Posted inଜାତୀୟ

ଦିଗ୍‌ବିଜୟଙ୍କ ବିରୋଧରେ ମାନହାନି ମକଦ୍ଦମା କରିବ ବଜରଙ୍ଗ ଦଳ

ଭୋପାଳ,୧।୯:କଂଗ୍ରେସର ରାଜ୍ୟ ସଭା ସାଂସଦ ଦିଗବିଜୟ ସିଂହ ଭାଜପା ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ନେଉଛନ୍ତି ଅଭିଯୋଗ କରିଛନ୍ତି। ଦିଗ୍‌ବିଜୟଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ବଜରଙ୍ଗ ଦଳ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବ ବୋଲି ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ସଂଯୋଜକ ସୋହନ ସୋଲାଙ୍କି କହିଛନ୍ତି, ଦିଗ୍‌ବିଜୟଙ୍କ ମନରେ ସବୁବେଳେ ହିନ୍ଦୁ ବିରୋଧୀ ଚିନ୍ତାଧାରା ରହିଆସିଛି। ଆମ ଦଳ ସବୁବେଳେ ଦେଶ ପାଇଁ କାମ କରେ। ତେଣୁ ଏଭଳି ଅଭିଯୋଗ ଭିତ୍ତିହୀନ। ସୂଚନାଯୋଗ୍ୟ, ଭିଣ୍ଡଠାରେର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଦିଗବିଜୟ କହିଥିଲେ, ଭାଜପା ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ନେଉଛନ୍ତି। ଅଣମୁସଲମାନ ଲୋକ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ଏଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ।


All Right Reserved By Dharitri.Com

ଇନ୍ଦୋରରେ ଅନର୍‌କିଲିଂ:ଭଉଣୀଙ୍କୁ ଗୁଳିକଲେ ସାନଭାଇ

ଇନ୍ଦୋର,୨୩ା୬(ପି.ଟି.): ମଧ୍ୟପ୍ରଦେଶର ଇନ୍ଦୋରରେ ଶନିବାର ଏକ ଅନରକିଲିଂ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ଜାତିରେ ବିବାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାନଭାଇ...

ସୋସିଆଲ ମିଡିଆ ସହ ଆଧାର ସଂଯୋଗ:ସୁପ୍ରିମକୋର୍ଟରେ ହେବ ସବୁ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୩-୧୦(ପି.ଟି./ଆଇଏଏନ୍‌ଏସ୍‌):ସୋସିଆଲ ମିଡିଆ ସହ ଆଧାର ସଂଯୋଗୀକରଣ ନେଇ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ। ଫେସ୍‌ବୁକ୍‌ ପକ୍ଷରୁ ହୋଇଥିବା ଏକ ପିଟିଶନକୁ ଗ୍ରହଣ...

ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୬ା୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ...

ଦିଲ୍ଲୀରେ ବସିବ ଜେଜେପିର ବୈଠକ

ନୂଆଦିଲ୍ଲୀ,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ଏବେ କିଏ ସରକାର ଗଢିବ ତା’ ଉପରେ ସମସ୍ତଙ୍କ ନଜର। କାରଣ ଏଠି କାହାକୁ ସଂଖ୍ୟା ଗରିଷ୍ଠତା...

ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ ମାୟାବତୀ

ଲକ୍ଷ୍ମୌ, ୨୪।୫: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟକୁ ଝଟକା ଲାଗିଛି। ୮୦ଟି ଲୋକସଭା ଆସନରୁ ବିଜେପି ଏକାକୀ ୬୨ଟି...

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ...

୧୪୦୦ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୧।୧୧:ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପର୍ସନାଲ ଡାଟା (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) ଚୋରି ହେବା ସହ ମୋବାଇଲ୍‌ ମଧ୍ୟ ହ୍ୟାକ୍‌ ହେଉଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ‘ଏନ୍‌ଏସ୍‌ଓ’...

ଦେଶ ଚାହୁଁଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ ହେଲେ ଅନୁମତି ଦେଲେନି ନେହେରୁ: ନଡ୍ଡା

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *