Posted inଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ- ରେଡ୍‌ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୧।୯(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଦୁଲୀପ ଟ୍ରଫି କ୍ରିକେଟ ମ୍ୟାଚ୍‌ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସରେ ମାତ୍ର ୧ ରନର ଅଗ୍ରଣୀ ହାସଲ କରିଥିବାରୁ ରେଡ୍‌ ୩ ପଏଣ୍ଟ ହାସଲ କରିଥିବା ବେଳେ ଗ୍ରୀନକୁ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପ୍ରଥମ ଇନିଂସରେ ୧୨୬ ରନର ଶତକୀୟ ପାଳି ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିବା ରେଡ୍‌ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ମହିପାଲ ଲୋମରର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରି ଗ୍ରୀନ୍‌ ପ୍ରଥମ ଇନିଂସରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ କରୁଣ ନାୟାରଙ୍କ ୯୦ରନର ଅର୍ଦ୍ଧଶତକୀୟ ପାଳି, ଲୋମରରଙ୍କ ଶତକ ଓ ଟେଲଏଣ୍ଡର ଆଭେସ ଖାଁଙ୍କ ଉପଯୋଗୀ ଦ୍ରୁତ ୬୪ ରନର ଅର୍ଦ୍ଧଶତକୀୟ ପାଳି ବଳରେ ପ୍ରଥମ ଇନିଂସରେ ୧୪୫.୩ ଓଭରରେ ୪୪୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ରେଡ ୧ ରନର ଅଗ୍ରଣୀ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଗ୍ରୀନ୍‌ ମ୍ୟାଚ୍‌ ଶେଷ ହେବା ବେଳକୁ ୫୪ ଓଭରରେ ୩ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଧ୍ରୁବ ସୋରେ ୪୪ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୧୪ ରନ କରି ଅପରାଜିତ ରହିଥିଲେ। ଓପନର ତଥା ଅଧିନାୟକ ଫୈଜ ଫଜଲ ୧୧, ଆକାଶନାଥ ରେଡ୍ଡୀ ୪, ସିଦ୍ଧେଶ ଲାଡ ୨୦ ରନ କରି ଆଉଟ ହୋଇଥିଲେ। ବୋଲିଂରେ ରେଡ୍‌ ତରଫରୁ ଜୟଦେବ ଉନାଡ଼କଟ, ଅକ୍ଷୟ ଓ୍ବାଖରେ ଓ ଆଦିତ୍ୟ ସରାଓ୍ବତ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୦୪ /୯ରୁ ଖେଳ ଆରମ୍ଭ କରି ରେଡ୍‌ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଭେସ ଖାଁ ୩୪ ରନରୁ ଖେଳ ଆରମ୍ଭ କରି ୫୬ଟି ବଲରୁ ୨ ଚୌକା ଓ ୭ ଛକା ସହ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ସନ୍ଦୀପ ଓ୍ବାରିୟର ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଗ୍ରୀନ୍‌ ତରଫରୁ ଧର୍ମେନ୍ଦ୍ରସିନ୍‌ ଜାଡେଜା ସର୍ବାଧିକ ୪, ଅଙ୍କିତ୍‌ ରାଜପୁତ ୩, ତନବିର ଉଲ ହକ ୨ ଓ ରାହୁଲ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ଗ୍ରୀନ୍‌ ତରଫରୁ ଆକାଶନାଥ ରେଡ୍ଡୀ ୧୪୬ ରନର ଶତକୀୟ ପାଳି ଖେଳିଥିଲେ ଓ ରେଡ ତରଫରୁ ଅକ୍ଷୟ ଓ୍ବାଖରେ ସର୍ବାଧିକ ୫ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ- ୧୩୧.୩ ଓଭରରେ ୪୪୦ ଅଲଆଉଟ।
ଇଣ୍ଡିଆ ରେଡ ପ୍ରଥମ ଇନିଂସ- ୧୪୫.୩ ଓଭରରେ ୪୪୧ ଅଲଆଉଟ।
(ମହିପାଲ ଲୋମରର- ୧୨୬, କରୁଣ ନାୟାର- ୯୦, ଆଭେସ ଖାଁ- ୬୪, ଧର୍ମେନ୍ଦ୍ରସିନ ଜାଡେଜା- ୪/୧୩୫, ଅଙ୍କିତ୍‌ ରାଜପୁତ- ୩/୭୧, ତନବୀର ଉଲ ହକ- ୨/୧୯)।
ଇଣ୍ଡିଆ ଗ୍ରୀନ୍‌ ଦ୍ୱିତୀୟ ଇନିଂସ- ୫୪ ଓଭରରେ ୯୮/୩
(ଧ୍ରୁବ ସୋରେ- ୪୪*, ଅକ୍ଷୟ ଓ୍ବାଦେକର- ୧୪, ଜୟଦେବ ଉନାଡକଟ- ୧/୮, ଅକ୍ଷୟ ଓ୍ବ୍‌ାଖରେ – ୧/୩୫, ଆଦିତ୍ୟ ସରାଓ୍ବତ- ୧/୧୬ )।


All Right Reserved By Dharitri.Com

Posted inଖେଳ View All

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌...

ଆଇଟିଏଫ ସିନିୟର ଗ୍ରେଡ୍‌-୩: ଟେନିସ ଦିଲୀପଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ସେଲ୍‌ ଆଇଟଇଏଫ ସିନିୟର ଗ୍ରେଡ୍‌-୩ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଦିଲୀପ ମହାନ୍ତି ଡବଲ ଟାଇଟଲ ହାସଲ କରିଛନ୍ତି।...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ବୃହତ୍‌ ବିଜୟର ନିକଟତର ଭାରତ ଏ’

ଥିରୁଭାନନ୍ତପୁରମ,୧୨।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’...

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଲଢ଼େଇ କରି ହାରିଲା ଭାରତ

ଭୁବନେଶ୍ୱର ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି।...

ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌: ୧୫ ସ୍ବର୍ଣ୍ଣ ସହ ଭାରତକୁ ୫୨ ପଦକ

ବେଙ୍ଗାଲୁରୁ, ୨୮।୯- ଏଠାରେ ଶୁକ୍ରବାର ଶେଷ ହୋଇଥିବା ୧୦ମ ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌ରେ ଭାରତ ମୋଟ ୫୨ ପଦକ ସହ ପଦକ ତାଲିକାର ୪ର୍ଥ...

ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ନ ଥିଲେ ହେଲେ ବିଶ୍ୱକପ୍‌ ଦଳରେ ଆମିର

କରାଚି,୧୭।୫(ପି.ଟି.)- ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପ୍ରଥମେ ଅଣଦେଖା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କାରାଯାଇଛି। ଚଳିତ ଇଂଲଣ୍ଡ...

ବଲବୀର ସିଂଙ୍କୁ ଭାରତ ରତ୍ନ ପାଇଁ ଦାବିକଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୨୨।୮ (ପି.ଟି.)- କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ...

କାହିଁକି ମୁହଁ ଲୁଚାଇଲେ କୋହଲି

ବେଙ୍ଗାଲୁରୁ,୨୩।୯: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ କ୍ୱିଣ୍ଟନ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦...

Leave a comment

Your email address will not be published. Required fields are marked *