Posted inଖେଳ

ୟୁଏସ୍‌ ଓପନ୍‌: ଚତୁର୍ଥ ରାଉଣ୍ଡରେ ନାଡ଼ାଲ

ନ୍ୟୁୟର୍କ,୧।୯- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଷଷ୍ଠ ଦିନରେ କେତେକ ସିଡେଡ୍‌ ଖେଳାଳି ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର ଦ୍ୱିତୀୟ ସିଡ ଖେଳାଳି ରାଫାଲ ନାଡାଲ ୬-୩, ୬-୪, ୬-୨ ସେଟରେ ଦକ୍ଷିଣ କୋରିଆର ଚୁଙ୍ଗ୍‌ ହେଅନଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୂର୍ବରୁ ୩ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଏବେ ୨୦୧୪ ଚାମ୍ପିୟନ କ୍ରୋଏସିଆର ମାରିନ ସିଲିକଙ୍କୁ ଭେଟିବେ। ୨୨ତମ ସିଡ୍‌ ସିଲିକ ଅନ୍ୟଏକ ତୃତୀୟ ରାଉଣ୍ଡ ମୁକାବଲାରେ ୧୪ତମ ସିଡ ଜନ୍‌ ଇସ୍ନନରଙ୍କୁ ୭-୫, ୩-୬, ୭-୬, ୬-୪ ସେଟରେ ହରାଇ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ସୁଇଜରଲାଣ୍ଡର ଷ୍ଟାନିସଲାସ ଓ୍ବାରିଙ୍ଗା ଓ ଶ୍ରେଷ୍ଠ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ ଚତୁର୍ଥ ରାଉଣ୍ଡରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି।
ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ ଜାପାନର ନାଓମି ଓସାକା ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ଆମେରିକାର ୧୫ ବର୍ଷୀୟା ଖେଳାଳି କୋକୋ ଗୌଫ୍‌ଙ୍କୁ ୬-୩, ୬-୦ ସେଟ୍‌ରେ ଅତି ସହଜରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେ ଚତୁର୍ଥ ରାଉଣ୍ଡରେ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌କିକ୍‌ଙ୍କୁ ଭେଟିବେ। ବିଶ୍ୱର ୧୪ ନମ୍ବର ଖେଳାଳି ଇଷ୍ଟୋନିଆର ଆନେଟ କୋଣ୍ଟାଭେଇଟ୍‌ ଅସୁସ୍ଥତା କାରଣରୁ ତୃତୀୟ ରାଉଣ୍ଡରୁ ଓହରିଯିବା ଫଳରେ ବେନ୍‌କିକ୍‌ ଓ୍ବାକ୍‌ ଓଭର ପାଇ ଅଗ୍ରଗତି କରିଥିଲେ। ସେହିପରି ଆମେରିକାର ମାଡିନସନ କେଜ୍‌ ଓ ୟୁକ୍ରେନର ଏଲିନା ଭିଟୋଲିନା ଚତୁର୍ଥ ରାଉଣ୍ଡରେ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଛି।


All Right Reserved By Dharitri.Com

Posted inଖେଳ View All

ସ୍ବପ୍ନ ରହିଗଲା ଅଧା, ହେଲେ ବିଶ୍ୱାସ ମରି ନାହିଁ: ସେହ୍ବାଗ

ନୂଆଦିଲ୍ଲୀ,୭।୯- ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟାନ-୨ ଲ୍ୟାଣ୍ଡର ‘ବିକ୍ରମ’କୁ ଚନ୍ଦ୍ର ପୃଷ୍ଠରେ ଅବତାର କରାଇପାରି ନାହିଁ। ଲକ୍ଷ୍ୟ ସ୍ଥଳଠାରୁ ୨.୧ କିମି ଦୂରରେ ଥିବାବେଳେ...

ଫ୍ରାନ୍ସକୁ ୟୁଫାର ଜରିମାନା

ପ୍ୟାରିସ, ୨୫ା୧୦ (ଏଏଫ୍‌ପି)-ଆଲବାନିଆ ପାଇଁ ତ୍ରୁଟି ଜାତୀୟ ସଂଙ୍ଗୀତ ପରିବେଷଣ କରିଥିବାରୁ ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ) ଫ୍ରାନ୍ସକୁ ୨୦,୦୦୦ ୟୁରୋ ଜରିମାନା...

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା...

ଅଭ୍ୟାସ ନୁହେଁ, ବିଶ୍ରାମ ନେଉଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୮।୫- ଆଇସିସି ବିଶ୍ୱକପ୍‌ ଭଳି ବୃହତ୍‌ ଟୁର୍ନାମେଣ୍ଟ ଲାଗି ଭାରତୀୟ ଖେଳାଳିମାନେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛନ୍ତି। ସେମାନେ ଅଭ୍ୟାସ କରିବା ବଦଳରେ ବିଶ୍ରାମ ନେଉଛନ୍ତି।...

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ବର୍ମିଂହାମ,୧୧ା୭- ସ୍ଥାନୀୟ ଏଜବାଷ୍ଟନଠାରେ ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୧୦...

କୋହଲିଙ୍କୁ ସରପ୍ରାଇଜ ଦେଲେ ଅନୁଷ୍କା

ନୂଆଦିଲ୍ଲୀ,୨୫।୧୧- ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ରାତି ପର୍ଯ୍ୟନ୍ତ କୋଲକାତାରେ ଥିଲେ। ମ୍ୟାଚ୍‌ ସହ ଜଡ଼ିତ...

ରାଜ୍ୟଗୋଷ୍ଠୀ ଟିଟି: ଆସିବନି ପାକିସ୍ତାନ

କଟକ ଅଫିସ,୧୬ା୭- ବୁଧବାରଠାରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ୨୧ତମ ସଂସ୍କରଣରୁ ଏବେ ସୁଦ୍ଧା...

‘ଭିଜି’ ଟ୍ରଫି :ମୁମ୍ବାଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ, ୭ା୮ (ପି.ଟି.)-ଆଗାମୀ ‘ଭିଜି’ ଟ୍ରଫି ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ୧୫ ଜଣିଆ ମୁମ୍ବାଇ ଦଳରେ ସ୍ଥାନ ପାଇଛନ୍ତି।...

Leave a comment

Your email address will not be published. Required fields are marked *