Posted inଖେଳ

ମାଲିଙ୍ଗାଙ୍କ ବିଶ୍ୱ ରେକର୍ଡ

କାଣ୍ଡି,୨।୯(ଏଏଫ୍‌ପି): ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ରବିବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସର୍ବାଧିକ ଉଇକେଟ ନେଇଥିବା ବୋଲର ହେବାର ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ରେ କଲିନ ଡେ’ ଗ୍ରାଣ୍ଡହୋମଙ୍କୁ କ୍ଲିନ ବୋଲ୍ଡ କରି ଏହି ସଫଳତା ପାଇଛନ୍ତି। ଏଥିସହ ସେ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ(୯୮)ଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୧ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ୟର୍କର କିଙ୍ଗ୍‌ ଭାବେ ପରିଚିତ ମାଲିଙ୍ଗା ଗତ ଜୁଲାଇରେ କ୍ୟାରିୟରର ଅନ୍ତିମ ଦିନିକିଆ ଖେଳିଥିଲେ। ସେ ପ୍ରଥମ ଓଭରରେ କଲିନ ମୁନ୍‌ରୋଙ୍କୁ କ୍ଲିନ ବୋଲ୍ଡ ଆଉଟ୍‌ କରି ଆଫ୍ରିଦୀଙ୍କ ସମକକ୍ଷ ହୋଇଥିଲେ। ପୂର୍ବତନ ପାକିସ୍ତାନ ଲେଗ୍‌ ସ୍ପିନର ୯୯ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳି ୯୮ ଉଇକେଟ ନେଇଥିଲେ। ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରିଥିବା ୟର୍କର କିଙ୍ଗ୍‌ ୭୪ତମ ମ୍ୟାଚ୍‌ରେ ବିଶ୍ୱର ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆନ୍‌ କପ୍‌ ଆୟୋଜନ ପାଇଁ ଭାରତ ଆଗ୍ରହୀ

ନୂଆଦିଲ୍ଲୀ, ୧ା୬ (ପି.ଟି.)-୨୦୨୨ରେ ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ଆୟୋଜନ ଲାଗି ତିନୋଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ...

କାହିଁକି ଶାକାହାରୀ ହେଲେ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।...

ଅଷ୍ଟ୍ରେଲିଆନ ଓପନ୍‌:ସିନ୍ଧୁ, ସମୀରଙ୍କ ବିଜୟ ଅଭିଯାନ

ସିଡ୍‌ନୀ,୫।୬(ପିଟି)- ଭାରତୀୟ ଷ୍ଟାର ଶଟ୍‌ଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଏଠାରେ ଚାଲିଥିବା ଦେଢ଼ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଅଷ୍ଟ୍ରେଲିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌...

ଧୋନୀଙ୍କ ସପକ୍ଷରେ ସଚିନ

ବର୍ମିଂହାମ, ୩।୭ (ପି.ଟି.): ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂରେ କୌଣସି ତ୍ରୁଟି ଦେଖିବାକୁ ମିଳି ନ ଥିଲା ବୋଲି...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି

ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ...

ସବ୍‌ଜୁନିୟର କରାଟେ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚଳିତମାସ ୨୬ରେ ୩୧ତମ ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସ୍କୁଲ...

ଖବର ଦେବାକୁ ଡରୁଛି ଓସିଏ

କଟକ ଅଫିସ,୯ା୮-ଖବର ଦେବାକୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଡରୁଛି। ବୟସ ଜାଲିଆତିଠାରୁ ଆରମ୍ଭ କରି ବାରମ୍ବାର ବେନିୟମ ଓ ଦୁର୍ନୀତିର ଅଭିଯୋଗ ଯୋଗୁ ଏହାର ଅଧିକାରୀମାନେ...

Leave a comment

Your email address will not be published. Required fields are marked *