Posted inଜାତୀୟ

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ଜେନରାଲ ଓ୍ବାର୍ଡକୁ ଅଣାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୮ରେ ପୀଡିତା, ତାଙ୍କ ଓକିଲ ଓ କେତେଜଣ ସମ୍ପର୍କୀୟ ମିଶି ଏକ କାର୍‌ରେ ଯାଉଥିବା ସମୟରେ ତାଙ୍କ କାର୍‌ଟି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଫଳରେ ତାଙ୍କର ୨ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହେବା ସହ ନିଜେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଅବସ୍ଥାରେ ଲକ୍ଷ୍ନୌର କିଙ୍ଗସ ଜର୍ଜ ହସ୍ପିଟାଲ ୟୁନିଭର୍ସିଟିରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏମ୍ସକୁ ଏୟାର ଲିପ୍ଟ କରାଯାଇଥିଲା। ଏବେ ପୀଡିତା ଓ ତାଙ୍କ ଓକିଲଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।


All Right Reserved By Dharitri.Com

ଟଙ୍କାଏରେ ମିଳୁଛି ପେଟପୁରା ଭୋଜନ: ଆଗକୁ ମିଳିବ ମଧ୍ୟାହ୍ନ ଭୋଜନରେ ମିଠା ଓ ସକାଳ ଜଳଖିଆ

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀର ନୋଏଡାସ୍ଥିତ ସେକ୍ଟର-୫୫ରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟଙ୍କାଏରେ ଲୋକଙ୍କୁ ପେଟପୁରା ଭୋଜନ ମିଳୁଛି। ଅଗଷ୍ଟ ୨୩ରୁ ଏହି ଯୋଜନା ଆରମ୍ଭ ହୋଇଛି।...

କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼...

ମହାକାଶରେ ରୋବୋ ପରୀକ୍ଷଣ : ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ

ଓ୍ବାଶିଂଟନ୍‌,୨୦।୫(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ମହାକାଶରେ ରୋବୋର ହାର୍ଡଓ୍ବେର ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନିକଟ ଭବିଷ୍ୟତରେ ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ଷ୍ଟେଶନ୍‌...

‘୨୬/୧୧ ପରେ ପାକ୍‌ ଉପରେ ଆକ୍ରମଣ ଯୋଜନା ଥିଲା’

ନୂଆଦିଲ୍ଲୀ,୨୯ା୧୨(ଆଇଏଏନ୍‌ଏସ୍‌): ୨୦୦୮ ନଭେମ୍ବ ୨୬ରେ ପାକ୍‌ ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ...

ଭାରତ ବନ୍ଦ: ପଥର ମାଡ଼ରୁ ରକ୍ଷା ପାଇଁ ଡ୍ରାଇଭର ପିନ୍ଧିଲେ ହେଲମେଟ୍‌; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଲକାତା,୮।୧: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା...

ଯୋଗୀ ସରକାରଙ୍କ ଶାସନରେ ପୋଲିସ ହୋଇଉଠିଛି ପ୍ରତିଶୋଧ ପରାୟଣ: ପ୍ରିୟଙ୍କା

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍‌ ବୁକିଂ ବନ୍ଦ

ନୂଆଦିଲ୍ଲୀ,୨୫।୫: ବିମାନ ଯାତ୍ରାବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସୋମବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ୧୦ ଦିନ ପରେ ଏୟାର ଇଣ୍ଡିଆ...

୭ ମହିଳାଙ୍କୁ ଟୁଇଟର ଆକାଉଣ୍ଟ ହସ୍ତାନ୍ତର କଲେ ମୋଦି

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ଟୁଇଟର ଆକାଉଣ୍ଟକୁ ୭ ଜଣ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ଏମାନେ ଏହି...

Leave a comment

Your email address will not be published. Required fields are marked *