ପୁଣି ବେଳାଭୂମିରୁ ଗଳିତ ମୃତଦେହ ଉଦ୍ଧାର

ପାରାଦୀପ,୧।୯(ସ୍ବ.ପ୍ର.): ପାରାଦୀପ ସମୁଦ୍ର ଷଣ୍ଢକୂଦ ବସ୍ତିର ଚର୍ଚ୍ଚ ସୀମା ବେଳାଭୂମିରୁ ପୁଣି ରବିବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ମହିଳାଙ୍କ ପରିଚୟ ମିଳିପାରି ନ ଥିବା ବେଳେ ତାଙ୍କ ବୟସ ୩୦ରୁ ୪୦ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ସକାଳେ ଲୋକେ ମୃତଦେହ ପଡିଥିବା ଦେଖି ଜଟାଧାର ମୁହାଣ ସାମୁଦ୍ରିକ ଥାନାକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଥାଉକି, ଶନିବାର ସକାଳେ ପାରାଦୀପ ବନ୍ଦର ୫ ନଂ. ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଜଣେ ବିଦେଶୀଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ରବିବାର ୫୦୦ ମିଟର ବ୍ୟବଧାନରେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପୋଲିସର ଚିନ୍ତା ବଢ଼ାଇଛି।


All Right Reserved By Dharitri.Com

ବଦଳିଲା ଅନୁଗୋଳ ଏସ୍‌ପିଙ୍କ ଟିମ୍‌: ୪ ଥାନା ଅଧିକାରୀ,୧୪ ଏସ୍‌ଆଇ ଓ ୧୭ ଏଏସ୍‌ଆଇଙ୍କ ବଦଳି

ଅନୁଗୋଳ ଅଫିସ, ୩।୧୦ – ଅନୁଗୋଳ ଜିଲା ପୋଲିସରେ ବୁଧବାର ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ନୂଆ ଏସ୍‌ପି ଜଗମୋହନ ମୀନା ଆସିବା...

ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ୬ ଦିନ ପରେ ସିଏମ୍‌ଡିଙ୍କ ଘଟଣାସ୍ଥଳ ପରିଦର୍ଶନ

ତାଳଚେର,୨୯।୭(ନି.ପ୍ର.): ଭରତପୁର କୋଇଲା ଖଣିରେ ଦୁର୍ଘଟଣାର ୬ଦିନ ପରେ ସୋମବାର ଏମ୍‌ସିଏଲ୍‌ର ସିଏମ୍‌ଡି ବି.ଏନ୍‌. ଶୁକ୍ଳା ଭରତପୁର କୋଇଲାଖଣି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଶୁକ୍ଳା ଭରତପୁର...

ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍‌ ଡିଏସ୍‌ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି...

ଜାମିନ ପରେ ଅଭିଯୁକ୍ତଙ୍କୁ ପୁଣି ନେଲା ପୋଲିସ

ଆସିକା,୫ା୧୧(ଡି.ଏନ୍‌.ଏ.)-ବସ୍‌ ମାଲିକ ପ୍ରତାପ ପୋଲାଇ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସିଲୁ ପୋଲାଇ ସୋମବାର ଅପରାହ୍ନରେ ଜାମିନରେ ଆସିକା ସବଜେଲରୁ ମୁକୁଳିଥିଲେ ା ତେବେ ପୂର୍ବରୁ...

କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌ : ୧୩ ଗୁରୁତର

କେନ୍ଦୁଝର,୨୦।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବନ୍ତଳା ରାସ୍ତାର କାଞ୍ଜିପାଣି ଘାଟିରେ ରବିବାର ମଧ୍ୟାହ୍ନରେ ଏକ ଘରୋଇ ରିଜର୍ଭ ବସ ଓଲଟି ପଡି ୧୩ ଜଣ ଯାତ୍ରୀ...

କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ...

ଜିଲା ମୁଖ୍ୟ ଚିକିତ୍ସାଳୟରୁ ୩ ଦଲାଲ ଗିରଫ

ବାଲେଶ୍ୱରଅଫିସ୍‌, ୨୭।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ନର୍ସିଂହୋମ୍‌ରେ ପହଞ୍ଚାଇବା, କ୍ଲିନିକ୍‌ରେ ଡାକ୍ତରମାନଙ୍କ ନିକଟରେ ପହଞ୍ଚାଇବା ଏବଂ ନିର୍ଦ୍ଦିଷ୍ଟ ମେଡିଶିନ୍‌ ଦୋକାନରେ ପହଞ୍ଚାଇ...

ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କଲେ ଚାଷୀ

ଜୟପୁର,୨୨ା୮(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବ୍ଲକ କଙ୍ଗା ଓ ଜାମୁଣ୍ଡା ପଞ୍ଚାୟତର ଚାଷୀଙ୍କ ଖରିଫ ଧାନ ଅମଳ ପରେ ମଣ୍ଡିରେ ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ କିଣିବେ। ଜିଲା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *