ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ଆସିଯାଇଛି ପାର୍ବଣର ଋତୁ । ବିଗ୍ରହଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଜମେ ଉତ୍ସବର ମାହୋଲ । ତେବେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ନିର୍ମିତ ହେଉଥିବା ମୂର୍ତ୍ତି ନଦୀ ବା ସମୁଦ୍ରରେ ବିସର୍ଜନ କରିବା ପରେ ଏହାର କୁପ୍ରଭାବ ଜଳଭାଗ ଉପରେ ବିଶେଷ ଭାବେ ପରିଲକ୍ଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷ ହେବ ବିଭିନ୍ନ ପୂଜା କମିଟି ତରଫରୁ ମୂର୍ତ୍ତି ନିର୍ମାଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଉଛି ଇକୋ ଫ୍ରେଣ୍ଡଲି ମୂର୍ତ୍ତି। ଗତବର୍ଷ ଗଣେଶ ପୂଜା ଅବସରରେ ଚେନ୍ନାଇଠାରେ ୭୦୦୦ କଦଳୀ ଫୁଲ ବ୍ୟବହାର କରାଯାଇ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ସେହିଭଳି ବାଙ୍ଗାଲୋରରେ ସତ୍ୟସାଇ ଟ୍ରଷ୍ଟ ପକ୍ଷରୁ ପାଞ୍ଚ ଟନ୍‌ର ଆଖୁରେ ତିଆରି ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଅବିକଳ ସମ୍ବଲପୁରର ନଟରାଜ କ୍ଲବ୍‌ କଞ୍ଚା କଦଳୀରେ ନିର୍ମିତ ୨୭ ଫୁଟ ଉଚ୍ଚର ଏକ ଗଣେଶ ମୂର୍ତ୍ତି ନିର୍ମାଣ କରିଥିଲା । କେବଳ ସେତିକି ନୁହେଁ ଏହି କଦଳୀଗୁଡିକ ପାଚିଯିବା ପରେ କ୍ଲବ୍‌ ତରଫରୁ ଏହାକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦିଆ ଯାଇଥିଲା। ବିଭିନ୍ନ ସଂସ୍ଥା ତରଫରୁ ଏହିଭଳି ଅନେକ ଇକୋଫ୍ରେଣ୍ଡଲି ଯଥା ନଡିଆ, ସପୁରୀ, ଫୁଲ, ପତ୍ର, ପରିବା ଆଦିରେ ନିର୍ମିତ ମୂର୍ତ୍ତି ପ୍ରସ୍ତୁତ କରାଯାଇ ପରିବେଶ ସୁରକ୍ଷାର ଏକ ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଉଛି।


All Right Reserved By Dharitri.Com

ଏଆର୍‌ ଗ୍ଲାସ୍‌ରେ ଏଥର ଭଲ ଭାବେ ଦେଖିହେବ

ନ୍ୟୁୟର୍କ: ପରିବେଶର ବାସ୍ତବ ଚିତ୍ରକୁ ପ୍ରଦର୍ଶିତ କରିପାରୁଥିବା ଏଆର୍‌ ( ଆଗୁମେଣ୍ଟେଡ ରିୟଲିଟି)ଗ୍ଲାସ୍‌ ଦୃଷ୍ଟିଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଦେଖିବାରେ ସାହାଯ୍ୟ କରିବ...

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ...

ପଲିଥିନ୍‌ରେ ବନ୍ଧାହୋଇ ନଦୀ ପାର ହୁଅନ୍ତି ସ୍କୁଲ ପିଲା

ଭିଏତ୍‌ନାମର ହୁଓଇ ହା, ଏକ ଛୋଟିଆ ଗାଁ। ଏଠି ପହଞ୍ଚି ପାରିନାହିଁ ସରକାରଙ୍କର କୌଣସି ପ୍ରକାର ଯୋଜନା। ତଥାପି ସେମାନେ ଏତିକି ଭଲଭାବେ ଅବଗତ ଯେ,...

ବର୍ଷକୁ ଥରେ ମହାକାଳଙ୍କ ସେବା କରନ୍ତି ମହିଳା…

ମଧ୍ୟପ୍ରଦେଶ ଉଜ୍ଜୟନୀରେ ପ୍ରଭୁ ମହାକାଳଙ୍କ ସେବା ବର୍ଷରେ ଥରେ ମହିଳାମାନେ କରନ୍ତି। ଦୀପାବଳି ପୂର୍ବଦିନ ଦେବ ଦୀପାବଳି ଅବସରରେ ମହାକାଳଙ୍କ ପୂଜା କରୁଥିବା ସଦସ୍ୟଙ୍କ ପରିବାରର...

ଏଥର ଦୁର୍ଗାପୂଜାରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଝଲକ୍‌

କୋଲକାତା: ଆସୁଛି ପାର୍ବଣ, ଆସୁଛନ୍ତି ମା’। ଦେଶର କୋଣାନୁକୋଣରେ ଜଗଜ୍ଜନନୀଙ୍କ ପୂଜା ଧୁମଧାମ୍‌ରେ ପାଳିତ ହେବାକୁ ଥିବାବେଳେ, କୋଲକାତାର ପୂଜା ପ୍ରସ୍ତୁତି ଉପରେ କିନ୍ତୁ ସାରା...

ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା

ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ...

ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ

ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ...

ବହୁମୁଖୀ ବ୍ୟକ୍ତିତ୍ୱ: ଯାହାଙ୍କ ପ୍ରତିଭାରେ ସମୃଦ୍ଧ ହୋଇଛି ବିଶ୍ୱର ସାରସ୍ବତ ଇତିହାସ

ବିଶ୍ୱରେ ଏମିତି ଅନେକ ପୂଜ୍ୟ ପ୍ରତିଭା ଅଛନ୍ତି ଯେଉଁମାନେ କେବଳ ଗୋଟିଏ କଥାରେ ନିଜକୁ ସୀମିତ କରି ରଖିନାହାନ୍ତି। ସେମାନେ କେତେବେଳେ ଆକାଶର ଇଗଲ ଭଳି...

Leave a comment

Your email address will not be published. Required fields are marked *