Posted inଜାତୀୟ

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା ୬.୨୧ରେ ଚନ୍ଦ୍ରଯାନ-୨ ସଫଳତାର ଏହି ଉପଲବ୍ଧି oହାସଲ କରିଛି ବୋଲି ଇସ୍ରୋ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରୁଥିବାର ଚିତ୍ର ମଧ୍ୟ ଇସ୍ରୋ ପୋଷ୍ଟ୍‌ କରିଛି। ସୂଚନାଯୋଗ୍ୟ, ଆସନ୍ତା ୭ ତାରିଖ ରାତି ୧.୫୫ମିନିଟ୍‌ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି ଦୃଶ୍ୟ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ମୁଖ୍ୟାଳୟରେ ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ୬୦ ଜଣ କୁନି ବୈଜ୍ଞାନିକ ସାମିଲ ହେବେ।


All Right Reserved By Dharitri.Com

କୋଟା ହସ୍ପିଟାଲକୁ ପଛରେ ପକାଇଲା ପିବିଏମ୍‌: ଆଇସିୟୁରେ ୧୬୨ ଶିଶୁଙ୍କ ମୃତ୍ୟୁ

ବିକାନେର,୫।୧: ରାଜସ୍ଥାନରେ ଶିଶୁ ମୃତ୍ୟୁ ଘଟଣା ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ବିକାନେରର ପିବିଏମ୍‌ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି।...

କଂଗ୍ରେସରେ ଯୋଗ ଦେଲେ ଅଳକା

ନୂଆଦିଲ୍ଲୀ,୧୨।୧୦: ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଆମ ଆଦମୀ ପାର୍ଟି(ଏଏପି) ଛାଡିଥିବା ଚାନ୍ଦନୀ ଚୌକର ବିଧାୟିକା ଅଳକା ଲାମ୍ବା ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ...

ଅରୁଣ ଜେଟଲୀ ଅସୁସ୍ଥ

ନୂଆଦିଲ୍ଲୀ,୯।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି।...

ପାର୍ଥ, ରାଜୀବଙ୍କୁ ସିବିଆଇ ସମନ

କୋଲକାତା, ୧୭ା୮(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମ୍‌ସି ମହାସଚିବ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ ଜାରିକରିଛି। ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ...

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ...

ଦେଶର ୨୪ତମ ମହାଲେଖାକାର ଭାବେ ଦାୟିତ୍ୱ ନେଲେ ସୋମା ରାୟ

ନୂଆଦିଲ୍ଲୀ,୧।୧୨: ଦେଶର ୨୪ତମ ମହାଲେଖାକାର ଭାବେ ଦାୟିତ୍ୱ ନେଇଛନ୍ତି ୧୯୮୬ ମସିହା ବ୍ୟାଚ୍‌ର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୋମା ରାୟ। ଦେଶର ସପ୍ତମ ମହିଳା ଭାବରେ...

ଲୋକ ସଭା ନିର୍ବାଚନ ଲାଗି ଏକ୍‌ଜିଟ ପୋଲ୍‌ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ...

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ...

Leave a comment

Your email address will not be published. Required fields are marked *