Posted inରାଜ୍ୟ

ଆଜିଠୁ ଆରମ୍ଭ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥା: ସବୁ ପିଡିଏସ୍‌ କେନ୍ଦ୍ରରୁ ହିତାଧିକାରୀ ନେଇପାରିବେ ରାଶନ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଆଧାରକାର୍ଡ ନ ଥିଲେ ମିଳିବନି ରାଶନ। ଓ୍ବାନ ନେଶନ ଓ୍ବାନ ରାଶନ ବ୍ୟବସ୍ଥା ରବିବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗୁ ହେବ। ସେପ୍ଟେମ୍ବର ୧ ରୁ ୨୫ ତାରିଖ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ହିତାଧିକାରୀ ଏକକାଳୀନ ଦୁଇମାସର ରାଶନ ନେଇପାରିବେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହୁଥିବା ୨ ଲକ୍ଷ ହିତାଧିକାରୀ ସହରର ଯେକୌଣସି ସାଧାରଣ ଖାଉଟି ବଣ୍ଟନ ଡିଲରଙ୍କ ପାଖରୁ ରାଶନ ନେଇପାରିବେ। ନିଜ ଅଞ୍ଚଳର ଡିଲର ନିକଟରେ ଆଉ ସେମାନେ ବନ୍ଧା ହୋଇ ରହିବେ ନାହିଁ। ଏଥିପାଇଁ ରାଶନ କାର୍ଡଧାରୀଙ୍କୁ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି। ଆଧାର ନ ଥିଲେ ଖାଦ୍ୟ ସାମଗ୍ରୀ ମିଳିବ ନାହିଁ। ବିଏମସି ଅଞ୍ଚଳର ୧୨୭ଟି ସରକାରୀ ପାଇକାରି ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍‌ଲାଇନ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିୟମିତ ମନିଟରିଂ କରିବ। ଏହି ସହରାଞ୍ଚଳରେ ଇଣ୍ଟରନେଟ ସୁବିଧା ଥିବାରୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଠାରୁ ଆରମ୍ଭ କରାଯାଇଛି। ଅଙ୍ଗୁଳିଛାପ କିମ୍ବା ଆଖି ସଙ୍କେତ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ରାଶନ ଦିଆଯିବ। ପ୍ରତ୍ୟେକ ପାଇକାରି ବିକ୍ରେତାଙ୍କୁ ଆଖି ଚିହ୍ନ ନେବାକୁ ଆଇଆରଆଇଏସ୍‌ ମେଶିନ ଯୋଗାଇ ଦିଆଯାଇଛି। ତେବେ ଯେଉଁମାନଙ୍କର ଆଙ୍କୁଠି ଚିହ୍ନ ନେଉ ନ ଥିବ କିମ୍ବା ହିତାଧିକାରୀ ବୟସ୍କ, ଦୁରାରୋଗରେ ପୀଡ଼ିତ, କୁଷ୍ଠରୋଗୀମାନଙ୍କୁ ବିନା ଆଧାରକାର୍ଡରେ ଚାଉଳ ଯୋଗାଇ ଦିଆଯିବ। ମାର୍କେଟ ଇଣ୍ଟେଲିଜେନ୍ସ ଅଧିକାରୀ ସେହି ହିତାଧିକାରୀଙ୍କ ତାଲିକା ଯୋଗାଣ ବିଭାଗକୁ ପ୍ରଦାନ କରିବେ। ବିଭାଗ ଏହାକୁ ସନ୍ଦେହ ତାଲିକାରେ ରଖିବ। ମିଥ୍ୟା ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ୧୧୪ଟି ସହରାଞ୍ଚଳରେ ଲାଗୁ କରାଯିବ। ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ ସେଠାରେ ପୂର୍ବ ଭଳି କାର୍ଡ ଦେଖାଇ ରାଶନ ନେଇ ପାରିବେ। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୭ ପ୍ରତିଶତ ପରିବାର ଏବଂ ୯୩ ପ୍ରତିଶତ ଏନ୍‌ଏସ୍‌ଏସ୍‌ଏ ହିତାଧିକାରୀଙ୍କର ଆଧାର ସଂଯୋଗ କରାଯାଇଛି। ବାଟମାରଣା ରୋକିବାକୁ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା ଅନ୍‌ଲାଇନ୍‌ କରାଯିବ। ପର୍ଯ୍ୟାୟ କ୍ରମେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ନୂତନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।


All Right Reserved By Dharitri.Com

ପାଟକୁରା ନିର୍ବାଚନ ଫଳାଫଳ: ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲ ଆଗରେ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୩୬୬୧୨...

ବଦଳି ହୋଇ ଚାଲିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ଧାର୍ଯ୍ୟ ହୋଇପାରିଲାନି ମହାପ୍ରସାଦ ଦର

ପୁରୀ ଅଫିସ, ୨୨ା୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବଦଳି ହୋଇ ଚାଲିଗଲେ। ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତା ମଧ୍ୟ ପରିବର୍ତ୍ତନ ହୋଇଗଲେ। ମାତ୍ର ଆନନ୍ଦବଜାର ଶୃଙ୍ଖଳା...

ସ୍କୁଲ ଯିବାକୁ ଛାତ୍ରୀଛାତ୍ରଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ: ୭୫% ଉପସ୍ଥାନ ଥିଲେ ବର୍ଷକୁ ମିଳିବ ୬ ହଜାର

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯିବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ତେବେ ବନ୍ଦ ହୋଇଥିବା ସ୍କୁଲର...

ଶୋଭାଯାତ୍ରାରେ ଗଲେ ଗଜାନନ:ଡିଜେ ସାଉଣ୍ଡରେ ଦୁଲୁକିଲା ପରଜଙ୍ଗ

ପରଜଙ୍ଗ,୧୦।୯(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗରେ ସୋମବାର ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୯ଟି ମେଢ଼ ମିଳିତ ଭସାଣିରେ ସାମିଲ ହୋଇଥିଲେ। ରେଡ...

କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କରେ ଅନିୟମିତତା: ନିର୍ଦ୍ଦେଶ ଦେଲେ ରେଜିଷ୍ଟ୍ରାର

କେନ୍ଦ୍ରାପଡା ଅଫିସ, ୨୧।୯: କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ନିଯୁକ୍ତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟରେ ଅନିୟମିତତା ଦର୍ଶାଇ ସଭ୍ୟ ସ୍ମୃତିରଞ୍ଜନ ବେହେରା ଗତ ୭...

ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି।...

ମଦ ବିରୋଧରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା, ୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଲ ଗଁ।ରେ ଚାଲିଛି ଅବାଧ ମଦ କାରବାର। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଦାବି...

କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.)ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି ‘ଅଟଳ...

Leave a comment

Your email address will not be published. Required fields are marked *