Posted inଜାତୀୟ

ବହୁ କେନ୍ଦ୍ରମନ୍ତ୍ରୀ ବଙ୍ଗଳା ଭଡ଼ା ବାକି ରଖିଛନ୍ତି

ନୂଆଦିଲ୍ଲୀ,୨୦।୫: ବହୁ କେନ୍ଦ୍ରମନ୍ତ୍ରୀ ସେମାନେ ରହୁଥିବା ସରକାରୀ ବଙ୍ଗଳାର ଭଡ଼ା ବାକି ରଖିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର, ନିର୍ମଳା ସୀଥାରମଣ, ସୁଷମା ସ୍ବରାଜ, ବିଜୟ ଗୋଏଲ୍‌, ମୁକ୍ତାର ଆବାସ୍‌ ନକଭି, ଜିତେନ୍ଦ୍ର ସିଂ ପ୍ରମୁଖ ସରକାରୀ ବଙ୍ଗଳା ଭଡ଼ା ବାକି ରଖିଛନ୍ତି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହା ଦର୍ଶାଯାଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି।
ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭି ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ନାମରେ ବହୁ ଭଡ଼ା ବାକି ରହିଥିବା ଜଣାପଡ଼ିଛି। ନକ୍‌ଭିଙ୍କ ୧.୪୬ ଲକ୍ଷ ଓ ସିଂଙ୍କ ୩.୧୮ ଲକ୍ଷ ଟଙ୍କା ଭଡ଼ା ବାକିରହିଛି। ଅଜିଥ୍‌ କୁମାର ସିଂ ନାମକ ଯୁବକ ଏନେଇ ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ମାଗିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ୫୩,୨୭୬ ଟଙ୍କା, ଜାଭଡେକର୍‌ଙ୍କ ୮୬,୯୨୩ ଟଙ୍କା, ଗୋଏଲ୍‌ଙ୍କ ୩ ଲକ୍ଷ ଟଙ୍କା ବାକି ରହିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଜେଇଏମ୍‌ ଟାର୍ଗେଟରେ ମୁମ୍ବାଇ

ନୂଆଦିଲ୍ଲୀ,୮ା୮: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ମୁମ୍ବାଇକୁ ଟାର୍ଗେଟ କରିପାରେ ବୋଲି ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ସରକାରଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀରର ସୁରକ୍ଷା...

ବିବାଦ ସତ୍ତ୍ୱେ ବିଜୟୀ

ନୂଆଦିଲ୍ଲୀ,୨୫ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଭାଜପା ପ୍ରାର୍ଥୀ ପ୍ରଜ୍ଞାସିଂ ଠାକୁର ଏବଂ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌...

ଡାକ୍ତରଙ୍କ ପରେ ଭାଇରାଲ ହେଉଛି ଏହି କରୋନା ଯୋଦ୍ଧାଙ୍କ ଫଟୋ

ଇନ୍ଦୋର,୫ ।୪: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସୁଛି । ଡାକ୍ତର...

ଗ୍ରେନେଡ୍‌ ମାଡ଼ରେ ୧୧ ଆହତ

ଶ୍ରୀନଗର, ୧୩ା୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିବାରୁ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ...

ଚାଇନାରୁ ଫେରୁଥିବା ୩ଶହ ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୩୧।୧: ଚାଇନାରେ ଏବେ ମହାମାରୀ ରୂପ ନେଇଛି କରୋନା ଭୂତାଣୁ। ଏବେସୁଦ୍ଧା ଏଥିରେ ଆକ୍ରାନ୍ତ ହୋଇ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର...

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼...

୨୧ ବର୍ଷରେ ବିଚାରପତି

ଜୟପୁର,୨୨-୧୧:ରାଜସ୍ଥାନ ରାଜଧାନୀ ଜୟପୁରର ମାନସରୋବର ବାସିନ୍ଦା ୨୧ ବର୍ଷୀୟ ମୟଙ୍କ ପ୍ରତାପ ସିଂ ଦେଶର ସର୍ବକନିଷ୍ଠ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମ...

Leave a comment

Your email address will not be published. Required fields are marked *