Posted inଖେଳ

ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ

କିଙ୍ଗଷ୍ଟନ(ଜାମାଇକା), ୨।୯-
ସାବିନା ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଛି। ମାତ୍ର ଭାରତ ଘରୋଇ ଦଳକୁ ଫଲୋଅନ ଡାକରା ଦେଇନାହିଁ। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ରବିବାର ୩ୟ ଦିବସରେ ଖବର ମିଳିବା ବେଳକୁ ୪ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଛି। ଫଳରେ ଦଳର ମୋଟ ଅଗ୍ରଣୀ ବ୍ୟବଧାନ ୩୭୧ ରନରେ ପହଞ୍ଚତ୍ଛି। ମୟଙ୍କ ଅଗ୍ରଓ୍ବାଲ ୪, ଲୋକେଶ ରାହୁଲ ୬, ଚେତେଶ୍ୱର ପୂଜାରା ୨୭ ରନରେ ଏବଂ ଅଧିନାୟକ ବିରାଟ କୋହଲି ଗୋଲ୍ଡେନ ଡକ୍‌(୦)ରେ ଆଉଟ ହୋଇଛନ୍ତି। ଏହାକୁ ମିଶାଇ କୋହଲି ଟେଷ୍ଟ କ୍ରିକେଟରେ ୪ର୍ଥ ଥରପାଇଁ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଛନ୍ତି। ପୂର୍ବରୁ ସେ ୨୦୧୧-୧୨ରେ ମେଲବୋର୍ନରେ ଅଷ୍ଟ୍ରେଲିଆର ବେନ୍‌ ହିଲ୍‌ଫେନହାଉସ, ୨୦୧୪ରେ ଲଡର୍‌ସଠାରେ ଇଂଲଣ୍ଡର ଲିଆମ ପ୍ଲଙ୍କେଟ, ୨୦୧୮ରେ ଓଭାଲଠାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ଏବଂ ଏବେ କେମର ରୋଚ୍‌ଙ୍କ ବଲ୍‌ରେ ଗୋଲ୍ଡେନ ଡକ୍‌ରେ ଆଉଟ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ କେମର ରୋଚ୍‌ ୩ଟି ଏବଂ ଜାସନ ହୋଲ୍ଡର ଗୋଟିଏ ଉଇକେଟ ନେଇଛନ୍ତି।
ଦ୍ୱିତୀୟ ଦିବସର ଅସମାପ୍ତ ଇନିଂସ ୮୭/୭ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ଆଉ ୩୦ ରନ ଯୋଗକରି ଅବଶିଷ୍ଟ ୩ଟି ଉଇକେଟ ହରାଇଥିଲା। ରାନକିମ କର୍ନଓ୍ବାଲ ୧୭, ଜାମର ହାମିଲଟନ ୫ ଓ କେମର ରୋଚ୍‌ ୧୭ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରକାଶଯୋଗ୍ୟ ଯେ, ଦ୍ୱିତୀୟ ଦିବସରେ ୨୨ ରନରେ ୫ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ମଧ୍ୟଭାଗରେ ଶିମରନ ହେଟମେରଙ୍କ ୩୪ ଓ ଟେଲଏଣ୍ଡରଙ୍କ ସହାୟତାରେ ୧୦୦ ରନ ପୂରଣ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ସହ ସର୍ବାଧିକ ୬ଟି, ମହମ୍ମଦ ସାମି ୨ଟି ଏବଂ ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ଅବସରରେ ସାମି ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୧୬ ରନ ସ୍କୋର କରିଥିଲା। ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ ହେବାରୁ ଭାରତ ୨୯୯ ରନରେ ଅଗ୍ରଣୀ ଲାଭ କରିଥିଲା। ତେବେ ଫଲୋଅନ ନ ଡାକି ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ଉଚିତ ମଣିଥିଲା। ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ରଖିବା ଭାରତର ଲକ୍ଷ୍ୟ ଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବୃହତ୍‌ ଅଗ୍ରଣୀ ସତ୍ତ୍ୱେ ପ୍ରତିପକ୍ଷ ଦଳକୁ ଫଲୋଅନ ନ ଡାକିବା ଭାରତ ପାଇଁ ଏହା ତୃତୀୟ ଦୃଷ୍ଟାନ୍ତ। ୨୦୦୭ରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ୩୧୯ ଓ ୨୦୧୭ରେ ଗାଲେଠାରେ ଶ୍ରୀଲଙ୍କା ବିପକ୍ଷରେ ୩୦୯ ରନରେ ଅଗ୍ରଣୀ ସତ୍ତ୍ୱେ ଭାରତ ଫଲୋଅନ ଡାକରା ଦେଇ ନ ଥିଲା। ୨୦୧୮-୧୯ରେ ମେଲବୋର୍ନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୨ ଓ ୨୦୦୩-୦୪ରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୩୧ ରନରେ ଅଗ୍ରଣୀ ସତ୍ତ୍ୱେ ଦଳ ସମାନ ରଣନୀତି ଅବଲମ୍ବନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୪୧୬(ହନୁମା ବିହାରୀ-୧୧୧, ବିରାଟ କୋହଲି-୭୬, ଈଶାନ୍ତ ଶର୍ମା-୫୭, ମୟଙ୍କ ଅଗ୍ରଓ୍ବାଲ-୫୫, ଜାସନ ହୋଲ୍ଡର-୫/୭୭, ରାନକିମ କର୍ନଓ୍ବାଲ-୩/୧୦୫)। ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୧୭/ଅଲଆଉଟ(ଶିମରନ ହେଟମେର-୩୪, ଜାସନ ହୋଲ୍ଡର-୧୮, ଯଶପ୍ରୀତ ବୁମ୍‌ରା-୬/୨୭, ମହମ୍ମଦ ସାମି-୨/୩୪, ଈଶାନ୍ତ ଶର୍ମା-୧/୨୪, ରବୀନ୍ଦ୍ର ଜାଡେଜା-୧/୧୯)।


All Right Reserved By Dharitri.Com

Posted inଖେଳ View All

ହକିରେ ଭାରତ ଏଥର ଅଲିମ୍ପିକ୍‌ ପଦକ ଜିତିବ: ଠାକୁର

ଭୁବନେଶ୍ୱର,୨୬।୨(ସ୍ପୋଟର୍‌ସ ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ କ୍ରୀଡ଼ାକୁ ଏହି ପ୍ରୋଗ୍ରାମ ଏକ ନୂଆ ସୋପାନରେ ପହଞ୍ଚାଇବ। ଏହା...

ମିଲିଟାରୀ ୱାର୍ଲଡ ଗେମ୍ସ: ଦୀପକ ରୌପ୍ୟ, ବାଲାଜୀ ବ୍ରୋଞ୍ଜ୍‌ ଜିତିଲେ

ଉହାନ୍‌ (ଚାଇନା), ୨୭ା୧୦(ପି.ଟି.)-ଏଠାରେ ଚାଲିଥିବା ୭ମ ମିଲିଟାରୀ ୱାର୍ଲଡ ଗେମ୍ସରେ ଭାରତୀୟ ବକ୍ସର ଦୀପକ ଏକ ରୌପ୍ୟ ଜିତିଥିବାବେଳେ ଟେନିସ ଖେଳାଳି ଏନ୍‌. ଶ୍ରୀରାମ ବାଲାଜୀ...

ଆଫ୍ରିଦିଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୭।୫: ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି...

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ...

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ...

୧୩୫ ମିଟର ଉଚ୍ଚ ସ୍ଥାନରେ ଗର୍ଲଫ୍ରେଣ୍ଡ୍‌ଙ୍କୁ କରିଥିଲେ ପ୍ରପୋଜ୍‌: ଆଜି ଟିମ୍‌ ଇଣ୍ଡିଆ ପାଇଁ ରଚିଲେ ଇତିହାସ

ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ମୁକାବଲା

ଲଣ୍ଡନ,୧୫।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୨୦ତମ ମ୍ୟାଚ୍‌ରେ ଶନିବାର ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସ୍ଥାନୀୟ କେନିଂଟନ...

ସାଜିଦଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତିମିଆଦ ବୃଦ୍ଧି

ଭୁବନେଶ୍ୱର, ୩୧।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଭୁବନେଶ୍ୱର ଭିତ୍ତିକ କ୍ଲବ ଓଡ଼ିଶା ଏଫସି ଡିଫେଣ୍ଡର ମହମ୍ମଦ ସାଜିଦ ଧୁତ୍‌ଙ୍କ ସହ ଚୁକ୍ତି ମିଆଦ ବୃଦ୍ଧି...

Leave a comment

Your email address will not be published. Required fields are marked *