Posted inଖେଳ

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ ସିଜନ ଭଳି ଏଥର ମଧ୍ୟ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ପାଇଁ ଖେଳିବେ ବୋଲି ରବିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ‘ଏଲ୍‌ ଇକ୍ୱିପ୍‌’ ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବାର୍ସିଲୋନା କ୍ଲବକୁ ତାଙ୍କ ଟ୍ରାନ୍ସଫର ଏବେ ସମ୍ଭବ ନୁହେଁ। ଚଳିତ ସିଜନ ପିଏସ୍‌ଜି ଦଳ ସହ ଶେଷ କରିବେ ବୋଲି ନେମାର କହିଛନ୍ତି। ସ୍ପାନିଶ କ୍ରୀଡ଼ାଭିତ୍ତିକ ଖବରକାଗଜ ମୁଣ୍ଡୋ ଡେପୋର୍ଟିଭୋରେ ମଧ୍ୟ ସମାନ ପ୍ରକାର ରିପୋର୍ଟ ବାହାରିଛି। ୨୭ ବର୍ଷୀୟ ନେମାର ବିଶ୍ୱର ସବୁଠୁ ଦାମୀ ଖେଳାଳି। ତାଙ୍କୁ ଫ୍ରାନ୍ସ କ୍ଲବ ପିଏସ୍‌ଜି ୨୨୨ ନିୟୁତ ୟୁରୋ ମୂଲ୍ୟରେ ବାର୍ସିଲୋନାଠାରୁ ଦୁଇ ବର୍ଷ ପାଇଁ କିଣିଥିଲା। ଦୁଇ ସିଜନରେ ସେ ୫୮ ମ୍ୟାଚ୍‌ ଖେଳି ୫୧ ଗୋଲ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ପାଇଁ ଫିଟ୍‌ ନୁହେଁ ୨୩ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି

ମୁମ୍ବାଇ, ୨୯।୧୨- ନିର୍ଦ୍ଦିଷ୍ଟ ବୟସ ବର୍ଗରେ ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମାନ ବୟସ ବର୍ଗର ମୁମ୍ବାଇ ଦଳରେ ସ୍ଥାନ ମିଳୁନାହିଁ।...

ଝିଅର ପ୍ରଥମ ଫଟୋ ଶେୟାର କଲେ ରାହାଣେ

ନୂଆଦିଲ୍ଲୀ,୭।୧୦: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଧିକା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ଏବେ ଦକ୍ଷିଣ ଆଫ୍ରିକା...

ହାରିଲା ଭାରତ ଏ’

ଆଣ୍ଟିଗୁଆ,୨୦।୭- ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ ଏ’ ଦ୍ୱାରା ଧାର୍ଯ୍ୟ ୨୯୯ ରନ୍‌ର ବିଜୟଲକ୍ଷ୍ୟ...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଅମ୍ପାୟର ଇଲିଂଓ୍ବର୍ଥ, କେଟିଲବର୍ଗ

ଲିଡ୍ସ,୭।୭(ପିଟି)- ଚଳିତ ବିଶ୍ୱକପ୍‌ର ପ୍ରବଳ ଦାବୀଦାର ଭାରତ ଓ ଗତ ଥରର ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟରଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌...

ଗିଲ୍‌ଙ୍କୁ ମ୍ୟାଚ ଫି’ର ଶତ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ, ୮ା୧ (ପି.ଟି.)- ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବା ଅଭିଯୋଗରେ କ୍ରିକେଟର ଶୁବମନ ଗିଲ୍‌ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ମ୍ୟାଚ ଫି’ର ଶତପ୍ରତିଶତ ଜରିମାନା...

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଫେଭରାଇଟ୍‌

ଲଣ୍ଡନ,୧।୬(ଏଏଫପି)- ବିଶ୍ୱକପ୍‌ରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା କାର୍ଡିଫ୍‌ର ସୋଫିଆ ଗାର୍ଡେନ୍ସରେ ମୁହଁାମୁହିଁ ହେବେ। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ଭଲ...

୩୬ ରନରେ ହାରିଲା ଅଷ୍ଟ୍ରେଲିଆ

ରାଜକୋଟ,୧୭।୧(ପି.ଟି.)- ଓ୍ବାଙ୍ଖଡେରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରିଛି। ଶୁକ୍ରବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ...

ଖେଳାଳି ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ: ସଞ୍ଜୟ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ”ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠି ଆସୁଛି। ଏଥିରେ ମୁଁ ଆଦୌ ଖୁସି ନୁହେଁ।...

Leave a comment

Your email address will not be published. Required fields are marked *