୂତି କହିଲେ ନିଯୁକ୍ତି ପାଇଥିବା ୫୭ ଯୁବତୀଯୁବକ

ଅନୁଗୋଳ ଅଫିସ, ୨୮।୧୨ କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ନିଜ ଦକ୍ଷତା ବୃଦ୍ଧି କରି ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ...

ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରେ ଅଗ୍ନିକାଣ୍ଡ: ଜଳିଗଲା ପିସି ମେଶିନ

ତାଳଚେର,୨୬।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ଠାରେ ଥିବା ଜଗନ୍ନାଥ କୋଇଲା ଖଣିରେ ଶନିବାର ଅଗ୍ନିକାଣ୍ଡ ଘଟି ଏକ ପିସି ମେଶିନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ଗାଡ଼ିଚାଳକ...

ଯୁବକଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ବିରୋଧରେ ମାମଲା ଘଟଣା: କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ଘେରାଉ

ପାଲଲହଡ଼ା,୨୪ା୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବନକର୍ମଚାରୀଙ୍କ...

ରାସ୍ତା ଅପେକ୍ଷାରେ ବଡ଼ମୂଳବାସୀ

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲେ ବି ମିଳୁନି ମୌଳିକ ସୁବିଧା। ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ଅସ୍ଥାୟୀ...

ପୁରୁଣାଗଡ ଗ୍ରାମ ରାସ୍ତା ଖାଲଖମା

ଛେଣ୍ଡିପଦା,୨୩।୯(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ପୁରୁଣାଗଡ ପୁରୁଣାସାହି ଠାରୁ ବରସାହି ପର୍ଯ୍ୟନ୍ତ ପ୍ରାୟ ୧ କିମି ଗ୍ରାମ କଂକ୍ରିଟ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମା ହୋଇପଡିଛି।...

Leave a comment

Your email address will not be published. Required fields are marked *