Posted inଜାତୀୟ

ମେହେବୁବା ମୁଫ୍‌ତି, ଓମାର ଅବଦୁଲ୍ଲାଙ୍କୁ ମିଳିଲା ପରିବାର ସଦସ୍ୟଙ୍କୁ ସାକ୍ଷାତ୍‌ କରିବାକୁ ଅନୁମତି

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ସେଠାରେ ସ୍ଥିତି ସ୍ବାଭାବିକ ରଖିବାକୁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ଏଠାରେ ନଜରବନ୍ଦୀଥିବା ନେତା ମେହେବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ମିଳିଛି। ଏମାନେ ଗତ ଅଗଷ୍ଟରୁ ନଜରବନ୍ଦୀ ଥିବା ବେଳେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକୁଳାଇ ନାହାଁନ୍ତି। ତେବେ ଶୁକ୍ରବାର ନଜରବନ୍ଦୀ ଥିବା ଅନ୍ୟ କେତେଜଣ ନେତାଙ୍କୁ ଛାଡିଦେବା କଥା ସରକାର ଚିନ୍ତା କରିଥିବା ବେଳେ ଏବେ ସେମାନଙ୍କୁ ପରିବାର ସଦସ୍ୟଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ଦେବା ଏକ ନୂଆ ପଦକ୍ଷେପ ବୋଲି କୁହାଯାଉଛି। ତେବେ ଏମାନଙ୍କୁ ମାତ୍ର ୨୦ ମିନିଟ୍‌ ପାଇଁ ଏହି ସୁଯୋଗ ଦିଆଯାଉଛି। ସୂଚନାଯୋଗ୍ୟ, ଯେବେଠାରୁ ଓମାର ଅବଦୁଲ୍ଲା ନଜରବନ୍ଦୀ ଅଛନ୍ତି ସେବେଠାରୁ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ମାତ୍ର ୨ ଥର ସାକ୍ଷାତ୍‌ କରିଥିବା ବେଳେ ବକରି ଇଦ୍‌ରେ କେବଳ ଫୋନ୍‌ ଯୋଗେ କଥା ହୋଇଥିଲେ।


All Right Reserved By Dharitri.Com

ବିଧାନସଭା ଉପନିର୍ବାଚନ ଫଳାଫଳ: ଭାଜପା ୨, କଂଗ୍ରେସ ୧ ସିଟ୍‌ରେ ଆଗୁଆ

ନୂଆଦିଲ୍ଲୀ,୨୭।୯:ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ...

ନ୍ୟାୟିକ ବ୍ୟବସ୍ଥାରେ ମଣିଷର ବିଚାର କ୍ଷମତାର ସ୍ଥାନ ନେଇ ପାରିବନି ଏଆଇ: ପ୍ରଧାନ ବିଚାରପତି

ନାଗପୁର,୧୫।୧୨: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସମ୍ପ୍ରତି ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ)ର ପ୍ରଚଳନ ପାଇଁ ଯୋଜନା ନାହିଁ। ଏହା ଖୁବ୍‌ ଭଲ ପ୍ରଣାଳୀ ତେବେ ଏହା ଦ୍ୱାରା ନ୍ୟାୟିକ...

୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ମାଲିକ ଗିରଫ

ଗୁରୁଗ୍ରାମ, ୧୨।୬: ୮ ମହଲାରୁ ୨ଟି ପୋଷା କୁକୁର ଛୁଆକୁ ଫୋପାଡି ଗିରଫ ହୋଇଛନ୍ତି ମାଲିକ। ଦିଲ୍ଲୀର ଗୁରୁଗ୍ରାମରେ ଏଭଳି ଘଟଣା ଘଟିଛି। ସେକ୍ଟର ୬୫ରେ...

ଲୋକସଭାରେ ପ୍ରସଙ୍ଗ ଉପସ୍ଥାପନ ପାଇଁ କଂଗ୍ରେସ ନେତାଙ୍କ ସହାୟତା ନେଉଥିଲେ ସୁମିତ୍ରା ମହାଜନ

ନୂଆଦିଲ୍ଲୀ,୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଶିଳ୍ପପତି ରାହୁଳ ବଜାଜ୍‌ଙ୍କର ଟିପ୍ପଣୀ ପରେ ଏବେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ମନ୍ତବ୍ୟ ନେଇ...

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।...

ରକ୍ତତୀର୍ଥ ଇରମ

ସ୍ବାଧୀନତା ସଂଗ୍ରାମ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆନ୍ଦୋଳନ ଭାବେ ଖ୍ୟାତି ଲାଭ କରିଥିଲା, ବିଶ୍ୱ ଇତିହାସରେ ଯେଉଁ ବିପ୍ଳବର...

ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ...

ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ...

Leave a comment

Your email address will not be published. Required fields are marked *