Posted inଖେଳ

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୨।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍‌ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି। ପୂର୍ବରୁ ସ୍ପିନର ହରଭଜନ ସିଂ ଓ ଇର୍ଫାନ୍‌ ପଠାନ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଟେଷ୍ଟରେ ଇଂଲଣ୍ଡର ମୋଇନ ଅଲି ୨୦୧୭ରେ ଶେଷଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଡିନ୍‌ ଏଲଗାର, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲଙ୍କୁ କ୍ରମାଗତ ୩ଟି ବଲ୍‌ରେ ଆଉଟ କରିଥିଲେ।
ଇନିଂସର ନବମ ଓ ବ୍ୟକ୍ତିଗତ ଚତୁର୍ଥ ଓଭରରେ ବୁମ୍‌ରା ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍‌ଙ୍କୁ ଆଉଟ କରିଥିଲେ। ତେବେ ଚେଜ୍‌ଙ୍କୁ ଆଉଟ କରିବା ପାଇଁ ବୁମ୍‌ରା ଅପିଲ କରି ନ ଥିଲେ। ବଲ୍‌ ଚେଜ୍‌ଙ୍କ ପ୍ୟାଡ୍‌ରେ ବାଜିଥିଲା। ଉଇକେଟକିପର ରିଷଭ ପନ୍ତ ଓ ସ୍ଲିପ୍‌ ଫିଲ୍ଡରମାନେ ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ଅମ୍ପାୟର ପଲ ରିଫେଲ ଏହାକୁ ଅସ୍ବୀକାର କରିଥିଲେ। ତେବେ ଦ୍ୱିତୀୟ ସ୍ଲିପ୍‌ରେ ଠିଆ ହୋଇଥିବା ଅଧିନାୟକ ବିରାଟ କୋହଲି ମଝିକୁ ଆସି ବୁମ୍‌ରାଙ୍କ ସହ ଆଲୋଚନା କରିଥିଲେ ଓ ଡିଆରଏସ୍‌ ନେଇଥିଲେ। ଏହାପରେ ଅବଶ୍ୟ ଅମ୍ପାୟର ଚେଜ୍‌ଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଫଳରେ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଥିଲେ। ପ୍ରଥମ ଭାରତୀୟ ହରଭଜନ
୧୯ ବର୍ଷ ତଳେ ୨୦୦୧ରେ ହରଭଜନ ଇଡେନଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ସିରିଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ହ୍ୟାଟ୍ରିକ ନେବା ସହ ୧୨୩ ରନ ବ୍ୟୟ କରି ମୋଟି ୭ ଉଇକେଟ ହାସଲ କରିଥିଲେ। ସେ ୭୨ତମ ଓଭରରେ ରକି ପଣ୍ଟିଂ, ଆଡମ ଗିଲଖ୍ରୀଷ୍ଟ ଓ ଶେନ ଓ୍ବର୍ନଙ୍କୁ ଆଉଟ କରିଥିଲେ। ପଣ୍ଟିଂ ଓ ଗିଲଖ୍ରୀଷ୍ଟଙ୍କୁ ସେ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ତେବେ ଓ୍ବାର୍ନଙ୍କୁ ସେ ସଦାଗୋପନ ରମେଶଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇଥିଲେ।
ପ୍ରଥମ ଓଭରରେ ଇର୍ଫାନଙ୍କୁ ହ୍ୟାଟ୍ରିକ
୨୦୦୬ରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ପ୍ରଥମ ଓଭରର ଅନ୍ତିମ ୩ଟି ବଲ୍‌ରେ ସଲମନ ବଟ୍ଟ, ୟୁନିସ୍‌ ଖାଁ ଓ ମହମ୍ମଦ ୟୁସୁଫ୍‌ଙ୍କୁ ଆଉଟ କରିଥିଲେ। ପ୍ରଥମ ଓଭରରେ ବିନାସ୍କୋରରେ ପାକିସ୍ତାନ ୩ଟି ଉଇକେଟ ହରାଇଥିଲା। ପ୍ରଥମ ଓଭରରେ ଇର୍ଫାନ ହ୍ୟାଟ୍ରିକ୍‌ ନେବାରେ ପ୍ରଥମ ଭାରତୀୟ ବୋଲର ସାବ୍ୟସ୍ତ ହୋଇଥିଲେ


All Right Reserved By Dharitri.Com

Posted inଖେଳ View All

ମଲିକଙ୍କ ପାଇଁ ସାନିଆ ଗର୍ବିତ

କରାଚୀ,୬।୭: ଭେଟେରାନ ପାକିସ୍ତାନ ଅଲ୍‌ରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ...

୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ବିଶ୍ୱକପ୍‌ ଟିକେଟ କିଣିଛନ୍ତି: ଆଇସିସି

ଲଣ୍ଡନ, ୨୮।୫(ପି.ଟି.)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବିଶ୍ୱକପ୍‌ ପାଇଁ ରେକର୍ଡ ସଂଖ୍ୟାରେ ଟିକେଟ୍‌ ବିକ୍ରି ହୋଇଛି। ଖାସ୍‌ କରି ମହିଳାମାନେ ଟିକେଟ କ୍ରୟ...

୧୫୦୦ତମ ମ୍ୟାଚ୍‌ରେ ଫେଡରରଙ୍କ ବିଜୟ

ବାସେଲ, ୨୨।୧୦ (ଏଏଫ୍‌ପି)- ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ନିଜ କ୍ୟାରିୟରର ୧୫୦୦ତମ ମ୍ୟାଚ୍‌ ଖେଳିଛନ୍ତି। ସୁଇସ୍‌ ଇନ୍‌ଡୋର୍ସ ପ୍ରତିଯୋଗିତା ଅବସରରେ ଫେଡରର...

ଗୀତ ଗାଇଲେ ଧୋନୀ

ନୂଆଦିଲ୍ଲୀ,୫ା୧୨- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଫିଲ୍ଡଠାରୁ ଗତ ୫ ମାସ ହେଲା ଦୂରେଇ ରହିଛନ୍ତି। ହେଲେ ଭିନ୍ନ...

ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୂଆ ଅଧିନାୟକ

ଗୁଆହାଟୀ,୨୧ା୫(ପି.ଟି.)- ଦଳର ନେତୃତ୍ୱ ଭାର ବିଫଳତାଠାରୁ ଆରମ୍ଭ କରି ପ୍ରଶାସନିକ ବିବାଦ ଯୋଗୁ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଦଳକୁ ବିଶ୍ୱକପ୍‌ରେ କେବଳ ଚମତ୍କାର ହିଁ ବଞ୍ଚାଇପାରିବ।...

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)- କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ...

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ଭିଏତ୍‌ନାମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୪।୧୧(ପି.ଟି.)- ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର...

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ...

Leave a comment

Your email address will not be published. Required fields are marked *