Posted inUncategorized

ବିଶ୍ୱକପ୍‌: କରୁଣାରତ୍ନେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୮।୪(ପି.ଟି.)- ଆଗାମୀ ବିଶ୍ୱକପ୍‌ ପାଇଁ ଗୁରୁବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ତେବେ ଦଳ ଘୋଷଣା ହେବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କଠାରୁ ନେତୃତ୍ୱ କାଢିନିଆଯାଇଛି। ତାଙ୍କ ସ୍ଥାନରେ ଟେଷ୍ଟ ଅଧିନାୟକ ଦିମୁଥ କରୁଣାରତ୍ନେ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗାଟିଏ ଦିନ ପରେ ବିଶ୍ୱକପ୍‌ ଦଳ ଘୋଷଣା କରାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ତରଫରୁ କୁହାଯାଇଛି। ୩୧ ବର୍ଷୀୟ କରୁଣାରତ୍ନେ ୨୦୧୫ଠାରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍‌ ଖେଳିନାହାନ୍ତି। କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ମୋଟ ୧୭ଟି ଦିନିକିଆ ଖେଳିଛନ୍‌ି ଓ ୧୫.୮୩ ହାରରେ ରନ ସଂଗ୍ରହ କରିଛନ୍ତି। ୬୦ ହେଉଛି ତାଙ୍କର ଉଚ୍ଚତମ ସ୍କୋର। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୦-୫ରେ ପରାସ୍ତ ହୋଇଥିଲା। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ରେ ବିଶ୍ୱକପ୍‌ ଟି୨୦ ଚାମ୍ପିୟନ ହୋଇଥିଲା। ଟେଷ୍ଟ ଓପନର କରୁଣାରତ୍ନେଙ୍କ ନେତୃତ୍ୱରେ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୨-୦ରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲା।


All Right Reserved By Dharitri.Com

ଜିଁବାର ଖାଏବାର ବାଟଖୁଛନ୍‌ ଶାଶ୍‌ବହ

ଲାଠୋର, ୧୬ା୫ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଖଇରାପଡ଼ାର ବୁରୁଧ୍‌ ମନୁ ଭୋଇ(୮୦)କଁର ମୁର୍‌ତୁରେ ପରିବାରଟା ପୂରାପୂରି ବେସାହାରା ହେଇଯାଇଛନ୍‌। ସୂଚନା ଅନ୍‌ସାରେ ମନୁ...

ଭଜନ, ସଂକୀର୍ତ୍ତନରେ ଝଙ୍କୃତ ହେବ ସିଂହଦ୍ୱାର ସମ୍ମୁଖ, ପ୍ରତି ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧ୍ୟାତ୍ମିକ ପରିକ୍ରମା

ପୁରୀ ଅଫିସ, ୨୧।୭ : ଶ୍ରୀମନ୍ଦିର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ। ସିନ୍ଦୂରା ଫାଟିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ...

‘ବୈଶାଖୀ ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟା: ମନମୋହିଲା ନୃତ୍ୟାଭିନୟ ‘ମୁଁ’

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ଚିନ୍ତା ଓ ଚେତନା ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୪୦ତମ ବୈଶାଖୀ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ରାଜ୍ୟର ବହୁ...

ଜମି ରହିଥିବା ବର୍ଷା ପାଣି

କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।

ଟ୍ରେନରେ ବଢୁଛି ଯାତ୍ରୀଙ୍କ ସାମଗ୍ରୀ ଚୋରି ୧୦ ବର୍ଷରେ ୧.୭୧ ଲକ୍ଷ ମାମଲା ଦାଏର

ନୂଆଦିଲ୍ଲୀ,୨୯-୪: ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାଇ ମଧ୍ୟ ଚୋରି ସଂଖ୍ୟା ବଢ଼ିବା ଚିନ୍ତାର...

ଏଆଇସିସିରୁ ପ୍ରଶିକ୍ଷଣ ନେବେ ୩୩ ସାଙ୍ଗଠନିକ ଜିଲାର ଯୁବକ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଜିଲା କମିଟି, ପ୍ରଦେଶ କଂଗ୍ରେସ କମିଟି ଆଦିର ପୁନର୍ଗଠନ ହେବ। ଏଥିଲାଗି ବିଶେଷ ସମୟ...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ନିରାକାରପୁର,୨୧ା୪(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଥିବା ମଲାଶୁଣୀ ନଦୀ ଗାର୍ଡଓ୍ବାଲ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ...

Leave a comment

Your email address will not be published. Required fields are marked *